କୋର୍ଟଙ୍କ ସର୍ତ୍ତ ପରେ ମଧ୍ୟ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଙ୍କୁ ଜଣେ ଆସାମୀ ବୋଲି ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରୁଛି।

Spread the love

ବ୍ରହ୍ମପୁର(ପିବିନ୍ୟୁଜ୍)2020ମସିହାରେ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ରାଜ୍ୟବାସୀଙ୍କ ଠାରୁ ଏପରିକି ଖାସ କରି ଗଂଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ବହୁ ନିରୀହ ଯୁବକଙ୍କ ଠାରୁ ମାନ୍ୟବର ବିଧାୟକ ତଥା ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଟାଟା ମୋଟର୍ସ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏତଲା କ୍ରମେ କମ୍ପାନୀର ଇ ମେଲ ଆଇଡି କୁ ଜାଲ କରି ନିଜକୁ କମ୍ପାନୀର ଏମଡି ଭାବେ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ ଲୋକଙ୍କୁ ଠକିବାରେ ସଫଳ ହୋଇଥିଲେ। ଏହି ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଜେଲ ଯାଇ ଜରିମାନା ଅର୍ଥ ପୈଠ କରି କୋର୍ଟଙ୍କ ଠାରୁ ସର୍ତ୍ତମୂଳକ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। କୋର୍ଟଙ୍କ ସର୍ତ୍ତ ଥିଲା ଧାର୍ଯ୍ୟ ଦିନରେ କୋର୍ଟରେ ବ୍ୟକ୍ତିଗତ ହାଜର ହେବେ ଓ ମାମଲା ସଂକ୍ରାନ୍ତୀୟ କୌଣସି ବିବୃତି ଗଣମାଧ୍ୟମରେ ରଖିବେ ନାହିଁ । ତେବେ ସେ କୋର୍ଟଙ୍କ ଏହି ସର୍ତ୍ତକୁ ବାରମ୍ବାର ଅବମାନନା କରୁଥିବା ଦେଖାଯାଉଛି। ବିଭିନ୍ନ ଗଣମାଧ୍ୟମରେ ବିବୃତି ଦେବା ସହ ବର୍ତ୍ତମାନ ସୁଦ୍ଧା 4ରୁ5 ଟି ଧାର୍ଯ୍ୟ ତାରିଖରେ ସେ କୋର୍ଟରେ ବ୍ୟକ୍ତିଗତ ହାଜର ହୋଇନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ପ୍ରଦୀପ ପାଣିଗ୍ରାହୀ କୋର୍ଟଙ୍କୁ ତଥା ବିଚାର ବିଭାଗୀୟ ବ୍ୟବସ୍ଥାକୁ ସମ୍ମାନ ଦେଉନାହାନ୍ତି। ଠକେଇ, ଜାଲିଆତି ଓ ଜାଲ ଦସ୍ତାବିଜ ପ୍ରସ୍ତୁତି କରିବା ଓ ସେଗୁଡିକର ଉପଯୋଗ କରିବା ଆଦି ମାମଲା ରହିଛି। ତେବେ ବର୍ତ୍ତମାନ ସେ କୋର୍ଟଙ୍କ ସର୍ତ୍ତକୁ ଅବମାନନା କରୁଥିବା ଜଣେ ଆସାମୀ ବୋଲି ବିଜେଡି ବିବେଚନା କରୁଛି ବୋଲି ବ୍ରହ୍ମପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *