ବ୍ରାହ୍ମଣ ପୁରୋହିତ ମାନେ ସମାଜ ର ମାର୍ଗ ଦର୍ଶକ

Spread the love


ବ୍ରହ୍ମପୂର୍ (ପିବିନ୍ୟୂଜ୍) ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ର ୨୭ତମ ବାର୍ଷିକୋତ୍ସବ ବ୍ରହ୍ମପୁର ହିଲ୍ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ ଦୁଇ ଦିନ ସମିତି ର ସଭାପତି ପଣ୍ତିତ ନୀଳମାଧବ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ଆସିକା ସାଂସଦ ଶ୍ରୀମତୀ ଅନିତା ପ୍ରିୟଦର୍ଶିନୀ,ମହାନ୍ ସଂଘ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମର। ସାବତ,ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ହୟଗ୍ରୀବ ତ୍ରିପାଠୀ,ରାମାଧୀନ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ହରିହର ଦାସ,ମେକ୍ ମାଇକଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ବ୍ୟାକରଣ ବିଭାଗ ପଣ୍ତିତ ସନାତନ ପଣ୍ଡା, ସମିତି ର ଉପଦେଷ୍ଟା ପଣ୍ତିତ ନାରାୟଣ ରଥ,ପଣ୍ତିତ ଉମା ବଲ୍ଲଭ ଦାଶ, ସମ୍ପାଦକ ପଣ୍ତିତ ସନ୍ତୋଷ କୁମାର କର ପ୍ରମୁଖ ମଞ୍ଚାଷିନ ଥିଲେ। ଉକ୍ତ ସଭାରେମଞ୍ଚାଷିନ ଅତିଥି ଙ୍କ ଦ୍ଵାରା ପ୍ରଥମେ ଦୀପ ପ୍ରଜ୍ବଳନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସମ୍ପାଦକ ପଣ୍ତିତ ସନ୍ତୋଷ କୁମାର କର ବିବରଣୀ ପାଠ କରିଥିଲେ।ଏହି ସଭାରେ ଡକ୍ଟର ସୁଧାଂଶୁ ଶେଖର କର, ବିଭୁନନ୍ଦନ ପଣ୍ଡା,ବିଷ୍ଣୁ ପ୍ରସାଦ ଦାଶ,ବାଉରୀବନ୍ଧୁ ଦାଶ ଙ୍କ ଦ୍ଵାରା ମଞ୍ଚ ପରିଚାଳନା କରିଥିଲେ,ସମିତି ର କୋଷାଧ୍ୟକ୍ଷ ପଣ୍ତିତ ସନ୍ତୋଷ ତ୍ରିପାଠୀ ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିବା ବେଳେ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ବ୍ରାହ୍ମଣ କଣ ବ୍ରାହ୍ମଣ ଙ୍କ କାର୍ଯ୍ୟକାରିତା ବ୍ରାହ୍ମଣ ଦ୍ଵାରା ସମାଜର କିପରି ହିତ ସାଧନାହୁଏ ତା ଉପରେ ଆଲୋକପାତ କରିଥିଲେ ।ପ୍ରଥମେ ବ୍ରାହ୍ମଣ ଙ୍କ ପାଦ ଦୌତ,ବେଦ ମନ୍ତ୍ରାନଗିଭୁଟ ଦୀପ ପ୍ରଜ୍ବଳନ,ପୂଜା ହୋମ ଦେବ ଦ୍ଵିଜା ପ୍ରିୟ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଧର୍ମପତ୍ନୀ ଶ୍ରୀମତୀ ଉଷାରାଣୀ ପାଣିଗ୍ରାହୀ ଙ୍କ ଦ୍ଵାରା ନିଷ୍କାମ ଅଜପାଜପ ଦ୍ଵାରା ବ୍ରାହ୍ମଣ ଦେବତାଙ୍କ ପୂଜାର୍ଚ୍ଚନା କରାଇଥିଲେ। ପରିଶେଷରେ ସମିତି ର ବରିଷ୍ଠ କର୍ମ କର୍ତ୍ତା ପଣ୍ତିତ ଉମାକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *