ବ୍ରହ୍ମପୁର ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କ ପକ୍ଷରୁ ଜିରୋ ନାଇଟ ପାଳନ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ

Spread the love

ବ୍ରହ୍ମପୁର, : ନବବର୍ଷକୁ ଦୃଷ୍ଟିରେ ରଖ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟସ୍ଥ ଅଲିଭ କ୍ୟାଲ୍ୟାଣ ମଣ୍ଡପରେ ବ୍ରହ୍ମପୁରର ସାମ୍ବାଦିକ ଭାଇ ଭଉଣୀଙ୍କୁ ନେଇ ଜିରୋ ନାଇଟ୍ ନାମରେ ବନ୍ଧୁମିଳନ ସହ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର, ଗୋପାଳପୁର ଓ ରଙ୍ଗେଇଲୁଣ୍ଡା ଅଞ୍ଚଳର ବହୁ ଗଣମାଧ୍ୟମ ବ୍ୟକ୍ତି ଉପସ୍ଥିତ ରହି ନବବର୍ଷକୁ ସ୍ବାଗତ କରିଥିଲେ । ନୃତ୍ୟ ଓ ସଂଗୀତର ତାଳେ ତାଳେ ନବବର୍ଷକୁ ସ୍ବାଗତ କରିବା ପାଇଁ ଉତ୍ସବ ସମସ୍ତଙ୍କ ସହଯୋଗରେ ଆୟୋଜିତ ହୋଇଥିଲା । ସାମ୍ବାଦିକ ସାମୁହିକ ଭାବେ ନବବର୍ଷକୁ ସ୍ଵାଗତ କରିବା ସହ ପରସ୍ପର ମଧ୍ୟରେ ଆଗାମୀ ବର୍ଷ ମଧ୍ୟ କିପରି ସୁସମ୍ପର୍କ ରହି ପାରିବ ସେପ୍ଟେନେଇ ନିଷ୍ପତ୍ତି ନେଇଥିଲେ। ପିଣ୍ଟୁ ବେହେରାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ କରାଯାଇଥିବା ଯୋଗୁଁ ସମସ୍ତେ ଏହାକୁ ସ୍ଵାଗତ କରିଥିଲେ । ଏଠାରେ ସମସ୍ତ ସାମ୍ବାଦିକ ସାମୁହିକ ଭାବେ ନବ ବର୍ଷକୁ ସ୍ୱାଗତ କରିବା ସହ ପରସ୍ପର ମଧ୍ୟରେ ଆଗାମୀ ବର୍ଷ ମଧ୍ୟ କିପରି ସୁସମ୍ପର୍କ ରହି ପାରିବ ସେଥିନେଇ ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published. Required fields are marked *