ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ,ସୁଶ୍ରୀ ଭବାନୀ ବେହେରା ଜିଲ୍ଲାର ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଦ୍ଧନା
ବ୍ରହ୍ମପୁର(ପିବିନ୍ୟୁଜ୍)ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ ହୋଇଥିଲା ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ V କୀର୍ତ୍ତି ଭାସନ
ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ
ଶୁଭଶ୍ରୀ ପାତ୍ର ଜିଲ୍ଲା ପରିଷଦ ଉପ ସଭା ନେତ୍ରୀ S Rajeswari ଦୋରା
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ
ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ମହିଳା ଓ ଶିଶୁ ସୁରକ୍ଷା ଦିଗରେ ଉଲ୍ଲେଖ ନୀୟ ଉଦ୍ୟମ କରିଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ତନ୍ମଧ୍ୟରୁ ବ୍ରହ୍ମପୁର ICDS ପ୍ରୋଜେକ୍ଟ ରେ କାର୍ଯ୍ୟରତ ସୁଶ୍ରୀ ଭବାନୀ ବେହେରା ,ମହିଳା ପରିଦର୍ଶକ( Lady supervisor)ଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା ନିମନ୍ତେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଦ୍ଧନା ଦିଆ ଯାଇଥିଲା ଓ ୫୦୦୦ ( ପାଞ୍ଚ ହଜାର ଟଙ୍କା) ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
