ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ମହିଳା ସମାବେଶ।
ତେଲୁଗୁ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ବର୍ଣ୍ଣନା କଲେ: ଗୋପବନ୍ଧୁ ଦାଶ
ବ୍ରହ୍ମପୁର,(ପିବିନ୍ୟୁଜ୍)୧୦/୩/୨୩: ୧୦୭ତମ ବିଜୁ ଜନ୍ମ ଜୟନ୍ତୀ ଉପଲକ୍ଷେ ଲାଞ୍ଜିପଲ୍ଲୀ ବାଇପାସ ନିକଟସ୍ଥ ଏକ ପଡ଼ିଆରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ିର ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶଙ୍କ ତ୍ୱତବଧାନରେ ଯୁବ ନେତା ଏ.ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ମହିଳା ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଷ୍ଟାର ପଚାରକ କୁନା ତ୍ରିପାଠୀ, ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗ ଦେଇଥିଲେ । ଏହି ସମାବେଶରେ ହଜାର ହଜାର ମହିଳା ଯୋଗଦେଇଥିଲେ । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି ବୋଲି ଏଠାରେ କୁହାଯାଇଥିଲା । ଏହି ବିଶାଳ ମହିଳା ସମାବେଶରେ ପ୍ରଥମ କରି ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶ ବର୍ଣ୍ଣନା କରିଥିଲେ।ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦଳ ମହିଳା ମହୋତ୍ସବ ସୃଷ୍ଟି କରିଥିବା କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ସ୍ଵତନ୍ତ୍ର ଭାବେ ମହିଳା ସଶକ୍ତି ବିଭାଗ ହୋଇପାରିଥିବା ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କରାଯାଇଥିବା ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଶ୍ରୀ ଦାଶ ତେଲୁଗୁ ଭାଷାରେ ବର୍ଣ୍ଣନା କରିବା ସହ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିବା ମହିଳା ମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ।ତତ୍ ସହିତ ମହିଳା ମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମହିଳା ମାନଙ୍କ ବିକାଶ ସହ ସର୍ବଦା ସୁଖ ଦୁଃଖର ସାଥି ହୋଇ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସିନେତାରକା ତଥା ଷ୍ଟାର ପଚାରକ କୁନା ତ୍ରିପାଠୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ସଶକ୍ତିକରଣ ପାଇଁ କରିଥିବା ପ୍ରଚେଷ୍ଟା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁ ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇପାରିଛନ୍ତି ତାହା କହିଥିଲେ । ତତ୍ ସହିତ ମହିଳା ଶକ୍ତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ମାନଙ୍କ ବିକାଶ ପ୍ରତି ପ୍ରଚେଷ୍ଟା ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମହିଳାମାନଙ୍କ ସୁଖ ଦୁଃଖର ସାଥି ଖୁଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏହି ବିଶାଳ ମହିଳା ସମାବେଶ ହୋଇପାରିଥିବା ମଞ୍ଚାସୀନମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆନ୍ତର୍ଜାତିକ ପ୍ରତିଭା ତଥା ପର୍ବତାରୋହୀଙ୍କୁ ମଧୁସ୍ମିତା ପାତ୍ରଙ୍କୁ
ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ୧୦୦ଜଣ ମହିଳାକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାଉପସଭାନେତ୍ରୀ ଏସରଜେଶ୍ଵରୀ ଦୋରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଳକ ୧୦ନଂ ଜୋନ ଜିଲା ପରିଷଦ ଭାରତୀ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇଥିବା ବେଳେ ଜିଲ୍ଲାଉପସଭାନେତ୍ରୀ ଏସରଜେଶ୍ଵରୀ ଦୋରା,ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି ଏଚ ଉଷା ରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ରଙ୍ଗେଇଲୁଣ୍ଡା ବ୍ଲକ୍ ସଭାପତି ଅଜିତ୍ କୁମାର ଦାଶ, ରଙ୍ଗେଇଲୁଣ୍ଡା ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ଏ ଜାନକୀ ରାମ, ୫୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ୫୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, ୧୦ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ,ପୂର୍ବତନ ଜିଲା ପରିଷଦ ସଦସ୍ୟ ଶଶୀଭୂଷଣ ମହାନ୍ତି , ପୂର୍ବତନ ବ୍ଲକ ଅଧ୍ୟକ୍ଷା ପି କମଳା ରେଡ଼ି, କୁକୁଡ଼ାଖଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ମହିଳା ସଭାନେତ୍ରୀ ଏସ ମେନକା ରେଡ୍ଡୀ, ରଙ୍ଗେଇଲୁଣ୍ଡା ବ୍ଲକ ଯୁବ ସଭାପତି ବିନୋଦ କୁମାର ମହାଙ୍କୁଡ଼,ବ୍ଲକ ବିଜେଡି ଉପସଭାପତି ସିଏଚ ଡିଲେଶ୍ୱର ରେଡ଼ି, ସାଧାରଣ ସମ୍ପାଦକ ପ୍ରତାପ କୋଠିଆ, ଜିଲ୍ଲା ଛାତ୍ର ସଭାପତି ପ୍ରସାନ୍ତ କୁମାର ପଣ୍ଡା ,କର୍ପୋରେଟର ମଳୟ ବିଷୋୟୀ, ସ୍ୱର୍ଣ୍ଣଲତା ସାବତ ,ସମାଜସେବୀ ରାମହରିପାତ୍ର,ବିଷ୍ଣୁପ୍ରିୟା ନାୟକ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
