ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର ଜନ୍ମମାଟି ରେ ପଞ୍ଚଭୂତରେ ଲିନ।
ଦିଗପହଣ୍ଡି (ପିବିନ୍ୟୁଜ୍): ପୂର୍ବତନ ବାଚସ୍ପତି ମନ୍ତ୍ରୀ, ବିଜେଡିର ବରିଷ୍ଠ ନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର ରବିବାର ଅପରାହ୍ନରେ ଦିଗପହଣ୍ଡି କପାମଣ୍ଡିନିକଟରେ ପଞ୍ଚଭୂତରେ ଲିନ ହୋଇଯାଇଛି। ରବିବାର ଅପରାହ୍ନରେ ସ୍ଵର୍ଗତ ପାତ୍ରଙ୍କ
ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଅଣାଯାଇଥିଲା। ଦଳ ମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ମରଶରୀର
ଅଣାଯାଇଥିଲା । ଏଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶୋକାକୁଳ ପରିବେଶରେ ମର ଶରୀରକୁ ଦାହ
କରାଯାଇଥିଲା । ସୂର୍ଯ୍ୟଙ୍କ ପୁଅ
ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ତାଙ୍କ ସାନପୁଅ ଝିଅ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ନିର୍ବାଚନ ମଣ୍ଡଳୀର ବହୁ ନେତା, କର୍ମୀ, ପୁଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବହୁ ବିଧାୟକ ଓ ଜନପ୍ରତିନିଧି ଯୋଗ ଦେଇଥିଲେ। ନାମ ସଂକୀର୍ତନ ଓ ବିଶାଳ ଜନସମାଗମ ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ମର ଶରୀରକୁ ଭୁବନେଶ୍ବର ଠାରୁ ପାର୍ଥିବ ଶରୀର ଭୁବନେଶ୍ୱରର ଗଞ୍ଜାମ ଜିଲାର ଦିଗପହଣ୍ଡିକୁ ଅଣା ଯାଇଥିଲା ଏବଂ
ବ୍ରହ୍ମପୁର ଠାରୁ ଦିଗପହଣ୍ଡି ଆସିବା ରାସ୍ତାରେ ଖଲ୍ଲିକୋଟ, ଛତ୍ରପୁର, ବ୍ରହ୍ମପୁରର ବିଭିନ୍ନ ଛକ ସମେତ ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକ ଶୁଭେଚ୍ଛା ଅନ୍ତିମ ଦର୍ଶନ କରି ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିମ ସଂସ୍କାର କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଧାୟକ
ପ୍ରଣବ ବଳବନ୍ତରାୟ ସୋରଡ଼ା ବିଧାୟକ ପୂର୍ଣ ସ୍ୱାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ,ହରିବନ୍ଧୁ ରେଡ୍ଡୀ,ଉଦୟନାଥ ସ୍ୱାଇଁ, ନିରଞ୍ଜନ ରେଡ୍ଡୀ, ମନୋରଞ୍ଜନ ଗୌଡ଼, ମନୋଜ ସାହୁ ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠନ ଠାରୁ ଏଠାରେ ସୂର୍ଯ୍ୟ ବାବୁ ବିଧାୟକ ରହିଥିଲେ । ତାଙ୍କ ମୃତ୍ୟୁ ପରେ ଏହି ଆସନ କିଏ ଅଳଙ୍କୃତ କରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି। ବାଚସ୍ପତି ପଦରୁ ଇସ୍ତଫା ଦେବା ପରଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ଦୀର୍ଘ ମାସ ର ଅସୁସ୍ଥତା ପରେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ ରେ ଶନିବାର ସଂନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସେ ଜଣେ ମେଳାପୀ, ଲୋକସମ୍ପର୍କଧାରୀ, ଜନସେବକ ଓ ରାଜ୍ୟସ୍ତରୀୟ ନେତା ଥିଲେ। ତାଙ୍କୁ ଲୋକେ ଶ୍ରଦ୍ଧାରେ ଆନ୍ନା ବୋଲି ସମ୍ବୋଧନ କରୁଥିଲେ । ଗଞ୍ଜାମ ଜିଲାର ବହୁ ନେତା ତାଙ୍କୁ ଆଦର୍ଶ ଭାବେ ମାନୁଥିଲେ ।


