ମହାନ ସଂଘ ପକ୍ଷରୁ ଗୁରୁ ବନ୍ଦନା ଉତ୍ସବ ମହାସମାରୋହରେ ପାଳିତ

Spread the love

ଉତ୍ତମ ଗୁରୁ ଶିଷ୍ୟ ପରମ୍ପରା ଉତ୍ତମ ଶ୍ରେଷ୍ଠ ନାଗରିକ ସୃଷ୍ଟି କରିପାରିବ

ବ୍ରହ୍ମପୁର ୫/୯ -ଜଣେ ଆଦର୍ଶ ନାଗରିକ ଗଠନ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ସମାଜ ଗଠନ ଠାରୁ ଆରମ୍ଭ କରି ରାଜ୍ୟ ତଥା ଦେଶ ଗଠନ କରିବା କ୍ଷେତ୍ରରେ ଗୁରୁ ମାନଙ୍କ ଭୂମିକା ସର୍ବଦା ଗୁରୁତ୍ବପୂର୍ଣ୍ଣ । ଏଣୁ ପ୍ରତେକ ଗୁରୁ ସଦାସର୍ବଦା ବନ୍ଦନୀୟ। ପବିତ୍ର ଗୁରୁ ଦିବସ ଅବସରରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଙ୍ଘ ପକ୍ଷରୁ ଆୟୋଜିତ ହୋଇଥିବା ସ୍ବତନ୍ତ୍ର ଗୁରୁପୂଜନ କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଯୋଗ ଦେଇ ଏପରି ବାର୍ତ୍ତା ପ୍ରଦାନ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ। ସହରର ଟାଉନ ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁ ଶିଷ୍ୟ ଓ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଉତ୍ତମ ପରମ୍ପରା ସୃଷ୍ଟି ହୋଇପାରିଲେ, ଉତ୍ତମ ନାଗରିକ ସୃଷ୍ଟି ହୋଇପାରିବା ସହ ଏକ ବିକଶିତ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ ହୋଇପାରିବ।ଏଥି ନିମନ୍ତେ ସବୁ ସ୍ତରରୁ ପ୍ରୟାସ ଆବଶ୍ୟକ ରହିଛି ବୋଲି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାଳନ ଅବସରରେ ଉପସ୍ଥିତ ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ସହରର ବିଶିଷ୍ଟ ସମାଜସେବୀ ତଥା ସଂଘର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପୂର୍ବତନ କୁଳପତି ଶ୍ରୀ ଜୟନ୍ତ ମହାପାତ୍ର, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ମନ୍ମମଥ ପାଢ଼ୀ, ପୂର୍ବତନ କୁଳପତି ପ୍ରଫେସର ଅମେରନ୍ଦ୍ର ନାରାୟଣ ମିଶ୍ର ଓ ବିଶିଷ୍ଠ ଅତିଥ ଭାବେ ଯୋଗଦେଇ ଉନ୍ନତ ମାନର ଶିକ୍ଷା, ଗୁରୁ ଶିଷ୍ୟ ପରମ୍ପରା, ଶିକ୍ଷା ଓ ଶିକ୍ଷା ଅନୁଷ୍ଠାନର ପରିଚାଳନା ପଦ୍ଧତି ଉପରେ ଆଲୋଚନା କରିବା ସହ ମହାନ ସଂଘ ପକ୍ଷରୁ ଯେପରି ଗୁରୁଙ୍କୁ ସମ୍ମାନ ନିମନ୍ତେ ଗୁରୁ ବନ୍ଦନା ଉତ୍ସବ ଆୟୋଜନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିବା ସହ ଗୁରୁ ବନ୍ଦନା ଉତ୍ସବ ଏକ ନୂତନ ପରମ୍ପରା ସୃଷ୍ଟି କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ସମୀର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ
ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିଶନର ବିନୋଦ କୁମାର ବେହେରା, ଗାୟତ୍ରୀ ଶିକ୍ଷାନୁଷ୍ଠାନ ର ନିର୍ଦ୍ଧେଶକ ସବିତା ସୁଆର, ଶିକ୍ଷାବିତ ଡ.ବାଇଲଡୁ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ,ବରିଷ୍ଠ ସଦସ୍ୟ ସିମାଞ୍ଚଳ ପାଣିଗ୍ରାହୀ, ମହାନ ସଙ୍ଘର ସମ୍ପାଦକ ପ୍ରଶାନ୍ତ ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଏହି ଅବସରରେ ପ୍ରାୟ ୭୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ /ଅଧ୍ୟାପକ ଗୁରୁଙ୍କୁ ପୂଜନ କରାଯିବା ସହ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବର୍ଗର ଛାତ୍ର/ଛାତ୍ରୀଙ୍କ ଦ୍ଵାରା ବନ୍ଦନା କରାଯାଇଥିଲା ।
କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦିକା ରମେଶ୍ୱରୀ ନନ୍ଦ, ମମତା ପାଢ଼ୀ, ସୀମା ଚଉଧୁରି, ରାଇରଞ୍ଜନ ନନ୍ଦ, ପ୍ରକାଶ ଭାଜନୀ, ମୃତ୍ୟୁଞ୍ଜୟ ସାହୁ, ସସ୍ମିତା ମହାନ୍ତି, ରତନା କଟନ, ପ୍ରାଚୀ ଜେନା, ଏଲ୍.ଏନ ନାୟକ , ବବିତା ପାଢ଼ୀ, ସତ୍ୟ ମହାରଣା, ସୁଶାନ୍ତ ସାହୁ, ଜୟଶ୍ରୀ ସାବତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଆଦ୍ୟଶ୍ରୀ ସାବତ ସ୍ବାଗତ ନୃତ୍ୟ ଏବଂ ସୁଦୀପ ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାଳାଞ୍ଜଳି, ଓଡ଼ିଆନ ଗୁରୁକୂଳ , ଆରାଧ୍ୟା ନୃତ୍ୟ ଅନୁଷ୍ଠାନର ଛାତ୍ର/ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ , ବୋଲ୍ଡ ଏଣ୍ଡ ବ୍ୟୁଟି ତରଫରୁ ଗୁରୁ ଶିଷ୍ୟ ପରମ୍ପରା କ୍ଷୁଦ୍ର ନାଟକ ଉଚ୍ଚ ପ୍ରଶଂସିତ ହୋଇଥିଲା।
ଏହି ଅବସରରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଶିଷ୍ଟ ରାଜନେତା ତଥା ମହାନ ସଂଘର ଉପଦେଷ୍ଟା ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ପୂର୍ବତନ କୁଳପତି ପ୍ରଫେସର ଡ. ମନ୍ମମଥ ପାଢ଼ୀ, ପୂର୍ବତନ କୁଳପତି ପ୍ରଫେସର ଅମେରନ୍ଦ୍ର ପ୍ରସାଦ ମିଶ୍ର ଓ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପୂର୍ବତନ କୁଳପତି ଶ୍ରୀ ଜୟନ୍ତ ମହାପାତ୍ର , ପ୍ରଫେସର ଡ ମାୟାଧର ସାହୁ, ଡ୍ର ବାଇ ଲଡୁ ପାଣିଗ୍ରାହୀ, ଡ ଗୋପାଳ କୃଷ୍ଣ ପାଣିଗ୍ରାହୀ, ଡ.ପ୍ରକାଶ ପାଣିଗ୍ରାହୀ, ସଂକଳ୍ପର ଅଧ୍ୟକ୍ଷ ପ୍ରଦୀପ୍ତ କିଶୋର ପାଣିଗ୍ରାହୀ, ପ୍ରଫେସର ରିତୁ ତିୱାରୀ, କେ, ନାଗେଶ୍ଵର ରାଓ, ଅଧ୍ୟକ୍ଷ,ତକ୍ଷଶିଳା, କାହ୍ନୁ ଚରଣ ପଣ୍ଡା, ଅଧ୍ୟକ୍ଷ ଜାଭିୟର, ମଧୁସ୍ମିତା ପରିଡ଼ା, ଗୁରୁକୂଳ , ଶ୍ରୀମାଟନତି ମମତା ପଟ୍ଟନାୟକ, ଡ, ବି ପ୍ରକାଶ ପାତ୍ର, ଡ ସନ୍ଧ୍ୟାରଣୀ ପଟ୍ଟନାୟକ , ଡ .ଧନଲକ୍ଷ୍ମୀ ପଟନାୟକ, ବସନ୍ତ ସାହୁ,ବିଜୟ ପଣ୍ଡା, ଲୋପା ସାମଲ, ରାଧା କାନ୍ତ ପାଢ଼ୀ, ସୂଚନା ପାଢ଼ୀ, ବିନିତା ପାତ୍ର, ଅସ୍ମିତା ମହାନ୍ତି, ରାଜଶ୍ରୀ ଦାସ, ବିଭୂତି ଜେନା, ସ୍ମୃତିମୟ ପଟ ନାୟକ, ଶୁଭଶ୍ରୀ ସାବତ, ଦେବଜାନୀ ଷଡ଼ଙ୍ଗୀ, ମହେଶ ପାଢ଼ୀ, ଶୁଭମ୍ କୌଧୁରି, ପଶୁ ପ୍ରେମୀ ଲଲାଟେନ୍ଦୁ ଚୈଧୁରି, ସୁଶାନ୍ତ ସାହୁ ପ୍ରମୁଖଙ୍କ ସମେତ୍ ବହୁ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷା, ଅଧ୍ୟାପକ, ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *