୫ମ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଯାପିତ।
ବ୍ରହ୍ମପୁର(ପିବିନ୍ୟୁଜ୍)ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମ ମୁକ୍ତ ମଞ୍ଚ ରେ ଅନ୍ଵେଷା କଳାକେନ୍ଦ୍ର ତରଫରୁ ତିନି ଦିନ ଧରି ଚାଲିଥିବା ୫ମ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଜ଼ିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ଖ୍ୟାତି ସମ୍ପନ୍ନ ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ, ଚଳଚିତ୍ର ଜଗତର ହାସ୍ୟ ଅଭିନେତା ଜୀବନ ପଣ୍ଡା, ଚଳଚିତ୍ର ଅଭିନେତା କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ l ବରିଷ୍ଠ ସାମ୍ୱାଦିକ ଦିପ ସାହୁ, କାଳୀ ଚରଣ ସାହୁ ସସ୍ମିତା ସାହୁ ପ୍ରମୁଖ ମଞ୍ଚସୀନ ଥିଲେ l l ନିର୍ଦ୍ଦେଶିକା ଉଷା ରାଣୀ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଡ ମିହିର କୁମାର ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଇ ମନୋଜ ଦଣ୍ଡପାଟ, ହାସ୍ୟ ଅଭିନେତା ଜୀବନ ପଣ୍ଡା, ଆଧୁନିକ ନୃତ୍ୟ ନିର୍ଦ୍ଦେଶକ କ୍ରିଷ୍ଣା ରେଡ୍ଡୀ, ହରିନାଥ ରେଡ୍ଡୀ, ଆପନା ମହାରଣା, ଜିତେନ୍ଦ୍ର ବାଡତ୍ୟା, ଟି ସୁରେଶ କୁମାର, ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠ ସଂଗୀତ, ଓଡିଶୀ, ଦେଶୀୟl ଲୋକ ନୃତ୍ୟ, ସମ୍ବଲପୁରୀ ଏଵଂ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା l

