ବ୍ରହ୍ମାକୁମାରୀ ଶାନ୍ତି କୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ।

Spread the love

ବ୍ରହ୍ମପୁର,(ପିବିନ୍ୟୂଜ୍): ସ୍ଥାନୀୟ ଗିରିରୋଡସ୍ଥିତ ବ୍ରହ୍ମାକୁମାରାସ୍ ଶାଟିକୁଏ ତରଫରୁ ରାମଚନ୍ଦ୍ରପୁରସ୍ଥ

ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ୧୦ତମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି । ଏଥରେ ଆଲୋଚ୍ୟ ବିଷୟ ଥିଲା – ‘ମାନବିକତା ଏବଂ ଶାନ୍ତି ସକାଶେ ଯୋଗ” । ମୁଖ୍ୟ ଅତିଥି ରୂପେ ରାଜ୍ୟ ପରିବହନ, ବାଣିଜ୍ୟ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଭ୍ରାତା ବିଭୂତି ଭୂଷଣ ଳେନା ଯୋଗଦେଇ ଆଜିର ଯୋଗ ଦିବସକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରି କହିଥିଲେ ୧୦ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଦ୍ଵାରା ଘୋଷିତ ହୋଇଥିବା ଏହି ଯୋଗଦିବସକୁ ମିଳିତ ରାଷ୍ଟ୍ର ସଂଘ ସମେତ ବିଶ୍ଵର ୨୦୦ଟି ଦେଶ ସ୍ଵୀକାର କରି ଆସୁଛନ୍ତି । ଏହି ଯୋଗ ହେଉଛି ଜୀବନର ଏକ ଅଭିନ୍ନ ଅଙ୍ଗ । ଏହା ମନୁଷ୍ୟ ମନର ଆବେଗକୁ ଆୟର କରିବା ସହ ନିଷ୍କାମ କର୍ମଯୋଗୀ ହେବାର ପ୍ରେରଣା ଦେଇଥାଏ । ଏଣୁ ବ୍ୟବହାରିକ ଜୀବନରେ କୁଶଳତା ପ୍ରାପ୍ତ ସହିତ ଅପରିଗ୍ରହ, ତପ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ଦ୍ଵାରା ଏକ ସୁଖମୟ ଶାନ୍ତ, ସମୃଦ୍ଧ ସମାଳ ସୁପାନ କରିହେବ । ଦିଗପହଣ୍ଡି ବିଧାୟକ ଭ୍ରାତା ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥୁ ରୂପେ ଯୋଗଦେଇ ଆଳିର ଯୋଗଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସର୍ବସାଧାରଣରେ ଏହି ଯୋଗର ଅଭ୍ୟାସ ଏବଂ ପ୍ରୟୋଗ ଦ୍ଵାରା ଆମର ସଂକଳ୍ପ, ବାଣୀ ଏବଂ କର୍ମ ଅନ୍ୟକୁ ସୁଖ, ଶାନ୍ତି, ପବିତ୍ରତା, ଧୈର୍ଯ୍ୟ, କରୁଣା ଏବଂ ନିଃସ୍ୱାର୍ଥ ସ୍ନେହ ପ୍ରଦାନ କରାଇପାରିବ । ବ୍ରହ୍ମପୁର ଏବଂ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ କୁଳପତି ଭଗିନୀ ଗୀତାଞ୍ଜଳି ଦାଶ ଅନ୍ୟତମ ସମ୍ମାନିତ ଅତିଥୁ ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆମ ଭାରତର ଏହି ଯୋଗ ସର୍ବପୁରାତନ ଏବଂ ବିଶ୍ୱ ଉପଯୋଗୀ ଅଟେ । ଏହାର ନିତ୍ଯ ଅଭ୍ୟାସ ଦ୍ଵାରା ମନରେ ଦିବ୍ୟ ଶକ୍ତି, ଶାରି, ଆନନ୍ଦ ପ୍ରାପ୍ତି ସହ ଏହି ବିଶ୍ଵରେ ସ୍ଵଚ୍ଛ, ସୁସ୍ଥ, ସୁଖମୟ ଓ ନିରାମୟ ବାତାବରଣ ସଞ୍ଚରିତ ହୋଇପାରିବ । ବରିଷ୍ଠ ସିଭିଲ ଜଜ ଭଗିନୀ ସରୋଜିନୀ ସାହୁ ଆଜିର ଦିବସ ପ୍ରତି ଶୁଭକାମନା ଜ୍ଞାପନା ପୂର୍ବକ ଦୈନନ୍ଦିନ ଜୀବନରେ କିଛି ସମୟ ବାହାର କରି ପ୍ରତ୍ୟେକ ବ୍ୟକ୍ତି ପରତ୍ମା ପ୍ରଦର ସହଳ ରାଜଯୋଗ ଅଭ୍ୟାସ ଦ୍ଵାରା ଆଧୁନିକ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ମାଉଣ୍ଟଆବୁସ୍ଥିତ ବରିଷ୍କା ରାଜଯୋଗଶିକ୍ଷିକା ମାସିକ ଜ୍ଞାନାମୃତ ଏବଂ ହରିୟାଲୀର ସମ୍ପାଦକ ଭଗିନୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଉର୍ମିଳା ଭୌତିକ ଯୋଗ, ମାନସିକ ଯୋଗ, ବୌଦ୍ଧିକଯୋଗ ଏବଂ ଆଧ୍ୟାମ୍ବିକ ଯୋଗର ବର୍ଷନା କରିବା ପୂର୍ବକ ସର୍ବଶ୍ରେଷ୍ଠ ରାଜଯୋଗ ଦ୍ଵାରା ମନକୁ ପରମାତ୍ମାଙ୍କ ସହିତ ଏକାଗ୍ର କରି ନିଜେ ସର୍ବଗୁଣ ସମ୍ପନ୍ନ ଏବଂ ଷୋହଳକଳା ସମ୍ପୂର୍ଣ ତଥା ସମ୍ପୂର୍ଣ ଅହିଂସକ ହୋଇ ବିଶ୍ଵର ପ୍ରତି ସମସ୍ୟାର ସରଳ ସମାଧାନ କରିପାରିବା ବୋଲି କହିଥିଲେ । ବ୍ରହ୍ମାକୁମାରୀସ୍ ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ନିଜ ଆଶୀର୍ବଚନରେ ଯୋଗର ପ୍ରାସଙ୍ଗିକତା ସମ୍ପର୍କରେ କହିଥିଲେ ଯେ ଆମ୍ବାର ପରମାତ୍ମାଙ୍କ ସହ ସର୍ବସମ୍ବନ୍ଧ ସ୍ଥାପନା ପୂର୍ବକ ଆନ୍ତରିକ୍ତ ଶାରି, ଦିବ୍ଯଆନନ୍ଦ ପ୍ରାପ୍ତ କରି ସମାଜରେ ଏକ ଦୈବୀ ସାମ୍ରାଜ୍ୟ ସ୍ଥାପନ ହୋଇପାରିବ । ବ୍ରହ୍ମପୁର ସବଜୋନ ସହ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଲା ରାଜଯୋଗର ଅଭ୍ୟାସ କରାଇବା ସହ ମନରେ ପରମାମ୍ ଅନୁଭୂତି ସଞ୍ଚାର କରାଇଥିଲେ । ନିଳାଚଳ ନଗର ଉପସେବା କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରଶଂସା ଈଶ୍ଵରୀୟ ବିଶ୍ବବିଦ୍ୟାଳୟର କାର୍ଯ୍ୟବିଧ ବର୍ଣନା କରିବା ସହ ସଭାକାର୍ଯ୍ୟର ସୁପରିଚାଳନା କରିଥିଲେ । ପରିଶେଷରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏକ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Leave a Reply

Your email address will not be published. Required fields are marked *