କୁମ୍ଭୀର ଓ ପକ୍ଷୀ ଗଣନା କୁ ନେଇ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ

Spread the love

ବ୍ରହ୍ମପୁର –(ପିବିନ୍ୟୂଜ୍) ବ୍ରହ୍ମପୁର ବନଖଣ୍ଡର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଶୁକ୍ରବାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଦ୍ୱାରା କୁମ୍ଭୀର ମାନଙ୍କ ସଂରକ୍ଷଣ ପାଇଁ ରହିଥିବା ଘୋଡାହାଡ ଜଳପ୍ରପାତରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ ମାନଙ୍କୁ ଚଳିତ ଋତୁରେ ହେବାକୁଥିବା ପକ୍ଷୀ ଓ କୁମ୍ଭୀର ଗଣନା କିପରି ସଠିକ ଭାବେ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଅର୍ଗାନାଇଜେଶନ ଅପ ୱାଇଲ୍ଡଲାଇଫ ନେଚରର ମୁଖ୍ୟ ଉମାକାନ୍ତ ବିଶ୍ୱାଳ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ମୁଖ୍ୟତଃ ପକ୍ଷୀ ଗଣନା ସମୟରେ ସେମାନଙ୍କୁ ଚିହ୍ନଟ ସମେତ ସେମାନଙ୍କ ସଂଖ୍ୟା ଆକଳନ ଠାରୁ ଆରମ୍ଭ କରି ଚଳିତ ଥର ପ୍ରଥମ କରି ଆସିଥିବା ନୂତନ ପକ୍ଷୀ ଚିହ୍ନଟ କିପରି କରିବେ ସେ ନେଇ ପ୍ରଶିକ୍ଷମ ଦେଇଥିଲେ। ସେ ସମସ୍ତ କର୍ମଚାରୀଙ୍କୁ ନେଇ ଗଣନାର ପ୍ରକ୍ଟିକାଲ କରି ଦେଖାଇଥିଲେ। ଏହି ପ୍ରଶିକ୍ଷମ ଶିବିରରେ ବନଖଣ୍ଡର ୬୧ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହି ଗଣନା ପ୍ରଶିକ୍ଷଣ ସମୟରେ ବନଖଣ୍ଡ ଅଧିକାରୀ ସନି ଖୋଖର, ଅତିରିକ୍ତ ବନ ସଂରକ୍ଷକ ପ୍ରଭାକର ନାୟକ, ମନୋଜ ପାତ୍ର, ମାନିକେଶ୍ୱରୀ ହାଂସଦା,ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ଦିବ୍ୟ ରଞ୍ଜନ ସାହୁଙ୍କ ସମେତ ସମସ୍ତ ବନ ପାଳ ଓ ବନରକ୍ଷୀ ଏଥିରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *