ବ୍ରହ୍ମପୁର ସିଲିକ୍ ସିଟି ମହୋତ୍ସବ ଉଦ୍‌ଯାପିତ ,ମନ ଜିଣିଲେ ଶାନ୍

Spread the love

ବ୍ରହ୍ମପୁର,୧୭/୧/୨୩ ପାଞ୍ଚଦିନ ଧରି ଚାଲିଥିବା ବ୍ରହ୍ମପୁର ସିଲିକ୍ ସିଟି ମହୋତ୍ସବ ଗୁରୁବାର ଉଦଯାପିତ ହୋଇଛି। ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ସମାଗମ ହୋଇଥିଲା ।ସନ୍ଧ୍ୟାରୁ ରାତି ଯାଏଁ ଦର୍ଶକ ମହୋତ୍ସବର ମଜା ନେଇଥିଲେ । ପଞ୍ଚମ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିକ୍ରମ କୁମାର ପଣ୍ଡା,ଓଡ଼ିଶା ଯୋଜନା ବୋର୍ଡ଼ ସଦସ୍ୟ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ବିଇଏମସି ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, କମିଶନର ଜେ. ସୋନାଲ, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ, ପିଡ଼ି ଭି କୀର୍ତ୍ତି ଭାର୍ସନ,ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଞ୍ଚାସିନ ପ୍ରମୁଖ ଥିଲେ । ଶାନ୍ତି ଶୃଙ୍ଖଳା ସହ ଦର୍ଶକମାନେ ବ୍ରହ୍ମପୁର ସିଲିକ୍ ସିଟି ମହୋତ୍ସବ ସଫଳ କରିଥିବାରୁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଭଳି ମହୋତ୍ସବ
କଳାକାରମାନଙ୍କୁ ଏକ ସୁଯୋଗ ଦେବା ସହ କଳାକାରମାନର କଳାକୁ ଦେଶରେ ପରିଚୟ କରିବାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ମହୋତ୍ସବ ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଆୟୋଜନ କରିଥିବାରୁ ମନ୍ତ୍ରୀ ଶ୍ରୀ ସାହୁ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।ଶେଷ ସନ୍ଧ୍ୟାର ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ନୃତ୍ୟାନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ୱିତୀୟଭାଗରେ ମେଗା ନାଇଟ୍‌ ସେଲିବ୍ରେସନ୍‌ରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଶାନ । ତାଙ୍କ ଯାଦୁଭରା କଣ୍ଠରେ ଦର୍ଶକ ଝୁମିଥିଲେ । ସେଠାରେ ବିଭିନ୍ନ ଗୀତ ପରିବେଷଣ କରି ଦର୍ଶକଙ୍କୁ ନଚାଇଥିଲେ । ତାଙ୍କରି ଗୀତ ଯାଦୁରେ ମହୋତ୍ସବ ସ୍ଥଳ ରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସୁଭନ୍ ଆଲ୍ଲା.., ଆଜ୍ ଉନସେ ମିଲନ୍ ହାମେ…., ହୋ ପେହେଲି ବାର ଜବ ହାମ ମିଲେ… ଗୀତ ରେ ସଭିଏଁ ଝୁମି ଥିଲେ । ସେହିପରି ଅନ୍ୟତମ ଆକର୍ଷଣ ଥିଲେ ପ୍ରିନ୍ସ ଗୃପ ଡ୍ୟାନ୍ସ । ପ୍ରିନ୍ସ ଡ୍ୟାନ୍ସ ଗୃପ ଜେ ହୋ ଏବଂ ହକି ଗୀତରେ ଡ୍ୟାନ୍ସ ପରିବେଷଣ କରି ଦର୍ଶକଙ୍କୁ ମନ ମୋହିତ କରିଥିଲେ । ପଲ୍ଲୀଶ୍ରୀ ମେଳା ଆଉ ପୁସ୍ତକ ମେଳା ଗୁଡିକରେ ବହୁତ୍ ଭିଡ଼ ଦେଖିବାକୁ ମିଳିଥିଲା ଯେହେତୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ବାରା ନିର୍ମିତ ବିଭିନ୍ନ ଖାଦ୍ୟ ଓ ଘରସଜା ଉପକରଣ ସଭିଙ୍କୁ ଆକୃଷ୍ଟ କରିଥିଲା। ସେପଟେ ଚାଲିଥିବା ପୁସ୍ତକ ମେଳା ପରିସରରେ ଯୁବ ବିଦ୍ୟାର୍ଥୀ ମାନେ ବିଭିନ୍ନ ପାଠ୍ୟଉପକରଣ ପୁସ୍ତକ କିଣାକିଣି କରୁଥିବା ଦେଖିବାକୁ ମିଳୁଥିଲା । ବ୍ରହ୍ମପୁର ପୁଲିସ୍ ତରଫରୁ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ ସୁଚାରରୁପେ ତୁଲାଉଥିବା ସହ ସୁରକ୍ଷା ରେ ନିୟୋଜିତ ସମସ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ସୁବିଧା ଯୋଗାଇ ଆସୁଥିବାରୁ ସମସ୍ତ ପୁଲିସ କର୍ମଚାରୀଙ୍କୁ ମଞ୍ଚାସିନ ଅତିଥି ମାନେ କହିଥିଲେ ।

Leave a Reply

Your email address will not be published. Required fields are marked *