ଉଦଯାପିତ ହେଲା ବ୍ରହ୍ମପୁର ମହାନଗର ମହୋତ୍ସବ,ମଞ୍ଚରେ ଜଲୱା ଦେଖାଇଲେ ଓଲିଉଡ କଳାକାର ।

Spread the love

ବ୍ରହ୍ମପୁର – (ପିଵିନ୍ୟୁଜ)(୦୩/୦୩/୨୦୨୪) ଦକ୍ଷିଣ ଓଡିଶା, ବିଶେଷ କରି ଗଞ୍ଜାମ ଜିଲ୍ଲାର କଳା ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରିବା ସହ କଳାକାରଙ୍କୁ ମଞ୍ଚ ରେ ସୁଯୋଗ ଦେବା ଲକ୍ଷ୍ୟରେ ଆୟୋଜିତ ହୋଇଥିବା ମହାନଗର ମହୋତ୍ସବ ରବିବାର ଦଶମ ସନ୍ଧ୍ୟା ତଥା ଅନ୍ତିମ ଦିନରେ ପହଞ୍ଚିଛି। ଦୀର୍ଘ ୧୦ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ମହୋତ୍ସବ ମଞ୍ଚରେ ରାଜ୍ୟ ତଥା ଜିଲ୍ଲା ଏବଂ ବ୍ରହ୍ମପୁର ସହରର ବହୁ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ଏହି ମହୋତ୍ସବ ର ଦଶମ ତଥା ଶେଷ ସନ୍ଧ୍ୟାରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ବିକ୍ରମ କୁମାର ପଣ୍ଡା,ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ବିଜେଡି ସଭାପତି ତଥା ବ୍ରହ୍ମପୁର ର ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା, ଅନ୍ତର୍ଜାତୀୟ ମଞ୍ଚ ଉଡିଘୋଷକ ହୃଷିକେଶ ପାଣିଗ୍ରାହୀ, ସୁଦୀପତା ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ଶକ୍ତିଧର ରାଜଗୁରୁ, ସାମ୍ବାଦିକ ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କଳା ଓ କଳାକାରଙ୍କ ପାଇଁ ମହାନଗର ମହୋତ୍ସବର ଆବଶ୍ୟକତା ବିଷୟରେ ନିଜ ନିଜର ମତ ରଖିଥିଲେ। ଏହି ଅବସରରେ ମହାନଗର ମହୋତ୍ସବ ର ସଭାପତି ନାରାୟଣ ମହାଙ୍କୁଡଙ୍କ
ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟରେ ମହୋତ୍ସବ କମିଟିର ଆବାହକ ଉମା ଚରଣ ପାଣିଗ୍ରାହୀ,ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପ ସଭାପତି ମିହିର ତ୍ରିପାଠୀ ,ଅନୀଲ କୁମାର ପାତ୍ର , ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ,ଅସିତ୍ ପଣ୍ଡା ମଞ୍ଚାସୀନ ଥିଲେ। ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ରବିବାର ଶେଷ ହୋଇଛି। ମହୋତ୍ସବର ଶେଷ ରଜନୀରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୋଟପାଡର କଳାକାରଙ୍କ ଦ୍ଵାରା ଢେମସା ନୃତ୍ୟ,ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ମହୋତ୍ସବର ଶେଷ ସନ୍ଧ୍ୟାରେ ଓଲିଉଡ କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଲିଉଡ ଗାୟକ ସ୍ୱୟଂ ପାଢ଼ୀ, ଭାଗ୍ୟଶ୍ରୀ ମହାନ୍ତି, ସିନେ ଅଭିନେତା ପୁପିନ୍ଦର ସିଂ, ଅଭିନେତ୍ରୀ ଶୀତଲ ପାତ୍ର ଉପସ୍ଥିତ ଦର୍ଶକଙ୍କୁ ଗୀତ ଓ ଅଭିନୟରେ ଆକୃଷ୍ଟ କରିଥିଲେ। ଏଥିସହ ବିଦୁ ଡ୍ୟାନ୍ସ ତ୍ରୁପ ପକ୍ଷରୁ ମର୍ଡନ ଡ୍ୟାନ୍ସ ପରିବେଷଣ କରାଯାଇଥିଲା। ସେହିପରି ଦୀର୍ଘ ୧୦ ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମ ର ପ୍ରତ୍ୟକ ଅପରାହ୍ନ ରେ ଆୟୋଜିତ କବିତା ଆସରରେ ଶହ ଶହ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ କବି ପ୍ରମୁଖ ଉପସ୍ଥିତ ରହି ନିଜର କବିତା ର ଶୀର୍ଷକ ଗାନ କରିଥିଲେ। ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *