ମହାନଗର ମହୋତ୍ସବର ନବମ ରଜନୀ,ମର୍ଡନ ଡ୍ୟାନ୍ସରେ ଦୁଲୁକିଲା ମଞ୍ଚ।
ବ୍ରହ୍ମପୁର -(ପିବୀନ୍ୟୁଜ୍) (୦୨/୦୩/୨୦୨୪) ସ୍ଥାନୀୟ କଳା ଓ କଳାକାରଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିବା ମହାନଗର ମହୋତ୍ସବ ଶନିବାର ନବମ ରାଜନୀରେ ପହଞ୍ଚିଛି। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ଏହି ମହୋତ୍ସବ ର ନବମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗ ଦେଇ କଳା ଓ କଳାକାରଙ୍କ ପାଇଁ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ।ସମ୍ମାନିତ ଅତିଥି ରୂପେ ବିଜେପି ନେତା ଉତ୍ତମ ପାଣିଗ୍ରାହୀ, ବିଜେପି ନେତ୍ରୀ ସବିତା ସୁଆର, ନାଳାନ୍ଦ ଶ୍ରୀ ଇନଷ୍ଟିଚ୍ୟୁଟ ର ଏମଡି କାଳୀ ଚରଣ ସାହୁ, ବ୍ରହ୍ମପୁର ଅତିରିକ୍ତ ଏସପି ଅସୀମ ପଣ୍ଡା, ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା, ମହୋତ୍ସବର ଉପ ସଭାପତି ମିହିର ତ୍ରିପାଠୀ, କ୍ରେଡେୟାର ସମ୍ପାଦକ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମହାନଗର ମହୋତ୍ସବ ର ଆବାହକ ଇ. ଉମା ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟରେ ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ , ସମ୍ପାଦକ ଗୋପାଳ ପଟ୍ଟନାୟକ, ଅନୀଲ କୁମାର ପାତ୍ର ମଞ୍ଚାସୀନ ଥିଲେ। ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ରବିବାର ଶେଷ ହେବ। ମହୋତ୍ସବର ନବମ ସଂନ୍ଦ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ସେହିପରି କାର୍ଯ୍ୟକ୍ରମ ର ପ୍ରତ୍ୟକ ଅପରାହ୍ନ ରେ ଆୟୋଜିତ କବିତା ଆସରରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ କବି ପ୍ରମୁଖ ଉପସ୍ଥିତ ରହି ନିଜର କବିତା ର ଶୀର୍ଷକ ଗାନ କରିଥିଲେ। ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।


