ବରିଷ୍ଠ ଓକିଲ ଏବଂ ସାମ୍ବାଦିକ ସାମାଜିକ କର୍ମୀ କବିରାଜ ଗଜାନନ ତ୍ରିପାଠୀ ଙ୍କୁ ମିଳିଲା ସମ୍ମାନ ଜନକ ଡ଼କ୍ଟରେଟ୍ ଉପାଧି ।
ଦିଗପହଣ୍ଡି(ପିବୀନ୍ୟୁଜ୍) ଗଂଜାମ ଜିଲ୍ଲାର ଜଣେ ଜଣାଶୁଣା ଲେଖକ କବି ସାମ୍ବାଦିକ ତଥା ପରିବେଶପ୍ରେମୀ ପ୍ରକୃତିମଣିଷ ଆଇନଜୀବୀ ଏବଂ ସମାଜିକ କର୍ମୀ ପ୍ରାକୃତିକ ଚିକିତ୍ସା ସହାୟକ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀ ଙ୍କୁ ଭାରତର ବିଭିନ୍ନ ପ୍ରାନ୍ତରେ
ପ୍ରକୃତିର ସୁରଷା ପରିବେଶର ସୁରଷା ଜୀବଜଗତର ସୁରଷା ମାନବାଧିକାର ସୁରଷା ପାଇଁ କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ସହବନ୍ଧିତ ବିଶ୍ୱ ସଂସ୍କୃତି ପର୍ଯ୍ୟାବରଣ ସୁରଷା ମନ୍ତ୍ରଣାଳୟ ନୂଆଦିଲ୍ଲୀ ପକ୍ଷରୁ ମାର୍ଚ୍ଚ ୨୦ ତାରିଖ ୨୦୨୪ ରେ ସମ୍ମାନ ଜନକ ଡ଼କ୍ଟରେଟ୍ ଉପାଧି ପ୍ରଦାନ କରାଯାଇଅଛି । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସଂସଦିୟ କ୍ଳବ୍ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଇନଜୀବୀ ତଥା ପରିବେଶବିତ୍ତ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀ ଙ୍କୁ ଡ଼କ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା।
ଡ଼କ୍ଟର ଗଜାନନ ତ୍ରିପାଠୀ ଏଥି ପୂର୍ବରୁ ୨୦୦୨ ରେ ଡ଼କ୍ଟର ଆମ୍ବଦ୍କର ଫେଲୋସିପ୍ ସମେତ ଓଡ଼ଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ ୨୦୦୨, ମୟୁରଭଞ୍ଜ ଜିଲ୍ଲା ବରପଦା ହଲଦୀପଦା ସ୍ଥିତ ସୁନାଚାନ୍ଦ ସୁନାପିଲା ବାଣୀପିଠ ଠାରେ ୨୦୦୪ମସିହାରେ ପ୍ରଜ୍ଞା ବାଣୀଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୧୦ ମସିହାରେ ବେଷ୍ଟ କ୍ରିୟେଟିଭ୍ ରାଇଟର୍ ଆଂଡ଼ ଜୋର୍ନାଲିଷ୍ଟ ସମ୍ମାନ ଦିଆଯାଇଥିଲା । ଡ଼କ୍ଟର ଗଜାନନ ତ୍ରିପାଠୀ ଙ୍କୁ ଓଡ଼ିଶା ର ବିଭିନ୍ନ ସାହିତ୍ଯ ସଂସ୍କୃତି ଅନୁଷ୍ଠାନ ମାନଙ୍କ ପକ୍ଷରୁ ଅନେକାନେକ ସମ୍ମାନ ମିଳିଛି । ଖେମୁଣ୍ଡି ରକ୍ତଦାନ ସଂଘ ପକ୍ଷରୁ ବହୁବାର ରକ୍ତଦାନ କରିବାପରେ ସମ୍ମାନିତ କରାଯାଇଥିଲା । ଡ଼କ୍ଟର ଗଜାନନ ତ୍ରିପାଠୀ ବିଭିନ୍ନ ସାହିତ୍ଯ ସଂସ୍କୃତି ଅନୁଷ୍ଠାନ ମାନବାଧିକାର ଅନୁଷ୍ଠାନ ପରିବେଗ ସୁରଷା ଅନୁଷ୍ଠାନ ସହିତ ଜଡ଼ିତ ରହି ଜୀବନତମାମ ଏହି କର୍ତ୍ତବ୍ୟ କରିଚାଲିଛନ୍ତି ।

