ପ୍ରକାଶ ପଟ୍ଟନାୟକଙ୍କ ପୁସ୍ତକ “ପ୍ରକାଶ ଅନୁଭୂତି ପ୍ରକାଶ”ର ଶ୍ରଦ୍ଧା ସମର୍ପଣ ଉତ୍ସବ ଅନୁଷ୍ଠିତ।

Spread the love

ବ୍ରହ୍ମପୁର(ପିବୀନ୍ୟୁଜ୍)ବରିଷ୍ଠ ସାମ୍ୱାଦିକ ତଥା କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସାମ୍ୱାଦିକତା ଜୀବନୀକୁ ନେଇ ତାଙ୍କ ଦ୍ୱାରା ରଚିତ ପୁସ୍ତକ “ପ୍ରକାଶ ଅନୁଭୂତି ପ୍ରକାଶ”ର ଶ୍ରଦ୍ଧା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରେକ୍ଷାଳୟରେ ଅଭିଶେକ୍ କ୍ରିଏସନ ପକ୍ଷରୁ ରବିବାର ଆୟୋଜିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ , ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢୀ, ବ୍ରହ୍ମପୁର ଆକାଶବାଣୀର ପୂର୍ବତନ ସହ-ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀ, ବିଶିଷ୍ଠ କବି ତଥା ପ୍ରାଧ୍ୟାପକ ବିପିନ ନାୟକ, କଥା ବାଚକ ଶରଣାରବିନ୍ଦ ଓଝା ପ୍ରମୁଖ ଅତିଥି ରୁପେ ଯୋଗ ଦାନ କରି ଏପରି ପୁସ୍ତକ ଯୁବ ସାମ୍ୱାଦିକ ମାନଙ୍କ ପାଇଁ ପଥ ପ୍ରଦର୍ଶକ ହେବ ବୋଲି ମତ ରଖିଥିଲେ । କଳିଙ୍କ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ କରମକଳରେ ପୂର୍ବରୁ ଉନ୍ନୋଚିତ ହୋଇଥିବା ଏହି ପୁସ୍ତକର ସମର୍ପଣ ଉତ୍ସବରେ ବହୁ ସାମ୍ୱାଦିକ , ସାହିତ୍ୟିକ ଓ କଳାକାର ଯୋଗଦାନ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରକାଶ ଙ୍କ ସାମ୍ୱାଦିକତା ଅନୁଭୂତି ସହ ଯୋଡ଼ି ହୋଇଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ୱର୍ଦ୍ଦିତ କରାଯାଇଥିଲା । ଗାଳ୍ପିକ ସୁନନ୍ଦା ଚୌଧୂରୀଙ୍କ ପୁସ୍ତକ ଅୟମାରମ୍ଭ କୁ ଅତିଥିମାନେ ଉନ୍ନୋଚନ କରିଥିଲେ । ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିରିଷ୍ଠ ସାମ୍ୱାଦିକ ତଥା ସାହିତ୍ୟିକ ସୁଦାମବନ୍ଧୁ ଭଟ୍ଟମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୁଦିପ ସାହୁ ଓ ରଶ୍ମିତା ଦଳେଇ ମଞ୍ଚ ପରିଚାଳନା କରିଥିବା ବେଳେ ସୁନନ୍ଦା ଚୌଧୂରୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।….

Leave a Reply

Your email address will not be published. Required fields are marked *