୫୦ ବର୍ଷରେ ଏକକାଳୀନ ଶହେ ଟଙ୍କା ଦୈନିକ ମଜୁରୀ ବୃଦ୍ଧି,ଇତିହାସ ରଚିଲା ଓଡିଶା -ବିଜୁ ଶ୍ରମିକ ସାମୁଖ୍ୟ

Spread the love

ବ୍ରହ୍ମପୁର,(ପିବିନ୍ୟୁଜ୍)26/6: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ୫୦ ବର୍ଷ ମଧ୍ୟରେ ଏକକାଳିନ ଦୈନିକ ମଜୁରୀକୁ ୧୦୦ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ଆଜି ବ୍ରହ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ଶ୍ରୀ ସୁବାସ ସିଂହ ପ୍ରକାଶ କରିଛନ୍ତି। ଦୈନିକ ମଜୁରୀ ଓଡ଼ିଶାରେ ୩୪୬ଟଙ୍କାରୁ ୪୫୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି, ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ, ବେସରକାରୀ ଓ ଶିଳ୍ପ ସଂସ୍ଥା, ଘରୋଇ କାର୍ଯ୍ୟ ଏବଂ ସବୁସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହେବେ। ବିଶେଷ କରି ମହାନଗର ନିଗମରରେ କାର୍ଯ୍ୟରତ ଶ୍ରମିକ, ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହାଦ୍ବାରା ଉପକୃତ ହେବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ” ନୂଆ ଓଡିଶା ରାଜ୍ୟ ତମାମ ରୂପାନ୍ତରୀକରଣ, ଶିଳ୍ପବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ। ସେମାଙ୍କର ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ବପୂର୍ଣ ପ୍ରସଙ୍ଗ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ “ମା” ମାନଙ୍କ ପାଇଁ ୧୦ଲକ୍ଷ ଏବଂ ସମ୍ପୂର୍ଣ୍ଣ ପରିବାର ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଶ୍ରମିକ ଶ୍ରେଣୀର ଲୋକଙ୍କୁ ପାଇଁ ଏକ ବଡ଼ ସୁରକ୍ଷା ପ୍ରଦାନ କରିପାରିଛି।ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ଲକ୍ଷ ୪୮ ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।ସେମାଙ୍କୁ ବିଭିନ୍ନ ଯୋଜନାରେ ୩ହଜାର ୫୨୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିଛି। ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକ ଏପରିକ ଡୋମେସ୍ଟିକ ଶ୍ରମିକ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଅଛି। ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁପ୍ରକାର ଚାଳକ ଓ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଇପାରୁଅଛି। କେନ୍ଦୁପତ୍ର ତୋଳାଳୀ ଓ ବୁଣାକାରମାନଙ୍କୁ ସବୁପ୍ରକାର ସହାୟତା ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ୫୦ ଭାଗ ରାଶି ବୃଦ୍ଧି କରାଯାଇଅଛି ବୋଲି ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ଉପଦେଷ୍ଟା ଶ୍ରୀ ରାଜୀବ ମହାନ୍ତି ପ୍ରକାଶ କରିଛନ୍ତି । ବ୍ରହ୍ମପୁର ସହରରେ କାର୍ଯ୍ୟରତ ମହାନଗର ନିଗମ କର୍ମଚାରୀ, ହୋଟେଲ ବ୍ୟବସାୟରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ ଦୋକାନ ବଜାର ଓ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧିର ବଡ଼ ସହାୟତା ପାଇପାରିବେ। ଏହାଛଡା ଅଟୋଚାଳକ, ଫୋଟୋଗ୍ରାଫର, ଘରୋଇ କାର୍ଯ୍ୟରତ ଶ୍ରମିକ, ଅଣସଂଗଠିତ ଶ୍ରମିକ ବୋର୍ଡ଼ରେ ସାମିଲ ହୋଇ ସବୁପ୍ରକାର ସହାୟତା ପାଇବାକୁ ହକଦାର ହୋଇପାରିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ +୩ ଏବଂ ପି.ଜି. ପିଲାଙ୍କ ପାଇଁ ଛାତ୍ରଛାତ୍ରୀ ବୃତ୍ତି ଶତକଡା ୯୮ ଭାଗ ଛାତ୍ରଛାତ୍ରୀ ସ୍କଲାରସିପ ପାଇବା ଘଟଣା ଦେଶରେ ବିରଳ। ଶ୍ରମିକ ପରିବାର ଏଥିରେ ସର୍ବାଧିକ ଉପକୃତ ହେବେ । ଓଡ଼ିଶାର ବ୍ରହ୍ମପୁର ସମେତ ସବୁସ୍ତରରେ ଶ୍ରମିକମାନଙ୍କୁ ଦକ୍ଷତା ବୃଦ୍ଧି ଟ୍ରେନିଂ ଦିଆଯାଇ କୁଶଳୀ କରାଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ଉପଦେଷ୍ଟା ଶ୍ରୀ ରାଜୀବ ମହାନ୍ତି, ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *