ଗ୍ରୀଷ୍ମ କାଳୀନ ଡାନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ।

Spread the love


ବ୍ରହ୍ମପୁର,(ପିବିନ୍ୟୁଜ୍) ଗୋଲନ୍ଥରା ସ୍ଥିତ ଏଡୀ ଏସ ଡାନ୍ସ ଷ୍ଟୁଡିଓ ପକ୍ଷରୁ ଗ୍ରୀଷ୍ମ କାଳୀନ ଡାନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଗ୍ରୁପ୍ ର ଡାଇରେକ୍ଟର ତଥା କୋରିୟଗ୍ରାଫର୍ ଶଙ୍କର ରାଉଳ ଏବଂ ପିଙ୍କି କୁମାରୀ ସାବତଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସୁନାମ ଧନ୍ୟ କୋରିୟଗ୍ରାଫର ତଥା ଡାନ୍ସ ର ହରିହର ଦାସ,ସମ୍ମାନିତ ଅତିଥି ଭାବେ ସୁଶାନ୍ତ ସାହୁ,ଓଡିୟାନ୍ ଗୁରୁକୁଳ ର ଅଧ୍ୟକ୍ଷା ମମତା ପାଢ଼ୀ,କ୍ଲିନର ସମାଜର ସଭାନେତ୍ରୀ ସୁଇଟି ସାହୁ,ଫେସନ୍ ଡିଜାଇନର ତଥା ଓଡ଼ିଶା ସୁନ୍ଦରୀ ପୁଷ୍ପାଞ୍ଜଳି ମହାପାତ୍ର,ବରିଷ୍ଠ ସାମ୍ବାଦିକ ସୁଦି ପ୍ ସାହୁ,ସାମ୍ବାଦିକ ସୁଦର୍ଶନ ରାଉଳ,ସାଧନା ପାଢ଼ୀ,ରଶ୍ମିତା ରାଉଳ,ଆନନ୍ଦ ରାଉଳ,ସୁରେଶ କୁମାର,ପ୍ରଦୀପ ସେଠୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଣାଶୁଣା ଏଙ୍କର ଟୁଇଁଙ୍କିଲ୍ ଗମାଙ୍ଗ ମଞ୍ଚ ପରିଚାଳନା କରିଥିଲେ।କୃତି ପ୍ରତିଯୋଗୀ ଓ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଗ୍ରାମାଞ୍ଚଳ ରୁ ଆରମ୍ଭ କରି ଜିଲ୍ଲା ସ୍ତରରୁ ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରରେ ନୃତ୍ୟ ପ୍ରତିଭାକୁ ବିକଶିତ କରିବା ହେଉଛି ଏଡି ଏସ ଡାନ୍ସ ଷ୍ଟୁଡିଓର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଗ୍ରୁପ୍ ର ଡାଇରେକ୍ଟର ତଥା କୋରୀୟଗ୍ରାଫର୍ ଶଙ୍କର ରାଉଳ,ଏବଂ ପିଙ୍କି ସାବତ। ଗ୍ରୁପ ର ପିଲାମାନଙ୍କ ଦ୍ଵାରା ଶିକ୍ଷା ଲାଭ କରିଥିବା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିବା ବେଳେ ପିଲାମାନଙ୍କ ମା ମାନେ ମଞ୍ଚରେ ନୃତ୍ୟ ପରିବେଷଣ କରି ମୁଖ୍ୟ ଆକର୍ଷଣ ସାଜିଥିଲେ।ପିଲାମାନଙ୍କ ପକ୍ଷରୁ ଫେଶନ୍ ସୋ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ରବି ବେହେରା,ଏବଂ ଅନୁଷ୍ଠାନର କର୍ମକର୍ତ୍ତା ପରିଚାଳନା କରିଥିଲେ।ଶେଷରେ ରାଉଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *