ମା ଗଙ୍ଗେଇ ସୁଣୀ ଦେବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା।
ବ୍ରହ୍ମପୁର,(ପିବିନ୍ୟୁଜ୍)ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଗୋପାଳପୁର ଗ୍ରାମରେ ମା ଗଂଗେଇ ଶୁଣୀ ଦେବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଯାଇଛି।ଏହି ଉତ୍ସବ 3ଦିନ ଧରି ଚାଲୁ ରହିଛି।ଏହି ପ୍ରତିଷ୍ଠା ଉତ୍ସବ ରେ ଅଙ୍କୁରା ରୋପଣ, ରତ୍ନମୁଦ,ଜଳଯାତ୍ରା,ମଣ୍ଡଳାଧିବାସ,ବ୍ରାହ୍ମଣ ବରଣ,ଦେବୀଙ୍କ ଅଧିବାସ,ସ୍ନାନ,ପୂଜା,ହୋମ, ନାମ ଯଜ୍ଞ,ଘୃତ ଯଜ୍ଞ, ଅର୍ଣ ଯଜ୍ଞ ପ୍ରମୁଖ କାର୍ଯ୍ୟମାନ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନରୁ ପ୍ରାୟ ହଜାର ହଜାର ଭକ୍ତ ମାନେ ମାଙ୍କ ପୀଠକୁ ଆସି ମାଙ୍କ କରୁଣା ଲାଭ କରିଛନ୍ତି।ଏହି ପ୍ରତିଷ୍ଠା ଉତ୍ସବ କୁ ମନ୍ଦିରର କମିଟି ବୃନ୍ଦ,ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

