ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ଗୋଷ୍ଠୀଗତ ଗବେଷଣା ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବା ପାଇଁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଆବଶ୍ୟକ : କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ
ବ୍ରହ୍ମପୁର (ପିବିନ୍ୟୁଜ୍)୧୩ ଜୁନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଗୋଷ୍ଠୀଗତ ଗବେଷଣା ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବା ପାଇଁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଲୋକାର୍ପଣ କରିଛନ୍ତି । ପ୍ରଫେସର ଦାସଙ୍କ କରକମଳରେ ଉନ୍ମୋଚିତ ହୋଇଛି ଗବେଷଣା ପ୍ରଗୋଷ୍ଠୀ @ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କଂପେଣ୍ଡିଅମ୍ ଏବଂ R&D cellର ସୂଚନା ପ୍ରଦର୍ଶନ ବୋର୍ଡ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀ ସଚ୍ଚିଦାନନ୍ଦ ନାୟକ ଏବଂ R&D cellର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ସମେତ R&D cellର ସଦସ୍ୟ ଶ୍ରୀ ମନମୋହନ ବେହେରା, ଶ୍ରୀମତୀ ଉଜ୍ଜ୍ୱଳବତୀ ନାୟକ ଏବଂ ଶ୍ରୀ ଗୌରବ ଦାସଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନ ସମାରୋହ ହୋଇଥିଲା । ଏ ପ୍ରକଳ୍ପସମୂହ ଗବେଷଣା କ୍ଷେତ୍ରରେ ନବୀନତା, ବହୁମୁଖିତା ସଙ୍ଗେ ସଙ୍ଗେ ଗବେଷଣା ମାନ ବୃଦ୍ଧି ନିମନ୍ତେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିବଦ୍ଧତାକୁ ସୂଚିତ କରାଏ ।

