ଗୋପାଳପୁର ପାନ୍ଥ ନିବାସ ରେ ରଜ ମହୋତ୍ସବ ପାଳିତ।

Spread the love


ଗୋପାଳପୁର – ୧୪/୬/୨୪ ( ପିବିନ୍ୟୁଜ୍ ) ଓଡ଼ିଶା ର କୃଷିଭିତ୍ତିକ ପାରମ୍ପରିକ ପର୍ବ ରଜ ମହୋତ୍ସବ କୁ ଓଟିଡିଶି ର ମ୍ୟାନେଜର ବାପି ରଞ୍ଜନ ପୃଷ୍ଟି ଙ୍କ ଆୟୋଜନ ରେ ପାନ୍ଥ ନିବାସ ରେ ରଜ ମହୋତ୍ସବ କୁ ତିନିଦିନ ବ୍ୟାପି ଚାଲୁ ରହିବ। ପାଇଁ ଆଜି ଶୁଭାରମ୍ଭ ହୋଇଥିଲା।ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ହସ୍ତ କମଳରେ ଶୁଭ ଉଦଘାଟନ କରିଥିଲେ ତାଙ୍କ ସହ ଉପାଧ୍ୟକ୍ଷ ବି ଉମା ମଧ୍ୟ ଉପସ୍ଥିତ ରହି ଏହି ଉଚ୍ଚବ ପାଳନ ଦ୍ଵାରା ପାନ୍ଥ ନିବାସ ରେ ରହୁଥିବା ଦେଶ ବିଦେଶ ର ପର୍ଯ୍ୟଟକ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ବିଶେଷତ୍ଵ କୁ ବୁଝିବା ସହ ଉପଭୋଗ କରିପାରିବେ ତା ସହ ସଂସ୍କୃତି ବଞ୍ଚିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ପର୍ଯ୍ୟଟକ ଉପସ୍ଥିତ ରହି ରଜଦୋଳି ରେ ବସିବାର ମଜା ନେବା ସହ ଆମ ପରମ୍ପରା ଅନୁଯାୟୀ ଯେଉଁ ପିଠାପଣା ପାନଖିଆ ମଜା ର ଯେମିତି କି ପୋଡ଼ ପିଠା, ମଣ୍ଡା ପିଠା, ଦହିବରା, କାକରା, ମୁଦୁଗ ଓ ଦହି ଝାଜ ସରବତ ର ମଜା ନେଇଥିଲେ । ଏହି ଅବସରରେ ସମ୍ପର୍କ ମିଡ଼ିଆ ର ସମ୍ପାଦକ ଶ୍ରୀ ସନତ କୁମାର ପଣ୍ଡା, ପର୍ଯ୍ୟଟନ ଭାରତ ର ସମ୍ପାଦକ ନାରାୟଣ ମହାକୁଡ଼ ଙ୍କ ସହ ୱାର୍ଡ ମେମ୍ବର ମାନକ ମଧ୍ୟରୁ ଜି ମହୋନ ରାଓ, ନିର୍ମଳା କୁଜୁର, କଳ୍ପନା ବେହେରା,ବି ଗୋପାଳ କ୍ରିଷ୍ଣା ଓ ଜି ମୋହନ ରାଓ ଙ୍କ ସହ ବହୁ ପର୍ଯ୍ୟଟକ ଏବଂ ପାନ୍ଥ ନିବାସ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି ବିଶେଷ କାର୍ଯ୍ୟ କ୍ରମକୁ ଆୟୋଜିତ କରିଥିଲେ। ଏହି ପରି ଏକ ଆୟୋଜନ କରିଥିବାରୁ ପାନ୍ଥ ନିବାସ ରେ ରହୁଥିବା ଟୁରିଷ୍ଟ ପାନ୍ଥ ନିବାସ ର ସମସ୍ତ କର୍ମଚାରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପରି ପ୍ରତ୍ୟେକ ବର୍ଷ କରିବା ପାଇଁ ପ୍ରେରଣା ଦେଇଥିଲେ।

Leave a Reply

Your email address will not be published. Required fields are marked *