ଅରବିନ୍ଦ ବିଦ୍ୟାଳୟ ତରଫରୁ ଗୁରୁ ଦିବସ ପାଳିତ ।
ବେଲଗୁଣ୍ଟା(ପିବିନ୍ୟୁଜ) ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଦେଇ ଜ୍ଞାନର ଆଲୋକ ବିତରଣ କରିଥାନ୍ତି ,ଗୁରୁ ସର୍ବଦା ପୂଜନୀୟ ,ତାଙ୍କ ଆଶୀର୍ବାଦ ସଦା କାମ୍ୟ , ଗୁରୁଙ୍କ ଉପଦେଶ ଶିଷ୍ୟକୁ ଉନ୍ନତ ଜୀବନ ଗଢିବାରେ ସାହାଯ୍ୟ କରେ । ବିଭିନ୍ନ ଛାତ୍ର ଛାତ୍ରୀ ସେମାନଙ୍କ ବକ୍ତବ୍ୟରେ ଗୁରୁଙ୍କ ମହିମା ବଖାଣି ରାଧା କୃଷ୍ଣଙ୍କ ଜୀବନୀ ଉପରେ ଆଲୋକ ପାତ କରିଥିଲେ। ପ୍ରଥମେ ରୋଟାରୀ କ୍ଲବ ର ଆସିଷ୍ଟାଣ୍ଟ ଗଭୋର୍ଣ୍ଣର ତଥା ସମାଜ ସେବିକା ସୃଜନୀ ର ପ୍ରତିଷ୍ଠାତା ଶ୍ରୀମତୀ ବନ୍ଦିତା ସାହୁ ତ୍ରିପାଠୀ ପ୍ରଦୀପ ପ୍ରଯ୍ୟଳନ କରି କାଯ୍ୟକ୍ରମ କୁ ଉଦଘାଟନ କରିଥିଲେ।
ସଭାପତି ଶ୍ରୀଯୁକ୍ତ ଭି. ଦେବି ପ୍ରସାଦ ମିଶ୍ର ସଭାପତି ଆସନ ରେ ଅଳଙ୍କୁତ କରି ସଭା କାଯ୍ୟ ପରିଚାଳନା କରିଥିଲେ। ବିଶିଷ୍ଠ ଅତିଥି ଭାବେ ୟୁବ ସମାଜସେବକ ତଥା ସ୍ୱତନ୍ତ୍ର ନ୍ୟୁଜ଼ ର ମୁଖ୍ୟ ପରିଚlଳକ ଓ ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ ର ସଭାପତି ରୋଟାରୀଆନ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ପାତ୍ର ସମାଜକୁ କିଛି ବାର୍ତା ଦେଇ ଗୁରୁ ଓ ଶିଷ୍ୟ ର ପରମ୍ପରା ଉପରେ ଆଲୋଚନା କରିଥିଲେ। ଏବଂ ଉପଦେଷ୍ଟା ଭାବେ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ଚୌଧୁରୀ, ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ଦାସ, ଅଧକ୍ଷା ଶ୍ରୀମତୀ ବାସନ୍ତୀ ଦାସ, ସନ୍ମlନୀୟ ଅତିଥି ଶ୍ରୀଯୁକ୍ତ ସନ୍ତୋଷ କୁମାର ଦଳାଇ ଏବଂ ଅନୁଷ୍ଠାନ ର ଗୁରାଜୀ ମାନେ ମିଲୁ ଗୁରୁଜୀ, ସତ୍ୟନାରାୟଣ ଗୁରାଜୀ ଓ ଗୁରୁମା ମାନେ ଶ୍ରୁତିଲେଖା, କାଜଲ, ରଶ୍ମିତା, ତୁଳସୀ, ବର୍ଷା, କବିତା, ଜ୍ୟୋତି, ଏବଂ ନନ୍ଦିନୀ ମାଉସୀ କାଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବକୃତା ପ୍ରତଯୋଗୀତା ଅନୁଷ୍ଠିତ ହୋଇଥିଲା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାପତି ଶ୍ରୀଯୁକ୍ତ ଭି ଦେବି ପ୍ରଶାଦ ମିଶ୍ର କିଛି ଉପହାର ପ୍ରଦାନ କରିଥିଲେ। ଅନୁଷ୍ଠାନ ର ଅଧକ୍ଷା ଶ୍ରୀମତୀ ବାସନ୍ତୀ ଦାସ ସଭାକୁ ସଂଯୋଜନା କରି ଶୋଭା ବର୍ଦ୍ଧନ ବଢlଇଥିଲେ। ଶେଷରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ

