ଗଂଜାମର ଲୋକସଂସ୍କୃତି, ଲୋକନୃତ୍ୟ ତଥା ପାରମ୍ପରିକ କଳା ବିଶ୍ବବିଦିତ: ବାଚସ୍ପତି ସୁରମା ପାଢ଼ୀ
ବ୍ରହ୍ମପୁର, (ପିବିନ୍ୟୁଜ୍): ଗଂଜାମର ଲୋକସଂସ୍କୃତି, ଲୋକନୃତ୍ୟ ତଥା ପାରମ୍ପରିକ କଳା ବିଶ୍ବବିଦିତ ବୋଲି ବାଚସ୍ପତି ସୁରମା ପାଢ଼ୀ ପ୍ରକାଶ କରିଛନ୍ତି । ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁ ବ୍ରହ୍ମପୁରର ଆଇଟିଆଇ ସମ୍ମିଳନୀ କକ୍ଷରେ ହୃଷୀକେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘କୁମାର ପୁନେଇଁ ଜନ୍ମଲୋ’ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ଲୋକନୃତ୍ୟ ଓ କଳା, ପରମ୍ପରା ଲୋପ ପାଇଯାଉଥିବା ବେଳେ ମଧୁମାୟା ଫାଉଣ୍ଡେସ୍ ପକ୍ଷରୁ ଆୟୋଜିତ କୁମାର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ ଦ୍ୱାରା ବିଲୁପ୍ତ ପ୍ରାୟ ପରମ୍ପରାକୁ ପୁନଃ ଜିବିତ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ମାଟି ବହୁ ବୁଦ୍ଧିଜିବୀ, ରାଜନୈତିଜ୍ଞ ବ୍ୟକ୍ତି, କଳାକାର ସୃଷ୍ଟି କରିଥିବା ନଜିର ରହିଥିବା ବେଳେ ଗଂଜାମ ଜିଲ୍ଲାର ସଂସ୍କୃତି, ଲୋକନୃତ୍ୟ ପରମ୍ପରା ବିଶ୍ଵରେ ପରିଚିତ ବୋଲି ପ୍ରକାଶ କରିଥିଲେ ।
ଏହି ଉତ୍ସବକୁ ହୃଷିକେଶ ପାଣିଗ୍ରାହୀ ଓ ସୁଦୀପ୍ତା ପାଣିଗ୍ରାହୀଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇଜରର ଅଧିକାରୀ ଜୟଦିପ୍ ମୁଖପାଧ୍ୟାୟ, ଜହାନନ୍ସବର୍ଗର ଓସିଏ ଫାଉଣ୍ଡର ମେମ୍ବର ଟ୍ରିସମାପତି ଜେନା, ଓସିଏ ସମ୍ପାଦକ ସଞ୍ଜିତ୍ ନାୟକ, ସୁଜାତା ପାଢ଼ୀ, ସୁଜାତା ଭଟ୍ଟାଚାର୍ଯ୍ୟ ଓ ସୁଜାତା ଅଧିକାରୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ଯରେ ତ୍ରିପତି ବାଲାଜୀ ପାତ୍ର, ମିହିର କୁମାର ତ୍ରିପାଠୀ, ଡି ସୋମେୟା, ସୁନୀଲ ପଟ୍ଟନାୟ, ଡକ୍ଟର ସୋନାଲୀ ସାହୁ, ନିରଞ୍ଜଜନ ପାଲଟାଙ୍କ ସମେତ ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ । କୁମାର ପୁର୍ଣିମା ଯୋଗୁଁ ଏଠାରେ କାକରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହି ପରି ଅମରେଶ କୁମାର ସାହୁ, ରାଇମତି
ଘି ଭରିଆ ଓ ଅସିତ ତ୍ରିପାଠୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ସେହି ପରି ଓଡ଼ିଶା ଓ ଅନ୍ୟରାଜ୍ୟର ପ୍ରସିଦ୍ଧ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଥୁମଧ୍ଯରେ ଶଙ୍ଖନାଦ, ପାରମ୍ପାରିକ ସଂଗୀତ କୁମାର ପୁନେଇଁ ଜହ୍ନଲେ, ଜହ୍ନି ଓଷା, କୃଷ୍ଣରାସ୍ଥ୍ୟ ନୃତ୍ୟ, ଓଡ଼ିଶୀ ନୃତ୍ୟ, ପୁଚିଖେଳ , ରଙ୍ଗ, ରାମଲୀଳା, ଛତିଶି ଗଡ଼ର ଲୋକନୃତ୍ୟ ପ୍ରବୃରି ନୃତ୍ୟ ଜନ ସାଧାରଣଙ୍କୁ ମନ ରେଞ୍ଜନ ଯୋଗାଇଥିଲ। । ଶେଷରେ ଡକ୍ଟର ବିଶ୍ଵନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।








