ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ଭୁକ୍ତ ଗୃହ ବିଜ୍ଞାନ ବିଭାଗରେ ଶୁକ୍ରବାର ଦିନ ଜାତୀୟ କାର୍ଗିଲ ବିଜୟ ଦିବସ ପାଳିତ ।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ଭୁକ୍ତ ଗୃହ ବିଜ୍ଞାନ ବିଭାଗରେ ଶୁକ୍ରବାର ଦିନ ଜାତୀୟ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ କ୍ୟାପଟେନ ନାରାୟଣ ବିଶୋଇ ଯୋଗ ଦେଇଥିଲେ। ସେ ଏହି ଦିବସର ମହତ୍ତ୍ଵ ଛାତ୍ରୀ ମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ଏହି ଅବସ୍ମରଣୀୟ ଓ ଐତିହାସିକ ଦିବସଟିକୁ ସ୍ମରଣ କରି ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ମାନେ ନିଜର ବକ୍ତବ୍ୟ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟା ପ୍ରଧ୍ୟାପିକା ଡ. ସସ୍ମିତା ବେହେରା ଏବଂ ଅଧ୍ୟାପିକା ଅଲିତା ମିଞ୍ଜ ଓ ଅନିତା ପାଣ୍ଡେ ଏବଂ ଛାତ୍ରୀ ମାନେ କାର୍ଗିଲ୍ ଯୁଦ୍ଧରେ ସହିଦ୍ ଭାରତୀୟ ବୀର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ। ଶେଷରେ ଅଧ୍ୟାପିକା ଅଲିତା ମିଞ୍ଜ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

