ରଙ୍ଗେଇଲୁଣ୍ଡା ବ୍ଲକରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଘ ଗଠନ।
ରଙ୍ଗେଇଲୁଣ୍ଡା ବ୍ଲକରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଘ ଗଠନ।
କନିସି (ପୀବିନ୍ୟୁଜ)ରଙ୍ଗେଇଲୁଣ୍ଡା ବ୍ଲକର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ପ୍ରବୀଣ ପେନସନର ହରିହର ରଥ ଙ୍କ ସଭାପତିତ୍ୱରେ କନିସି ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଗଂଜାମ ଜିଲ୍ଲାର ସଭାପତି ଡି.ମୋହନ ରାଓ, ବରିଷ୍ଠ ସଭ୍ୟ Asn ଗୁପ୍ତା, ସମ୍ପାଦକ ଶଙ୍କର୍ଷଣ ପାତ୍ର, ସହ ସମ୍ପାଦକ ନୀଳାଞ୍ଚଳ ମିଶ୍ର ଓ କୋଷଧକ୍ଷ ନିରାକାର ସାବତ, ଡି.ଗୁରୁମର୍ତ୍ତି ପାତ୍ର , ଦେବରାଜ ଖଟୁଆ ଓ ପୂର୍ବତନ ସଭାପତି କେ.ନନ୍ଦେଷୁ ସେନାପତି ଉପସ୍ଥିତ ଥିଲେ। ଗଂଜାମ ଜିଲ୍ଲା ସଭାପତି ଶ୍ରୀ ରାଓ ଓ ସମ୍ପାଦକ ପାତ୍ର ୯ ଦଫା ଦାବି ସମ୍ପର୍କରେ ଆମମାନଙ୍କର ନ୍ୟାଯ୍ୟ ଦାବୀ ପୂରଣ ପାଇଁ ଦୃଢ ସଂଗଠନର ଆବଶ୍ୟକତା ରହିଛି ଓ ପ୍ରତ୍ୟେକ ବ୍ଲକରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ସଂଘ ରହିବା ଦରକାର । ରାଜ୍ୟରେ ୩.୫ଲକ୍ଷ ଅବସର ପ୍ରାପ୍ତ କର୍ମଚାରୀଙ୍କ ପଞ୍ଜିକୃତ ଏକମାତ୍ର ସଂଗଠନ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ସମସ୍ତ ପେନ୍ସନର ମାନଙ୍କୁ ଚିକିତ୍ସାଭତ୍ତା ଓ ଚିକିତ୍ସାସୁବିଧା ପ୍ରଦାନ, ପୁରୁଣା ପେନସନ ସନସ୍ତଙ୍କୁ ପ୍ରଦାନ,୧୮ ମାସର ବକେୟା ମହଙ୍ଗଭତ୍ତା ପ୍ରଦାନ ଆଦି ୯ ଦଫା ସମ୍ବଳିତ ଦାବିପୂରଣ ପାଇଁ ଅବିରତଭାବେ ସଂଗ୍ରାମ ଜାରି ରଖିଛି।
ସର୍ବପ୍ରଥମେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ରଙ୍ଗେଇଲୁଣ୍ଡା ବ୍ଲକ ଶାଖା, କନିସି ଠାରେ ଗଠନ କରିବାକୁ ସଭାପତି ପ୍ରସ୍ତାବ ରଖିଲେ। ସର୍ବସମ୍ମତି କ୍ରମେ ସଂଗଠନ ଗଠନ କରିବା ପାଇଁ ମତଦେଲେ ଓ କମିଟି ଗଠନ ପାଇଁ ପ୍ରସ୍ତାବ ଆସିବାପରେ କମିଟି ଗଠନ ହେଲା। ଶ୍ରୀ ଦେବଦତ୍ତ ଚୌଧୁରୀ, ସଭାପତି,ଶ୍ରୀମତୀ ମନୋରମା ସାମନ୍ତ ଉପସଭାପତି, ଶ୍ରୀ ନୀଳମାଧଵ ଷଡଙ୍ଗୀ ,ସଂପାଦକ, ଶ୍ରୀ ରାଜେନ୍ଦ୍ର କିଶୋର ପାଢୀ ଯୁଗ୍ମ ସମ୍ପାଦକ,ଶ୍ରୀ ଶଶୀଧର ପାଢ଼ୀ କୋଷଧକ୍ଷ ଓ ସର୍ବଶ୍ରୀ ସଦାନନ୍ଦ ଆଚାରି, ବିଜୟ ଚନ୍ଦ୍ର ପଣ୍ଡା, ରାମନାଥ ସାହୁ, ଚନ୍ଦ୍ରଶେଖର ଆଚାରି, ଗୁଣମଣି ସାହୁ ଓ ଗୋପବନ୍ଧୁ ପ୍ରଧାନ ସଭ୍ୟ ରୂପେ ନିର୍ବାଚିତ ହେଲେ ଓ ଶ୍ରୀ ଶଶୀଭୂଷଣ ପ୍ରଧାନ ଓ ଶ୍ରୀ ରାଧାଗୋବିନ୍ଦ ପାଢ଼ୀ ଉପଦେଷ୍ଟା ରୂପେ ନିର୍ବାଚିତ ହେଲେ। ନବ ନିର୍ବାଚିତ ସଭାପତି ଦେବଦତ୍ତ ଚୌଧୁରୀ, ଉପସଭାପତି ଶ୍ରୀମତୀ ମନୋରମା ସାମନ୍ତରାୟ , କେ .କୃଷ୍ଣ ମୂର୍ତ୍ତି ବକ୍ତବ୍ୟ ରଖିଥିଲେ। ତାରିଣୀ ରଣା,ପୀତବାସ ମିଶ୍ର, ପ୍ରଶାନ୍ତ ସାମନ୍ତରାୟ, ଖଲକୀ ପଣ୍ଡା, କେ.ସୁଧାକର, ବସନ୍ତ କୁମାର ନାହାକ, ଗୁଣମଣି ସାହୁ, ମୋତିଲଲ ଶତପଥୀ, ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ଗୋବିନ୍ଦ ଚନ୍ଦ୍ର ଦାସ, ସୀମାଞ୍ଚଳ ପାଣିଗ୍ରାହୀ, ଯୁଧିଷ୍ଠିର ସସମଲ, କାଶୀନାଥ ପାଢ଼ୀ, ଗୋବିନ୍ଦ ସାହୁ, ହଡିବନ୍ଧୁ ଡାକୁଆ ଓ ବହୁ ସଭ୍ୟ ଯୋଗ ଦେଇଥିଲେ।
ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
