ସାଧାରଣ ଜନତାଙ୍କୁ ଗଣମାଧ୍ୟମର ବ୍ୟାପକ ସଚେତନତା ହିଁ ଦୁର୍ନୀତି ରୋକିବାରେ ସହାୟକ ହେବ।

Spread the love

ବ୍ରହ୍ମପୁର -(ପିବିନ୍ୟୁଜ୍) ସରକାରଙ୍କ କୈାଣସି ଯୋଜନା ହେଉ ବା ସୁବିଧା ସୁଯୋଗ ଯୋଗାଇବା। ଏହାକୁ ଯଦି ସାଧାରଣ ଜନତାଙ୍କ ନିକଟରେ ସଂପୂର୍ଣ୍ଣ ତଥ୍ୟ
ଗଣମାଧ୍ୟମ ଦ୍ବାରା ପହଞ୍ଚାଇବା ସହ ଏହାକୁ ଯଦି ଖିଲାପ ହୁଏ ତାହାହେଲେ କଣ କରାଯାଇପାରିବ ଏଭଳି ପ୍ରମୁଖ ବିଷୟକୁ ଯଦି ପ୍ରତ୍ୟେକ କ୍ଷେତ୍ରରେ ଗଣମାଧ୍ୟମ ପକ୍ଷରୁ ଆହୁରୀ ବ୍ୟାପକ ସଚେତନତା ହୋଇପାରିବ ତେବେ ଏହାକୁ ନେଇ ଦୁର୍ନୀତି ରୋକିବାରେ ଏହା ଅନେକ ମାତ୍ରାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରାଯାଇଛି। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ପ୍ରେସ କ୍ଳବ୍ ପରିସରରେ ଦୁର୍ନୀତି ରୋକିବାରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣ ବିବେକ ଏମ୍। ପ୍ରେସ କ୍ଳବ୍ ର ସଭାପତି ଅଶୋକ କୁମାର ବ୍ରହ୍ମା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ସମ୍ମାନୀତ ଅତିଥି ଭାବରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ଅଧିକ୍ଷକ ଗଣେଷ ପ୍ରଧାନ ଯୋଗ ଦେଇ ଦୁର୍ନୀତି ରୋକିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିବା ସହିତ କୈାଣସି ସ୍ଥାନରେ ଦୁର୍ନୀତି ହେଉଥିବା ବିଷୟକୁ ଅତ୍ୟନ୍ତ ଗୋପନୀୟତା ସହିତ ବିଭାଗର ଅବଗତ କରାଇବାକୁ ଆହ୍ବାନ କରିଥିଲେ।
ଦୁର୍ନୀତି ନିବାରଣ ବିଭାଗ, ବ୍ରହ୍ମପୁର ଓ ବ୍ରହ୍ମପୁର ପୋଲିସର ସହଯୋଗିତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପ୍ରେସ କ୍ଳବ୍ ବ୍ରହ୍ମପୁରର ସଂପାଦକ ପ୍ରହଲ୍ଲାଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଦୁର୍ନୀତି ନିବାରଣ ସପ୍ତାହର ଶପଥ ପାଠ କରାଇଥିବା ବେଳେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍.ଏମ୍.ଆଇ.ଟି ର ନିର୍ଦ୍ଦେଶକ ସୋନାଲି ଗନ୍ତାୟତ,ପ୍ରେସ କ୍ଳବ୍ ର ଉପସଭାପତି ଅଭୟ କୁମାର ପାଢୀ,
ସହ ସମ୍ପାଦକ ଡି.ଗୋପାଳକୃଷ୍ଣ ରେଡି, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ସମୀର କୁମାର ଆଚାର୍ଯ୍ୟ, ଜାନକୀକାନ୍ତ ପଟ୍ଟନାୟକ, ନାଗେଶ୍ଵର ପୃଷ୍ଟି, ନାରାୟଣ ମହାଙ୍କୁଡ, ସୁଦୀପ ସାହୁ ପ୍ରମୁଖ ଦୁର୍ନୀତି ରୋକିବାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଳବ୍ ର ପୂର୍ବତନ ସଭାପତି ବିଶ୍ବନାଥ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାଶ, ସୁରଜିତ ପଣ୍ଡା ,ପ୍ରଶାନ୍ତ ଦାଶ ,ଶିବରାମ ଚୈଧୁରୀ, ଶ୍ରୀନିବାସ ରାଜନା,ବିଘ୍ନରାଜ ସାହୁ,ପିତାମ୍ବର ନାହକ, ଆର୍ଶୀବାଦ ରାଉତ, ଲକ୍ଷ୍ମୀ ବେଜ, ମୃତ୍ୟୁଞ୍ଜୟ ସାହୁ, କ୍ଷୀରସିନ୍ଧୁ ମହାନ୍ତି, କିରଣ ମିଶ୍ର, କାଳୀ ପ୍ରସାଦ ରଥ , ପିଣ୍ଟୁ ବେହେରା, ସ୍ବାଧିନ କୁମାର ସାହୁ ,ରାଜେଶ ପଟ୍ଟନାୟକ ,ବି.କେ.ବିଷାରଦ ,ଏ.ରାଜା ରାଓ,ଏଲ୍.ସୁଦାମ ଦାଶ, ରାଜେଶ କୁମାର ସାହୁ,ମନୋଜ କୁମାର ପାତ୍ର ,ପ୍ରଶାନ୍ତ ଜେନା,ଫିନୋଜ ପ୍ରଧାନ, ଉମାଶଙ୍କର ପାଣିଗ୍ରାହୀ,ଚନ୍ଦନ ସାହୁ ,ବନୀତା ବେହେରା,ରୂପକ ମହାନ୍ତି ,ଉମାଶଙ୍କର ମିଶ୍ର,ଗୈରୀଶଙ୍କର ମିଶ୍ର ,ସତ୍ୟ ସାହୁ, ଲିକୁ ଡାକୁଆ ,ଚିକୁ ପ୍ରତିନିଧି, ସୁବୋଧ ପରିଚ୍ଛା,ବିକ୍ରମ ଜେନା, ଦିନେଶ ପଟ୍ଟନାୟକ,ମନୋଜ ମହାରଣା ,ବିଘ୍ନରାଜ ମହାପାତ୍ର ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *