ନାଟ୍ୟଶ୍ରୀ ରଘୁନାଥ ମିଶ୍ରଙ୍କ ୯୭ତମ ଜନ୍ମ ଜୟନ୍ତୀ ଉତ୍ସବ । ନାଟ୍ୟଶ୍ରୀଙ୍କ କୀର୍ତ୍ତି ଓ କୃତି ଚୀର ଅମର-ମେଜର ପାଢ଼ୀ।
ବ୍ରହ୍ମପୁର-(ପୀବିନ୍ୟୁଜ)-ନାଟ୍ୟଶ୍ରୀ ଫାଉଣ୍ଡେସନ ତରଫରୁ ମଞ୍ଚନାଟକର ସୁନାମଧନ୍ୟ ନାଟ୍ୟକାର ନାଟ୍ୟଶ୍ରୀ ସ୍ବର୍ଗତ ରଘୁନାଥ ମିଶ୍ରଙ୍କ ୯୭ତମ ଜନ୍ମ ଜୟନ୍ତୀ ଉତ୍ସବ ବ୍ରହ୍ମପୁର ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ସ୍ବର୍ଗତ ରଘୁନାଥ ମିଶ୍ରଙ୍କ ସପୁତ୍ର ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଶନିବାର ମଧ୍ୟାହ୍ନ ନାଟ୍ୟଶ୍ରୀଙ୍କ ଜୀବନୀ ଉପରେ ନାଟ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ନାଟ୍ୟଶ୍ରୀଙ୍କ କୀର୍ତ୍ତି ଓ କୃତି ସବୁବେଳେ ଅମର ବୋଲି ମେଜର ରମା ରମଣ ପାଢ଼ୀ ନିଜ ବକ୍ତବ୍ୟରେ କହିଥିଲେ ।ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ଆଲୋଚକ ବନମାଳୀ ପାଣିଗ୍ରାହୀ, ନାଟ୍ୟ ଗବେଷକ ବାୟାମନୁ ଚର୍ଚ୍ଚି ,ମଦନ ମିଶ୍ର,ରମେଶ ମହାରଣା,ନାଟ୍ୟ ସଂଗଠକ ଅନିଲ ପାତ୍ର,ଡା.ମିହୀର ତ୍ରିପାଠୀ, ବିଚିତ୍ରାନନ୍ଦ ବେବର୍ତ୍ତା,ରାମଚନ୍ଦ୍ର ସାସମଲ ,କୈଳାସ ପାଣିଗ୍ରାହୀ,ଲିଙ୍ଗରାଜ ନାହାକ ,ପ୍ରଦୀପ ଶତପଥୀ,ସୁନିଲ ସ୍ୱାଇଁ, ଆରତୀ ପାତ୍ର,ସରୋଜ ପଣ୍ଡା,ନାରାୟଣ ମହାଙ୍କୁଡ଼ ପ୍ରମୁଖଙ୍କ ସହ ଅନେକ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଭୁବନେଶ୍ୱର ପଞ୍ଚଧ୍ୱନି ନାଟ୍ୟ ପରିଷଦ ତରଫରୁ ନାଟକ”ଭିନ୍ନ ଏକ ସହଯାତ୍ରୀ” ମଂଚସ୍ଥ ହୋଇଥିଲା । ପଞ୍ଚାନନ ଦାସଙ୍କ ରଚିତ ମଳୟ କୁମାର ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ନାଟକରେ ମାନସ କୁମାର ପରିଡା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ରାଜେଶ ମଲିଆ,ମଳୟ ମହାନ୍ତି,ବିରଞ୍ଚି ଦାସ,କରୁଣାକର ସାମଲ,ପ୍ରଦୀପ ପାଇକରାୟ, ଜ୍ୟୋତି ରଞ୍ଜନ ରାୟ, କାହ୍ନୁ ଚରଣ ପ୍ରଧାନ,ଅନନ୍ୟା ମହାପାତ୍ର ପ୍ରମୂଖ ଅଭିନୟ କରିଥିଲେ । ଆଲୋକ ସଜ୍ଜାରେ ରାକେଶ ଶତପଥୀ ସହଯୋଗ କରିଥିଲେ ।ନାଟକ ପୂର୍ବରୁ ନାଟ୍ୟଶ୍ରୀ ଫାଉଣ୍ଡେସନ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସାଧାରଣ ସଭାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଂଜାମ ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଟ୍ୟକାର ପ୍ରଫେସର ମେଜର ରମା ରମଣ ପାଢୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା,ଛତ୍ରପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ନାରାୟଣ ରେଡ୍ଡୀ,ନାଟ୍ୟଶ୍ରୀ ଫାଉଣ୍ଡେସନ ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା,ନାଟ୍ୟ ସଂଗଠକ ଅନିଲ ପାତ୍ର ପ୍ରମୂଖ ମଞ୍ଚରେ ଉପସ୍ଥିତ ଥିଲେ । ନାଟ୍ୟଶ୍ରୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ରାଜ ଗୋପାଳ ପାଢ଼ୀ ଓ ସୁବାସ ଚନ୍ଦ୍ର ସାହୁଙ୍କୁ ନାଟ୍ୟଶ୍ରୀ ରଘୁନାଥ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବ୍ରହ୍ମପୁର ସହରର ସମସ୍ତ ନାଟ୍ୟ ଅନୁଷ୍ଠାନ ମୁଖିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅମୂଲ୍ୟ ଅନମୋଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ ଗୋପାଳ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୂର୍ଯ୍ୟନାରାୟଣ ପାତ୍ର ସଂଯୋଜନା କରିଥିଲେ ।ନାଟ୍ୟଶ୍ରୀ ଫାଉଣ୍ଡେସନ ଏବଂ ବ୍ରହ୍ମପୁର କଳାକାର ଏକତା ମଂଚର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

