ମହାନ ସଂଘ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତି ପାଳିତ ।
ବ୍ରହ୍ମପୁର(ପିବିନ୍ୟୂଜ୍) ସ୍ୱାମୀ ବିବେକାନନ୍ଦ ପରି ବିଶ୍ଵ ବିଜୟୀ ମହାପୁରୁଷ ଙ୍କୁ ଜନ୍ମ ଦେଇ ଏ ମାଟି ଧନ୍ୟ ହୋଇଛି, ତାଙ୍କରି ଆଦର୍ଶ ରେ ଯୁବ ପିଢ଼ି ଅନୁପ୍ରାଣିତ ହୋଇ ପାରିଲେ ନିଜ ଭବିଷ୍ୟତ ଉଜ୍ୱଳମୟ କରିପାରିବା ସହ ରାଷ୍ଟ୍ର ନିର୍ମାଣ ରେ ସହାୟକ ହୋଇ ପାରିବେ ବୋଲି ଆଜି ମହାନ ସଂଘ କାର୍ଯ୍ୟଳୟ ରେ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ସମାଜସେବି ଶ୍ରୀ ରାଜେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଶ୍ରୀ ତପନ କୁମାର ପଣ୍ଡା, ଆଦିତ୍ୟ ନାରୟଣ ରଥ, ପ୍ରକାଶ ଭଜନୀ, ହରି କୃଷ୍ଣ ମିଶ୍ର, ଶ୍ରୀମତୀ ଗୌରୀ ପାଢ଼ୀ, ଚିନ୍ମୟ ରଥ, ମନରଞ୍ଜନ ପାଢ଼ୀ, ଶ୍ରୀକାନ୍ତ ସାବତ, ଆଦର୍ଶ ପାଢ଼ୀ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ l ସେଶରେ ଶ୍ରୀମତୀ ସାଧନା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ.

