୬ଷ୍ଠ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଯାପିତ ।
ବ୍ରହ୍ମପୁର (ପିବିନ୍ୟୂଜ୍) ଆଜି ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ ଠାରେ ଅନ୍ଵେଷା କଳା କେନ୍ଦ୍ର ଏବଂ ପ୍ରେସିଡେନ୍ସି ମହାବିଦ୍ୟାଳୟ ମିଳିତ ସହଯୋଗରେ ଆୟୋଜିତ ୬ଷ୍ଠ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇସାରିଛି l
ଆଜି ଅପରାହ୍ନରେ ଲୋକ ସଂସ୍କୃତି ଉନ୍ନୟନ ପରିଷଦ ସହଯୋଗରେ ” ଗଞ୍ଜାମର ଲୋକ ସଂସ୍କୃତି ଓ ଆମ ଅସ୍ମିତା ” ଶୀର୍ଷକ ଆଲୋଚନା ଚକ୍ର ଲୋକ ନୃତ୍ୟବିତ କୃଷ୍ଣ ଚନ୍ଦ୍ର ନିଃସଙ୍କଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା l ଏଥିରେ ବରିଷ୍ଠ ଲୋକନୃତ୍ୟ ଗୁରୁ ନବଘନ ପରିଡା, ସନ୍ତୋଷ ପାଢ଼ୀ, ଆଲୋକ ବିଷୋୟୀ, ରାଜେନ୍ଦ୍ର ପାତ୍ର ପ୍ରମୁଖ ୩0 ଜଣ ଲୋକ କଳାକାର ଆଲୋଚନାରେ ଭାଗ ନେଇ ଥିଲେ l ସନ୍ଧ୍ୟାର ଉଦଯାପନ ସଭାରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର କାର୍ଯ୍ୟକ୍ରମ ନିଃସ୍ପାଦକ ଅମିତା ଦାସ, ଶିକ୍ଷବିତ କାଳିଚରଣ ସାହୁ ପୂର୍ବତନ ବ୍ରହ୍ମପୁର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ମହାରଣା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ବିପ୍ର ଚରଣ ଭୂୟା ପ୍ରମୁଖ ଆତିଥଭାବେ ଯୋଗ ଦେଇଥିଲେ l ଏହି ଅବସରରେ ବରିଷ୍ଠ କଳାକାର ରାଜୁ ପାଢ଼ୀ, କେଦାର ଅପ୍ତା, ରମେଶ. ମହାରଣା, କୃଷ୍ଣ ଚନ୍ଦ୍ର ସିଂ, କେ ବଳରାମ ଦାସ,ନବଘନ ପରିଡା,ସନ୍ତୋଷ ପାଢ଼ୀ, ସ୍ବର୍ଣ୍ଣପ୍ରଭା ପାଢ଼ୀ ପ୍ରମୁଖଙ୍କୁ ଉଦୟନାଥ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l
ସଭା କାର୍ଯ୍ୟରେ ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସଂଯୋଜକ ଡ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ଛତ୍ରପୁରର ପ୍ରଗତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୁଧାଂଶୁ ଶତପଥୀ ଏବଂ ସାଥୀ କଠଉ ନବଦୁର୍ଗା ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ଗଞ୍ଜାମ ଜ଼ିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କଦ୍ୱାରା ଦଳଗତ ଓଡିଶୀ, ଲୋକନୃତ୍ୟ ଏବଂ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ lବେଳେ ସୁଦିପ ସାହୁ, ସାର୍ଥକ ପାଢ଼ୀ, ସୁନୀଲ ବିଶ୍ୱାସ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ଡ ମିହିର ତ୍ରିପାଠୀ କରିଥିଲେ ଏବଂ ଗୀତାଞ୍ଜଳି ପଣ୍ଡା, ସରୋଜ ପଣ୍ଡା, ସତ୍ୟ ମହାରଣା ସଂଯୋଜନା କରିଥିଲେ l

