ଅକ୍ସଫର୍ଡ ପବ୍ଲିକ ସ୍କୁଲ ର ଚତୁର୍ଦ୍ଦଶ ଖେଳକୁଦ ପୁରସ୍କାର ବିତରଣ ଉତ୍ସବ ଉଦଯାପିତ

Spread the love

ବ୍ରହ୍ମପୁର (ପିଇବି ନ୍ୟୁଜ )ସ୍ଥାନୀୟ ଲାଞ୍ଜିପିଲି ରାଜପଥ ସ୍ଥିତ ଅକ୍ସଫର୍ଡ ପବ୍ଲିକ ସ୍କୁଲ ରେ ତିନିଦିନ ଧରି ଚାଲି ଥିବା ଚତୁର୍ଦଶ ଖେଳକୁଦ ପୁରସ୍କାର ବିତରଣ ଉତ୍ସବ ଉଦଯାପିତ ହୋଇ ଯାଇଛି । ଉଦଯାପନ ଉତ୍ସବ ରେ ଅନୁଷ୍ଠାନ ର ନିର୍ଦେଶକ ଇଁ ଅଶୋକ କୁମାର ପାଳ ମଞ୍ଚାସିନ ଅତିଥି ଙ୍କ ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଶିଶୁ ଙ୍କ ଶାରୀରିକ ଓ ମାନସିକ ପ୍ରଗତିରେ ଖେଳକୁଦ ର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ , ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ନେସନାଲ ଇନିଷ୍ଟି ଟୁଟ ର ନିର୍ଦେଶିକା ରଶ୍ମିତା ପାଣିଗ୍ରାହୀ ନିଜ ନିଜ ବକ୍ତବ୍ୟରେ ଅନୁଷ୍ଠାନ ର ଭୂୟସୀ ପ୍ରଶସା କରିବା ସହ ଖେଳକୁଦ ଜୀବନ ର ଏକ ବଳିଷ୍ଟ ଅଙ୍ଗ ବୋଲି ଆଲୋଚନା କରିଥିଲେ ।ତିନି ଦିନ ଧରି ଚାଲି ଥିବା ଏହି ଉତ୍ସବ ରେ ଅନୁଷ୍ଠାନ ର ୫୪୭ ଶିଶୁ ଖେଳକୁଦ ରେ ନିଜର ନୈପୁଣ୍ୟ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇ ଥିଲେ । ଇତ୍ୟା ଅବସର ରେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କୁ ପ୍ରାୟ ପନ୍ଦର ଶହ ରୁ ଉର୍ଦ୍ଧ ଦର୍ଶକ ଉପଭୋଗ କରିଥିଲେ । ଉକ୍ତ ଉତ୍ସବ କୁ ରବି ସାହୁକାର, ରମାକାନ୍ତ ରଥ, ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପି.ସରିତା,ସସ୍ମିତା ମିଶ୍ର,କସ୍ତୁରୀ ମିଶ୍ର ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଚିନ୍ମୟ ,ପ୍ରଶାନ୍ତ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *