ଜିଲ୍ଲା ଜଜ୍ ଙ୍କ ଭଞ୍ଜନଗର କୋର୍ଟ ପରିଦର୍ଶନ
ଭଞ୍ଜନଗର,୧୮/୦୧ : ଭଞ୍ଜନଗର କୋର୍ଟରେ ଇ-ଲାଇବ୍ରେରୀ ଆରମ୍ଭ କରାଯିବ । ଏନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଭଞ୍ଜନଗର କୋର୍ଟ ପରିଦର୍ଶନ କରି ଇ-ଲାଇବ୍ରେରୀ ପାଇଁ ଜାଗା ଚିହ୍ନଟ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ଚଳିତ ମାସରେ ରାଜ୍ୟର ବିଭିନ୍ନ କୋର୍ଟରେ ଏକାସାଙ୍ଗରେ ଏହାର ଶୁଭାରମ୍ଭ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥି ନିମନ୍ତେ ସମସ୍ତ ବ୍ୟବସ୍ଥା କିଭଳି ଗ୍ରହଣ କରାଯିବ ସେ ନେଇ ବିଚାରପତି ଓ ଆଇନଜୀବୀ ମାନଙ୍କ ସହ ଆଲୋଚନା କରି ଫେରିଛନ୍ତି। ଜିଲ୍ଲାଜଜ୍ ଙ୍କ ଗସ୍ତ ସମୟରେ ରେଜିଷ୍ଟ୍ରାର୍ ସୁଶାନ୍ତ କୁମାର ମିଶ୍ର,ବରିଷ୍ଠ ଦେୱାନି ଜଜ ସୋମଲିନା ମିଶ୍ର,ଜେଏମ୍ଏଫ୍ସି ସଂନ୍ଧ୍ୟା ସୁଚରିତାଙ୍କ ସମେତ ଓକିଲ ସଂଘ ସଭାପତି ସନ୍ତୋଷ ନାୟକ,ସମ୍ପାଦକ ଅମରେଶ ମହାପାତ୍ର,କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ,ଏମ୍ .ତାଜ ଆଦେନୀ,ରବି ଦାସ,ଦଣ୍ଡପାଣି ସ୍ବାଇଁ,ସନ୍ତୋଷ ତିଆଡି,ସୂର୍ଯ୍ୟନାରାୟଣ ପାତ୍ର,ଅଭିମନ୍ୟୁ ଗୌତ,ଖରାଅଂଶୁ ଶେଖର ଦାସ ଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।