ସାମ୍ବାଦିକ ଚିରଞ୍ଜିତଙ୍କ ଅକାଳ ବିୟୋଗରେ ପ୍ରେସ କ୍ଲବର ଶୋକ ସଭା,ସବୁ ମୁହୂର୍ତ୍ତରେ ପ୍ରତ୍ୟେକ କାର୍ଯ୍ୟକୁ ହସି ହସି ସମାଧାନ କରିପାରୁଥିବା ବ୍ୟକ୍ତିତ୍ୱ ଥିଲେ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

Spread the love

ବ୍ରହ୍ମପୁର,(ପିବିନ୍ୟୁଜ୍)୨୭/୧/୨୩/: ସାମ୍ବାଦିକଙ୍କ ଭିତରେ ଅନ୍ୟତମ ଚେହେରା ଥିଲେ ଚିରଞ୍ଜିତ ରାଜଗୁରୁ । ଗତ ୨୫ ତାରିଖ ସକାଳେ ତାଙ୍କର ଦେହାନ୍ତ ପରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଥିଲା। ଏନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର କ୍ଲବ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଛି। କ୍ଲବ ସଭାପତି ଗୋପାଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, କୋଷାଧ୍ୟକ୍ଷ ନାରାୟଣ ମହାକୁଡ଼ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର, ମନୋଜକାନ୍ତ ଦାଶ, ଅଶୋକ ବ୍ରହ୍ମା, ହେମାଙ୍ଗ ରାଉଳ, ଜ୍ୟୋତି ଦାସ, କୃଷ୍ଣ ପଣ୍ଡା, ସୁରଜିତ ପଣ୍ଡା,ସୁଦୀପ ସାହୁ,ଶିବରାମ ଚୌଧୁରୀଙ୍କ ସମେତ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ନିରବ ପାର୍ଥନା ସହ ସ୍ମୃତି ଚାରଣ କରିଛନ୍ତି। ଚିରଞ୍ଜିତଙ୍କ କାର୍ଯ୍ୟଶୈଳୀ ଏବଂ ସାମ୍ବାଦିକ ଜଗତ ପ୍ରତି ତାଙ୍କର ଯେଉଁ ଅବଦାନ ରହିଥିଲା ତାହାକୁ ସମସ୍ତେ ମନେ ପକାଇଛନ୍ତି । ସବୁ ମୁହୂର୍ତ୍ତରେ ପ୍ରତ୍ୟେକ କାର୍ଯ୍ୟକୁ ହସି ହସି ସମାଧାନ କରିପାରୁଥିବା ବ୍ୟକ୍ତିତ୍ୱ ଥିଲେ ସେ । ସମ୍ବାଦ ପରିବେଷଣରେ ଦକ୍ଷତା ଏବଂ ସମସ୍ତ କାର୍ଯ୍ୟରେ ନିପୁଣତା ସବୁଦିନ ପାଇଁ ମନେ ରହିବ ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ କହିଛନ୍ତି । ବରିଷ୍ଠ ହେଉ କିମ୍ବା କନିଷ୍ଠ ସାମ୍ବାଦିକଙ୍କ ପ୍ରତି ତାଙ୍କର ସମ୍ମାନ ଓ ଭଲପାଇବା ରହିଥିଲା। ଏଥିସହ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କହିଥିଲେ । ସ୍ବର୍ଗତ ଚିରଞ୍ଜିତଙ୍କ ସାମ୍ବାଦିକତା ଓ ପରୋପକାରୀ ଗୁଣ ସବୁଦିନ ପାଇଁ ଅଭୁଲା ସ୍ମୃତି ହୋଇ ରହିବ ବୋଲି ବରିଷ୍ଠ ସାମ୍ବାଦିକ ଡ଼ା. ଜଗନ୍ ମୋହନ ମହାପାତ୍ର କହିଥିଲେ । ଏହି ଅବସରରେ ଅମର ଆତ୍ମା ଙ୍କ ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ, କିନ୍ନର ସଙ୍ଘ, ବହୁ ସମାଜସେବୀ ଚିରଞ୍ଜିତଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *