ଯୁବ ସାମ୍ବାଦିକ ଚିରଞ୍ଜିତଙ୍କ ଅକାଳ ବିୟୋଗରେ ଅଶୁଦ୍ଧ ଶ୍ରଦ୍ଧାଞ୍ଜଳି ସହ କ୍ୟାଣ୍ଡେଲ ରାଲି

Spread the love

ବ୍ରହ୍ମପୁର: (ପିବିନ୍ୟୁଜ୍)୨୭/୧/୨୩:ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗରେ ବ୍ରହ୍ମପୁର ସହରର କାଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଗଭୀର ଶୋକ ପ୍ରକାଶ ସହ ଏକ କେଣ୍ଡାଲ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟପ୍ଲାନିଂ ବୋର୍ଡ଼ ଅଧ୍ୟକ୍ଷ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ଈ ବିବେକ ରେଡ଼ି,ରାଜ୍ୟ କାଜୁ ଉନ୍ନୟନ ସଦସ୍ୟ ସୁବାସ ମହାରଣାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ରାଜଗୁରୁଙ୍କ ଅମର ଆତ୍ମାର ସଦଗଦି କାମନା କରିବା ପାଇଁ ନୀରବ ପାର୍ଥନା କରିଥିଲେ । ସେ ଜଣେ ମେଳାପୀ, ମିଷ୍ଠିଭାଷୀ,ସମାୟୁନବର୍ତ୍ତିତା,ଗୁରୁଭକ୍ତି ଓ ପରଉପକାରୀ ସାମ୍ବାଦିକ ଥିଲେ । ଗୁରୁବାର ସନ୍ଧ୍ୟାରେ ବହୁ ସାମ୍ବାଦିକ, ନେତା ଓ କର୍ମୀ, ସମାଜସେବୀ, କର୍ପୋରେଟର ମିଳିତ ରେ ସ୍ମୃତିରେ ଏକ କ୍ୟାଣ୍ଡେଲ ରାଲି ଗାନ୍ଧୀ ନଗର ଛକ ଠାରୁ ବାହାରି ଆର୍ଣ୍ଣପୂର୍ଣା ମାର୍କେଟ ଦେଇ, ବ୍ରହ୍ମପୁର ଷ୍ଟାଡିୟମ ହୋଇ ପୁଣି ଗାନ୍ଧୀ ପ୍ରତିମୂର୍ତ୍ତି ଛକ ନିକଟରେ ସମାପ୍ତ ହୋଇଥିଲା । ସାହସୀ ନିର୍ଭୀକ ନିଷ୍ଠାପର ଯୁବ ସାମ୍ବାଦିକ ଚିରଞ୍ଜିତଙ୍କ ବିୟୋଗରେ ସାମ୍ବାଦିକ ଜଗତରେ ଅପୂରଣୀୟ କ୍ଷତି ଘଟିଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ବ୍ରହ୍ମପୁର ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକ,ଆଇନଜୀବୀ, କର୍ପୋରେଟର, ସମାଜସେବୀ, ନେତା ଓ କର୍ମୀ । ଏହି ଶ୍ରଦ୍ଧାଞ୍ଜଳି କ୍ୟାଣ୍ଡେଲ ରାଲିରେ ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର, ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ,ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ,ସମାଜସେବୀ ଏସ.ସନ୍ତୋଷ ପାତ୍ର, ବରିଷ୍ଠ ବିଜେପି ନେତା କାଁହୁ ଚରଣ ପତି,
ବରିଷ୍ଠ ସାମ୍ବାଦିକ ଡ଼ଃ ଜଗନ ମୋହନ ମହାପାତ୍ର, ପ୍ରକାଶ ପଟ୍ଟନାୟକ, ସ୍ବର୍ଗତ ରାଜଗୁରୁଙ୍କ ବଡ଼ ଭାଇ ଶକ୍ତିଧର ରାଜଗୁରୁ,
ଅଶୋକ ବ୍ରହ୍ମା, ହେମାଙ୍ଗ ରାଉଳ, ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ଼,ସୁଦୀପ ସାହୁ, ରାଜେନ୍ଦ୍ର ସାହୁ, ଶ୍ରୀନିବାସ ରାଜନା, ଏସ. ଶ୍ରୀନିବାସ, ସମୀର ଆଚାର୍ଯ୍ୟ, ଆଲୋକ ସାହୁ,ଗୋପାଳ ରେଡ଼ି, ପିଣ୍ଟୁ ବେହେରା, ପିତାମ୍ବର ନାୟକ ଚନ୍ଦନସାହୁ, ରୂପକ ମହାନ୍ତି, ଲଡୁ କିଶୋର ପାତ୍ର, ସତ୍ୟ ନାରାୟଣ ପାତ୍ରଙ୍କ ସମେତ ସହରର ବହୁ କାର୍ଯ୍ୟରତ ସାମ୍ବାଦିକ, ଗଞାମ ଓକିଲ ସଂଘର ସଦସ୍ୟ, ମହାନଗର ନିଗମର ବହୁ କର୍ପୋରେଟର,ବିଜେଡ଼ି ମହାନଗର ଯୁବ ,ଛାତ୍ର ,ଜିଲ୍ଲା ଜୋନ ସଭାପତି ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *