ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ, ଗଜପତି,କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ସମୀକ୍ଷା ।

Spread the love


ଛତ୍ରପୁର (ପିବିନ୍ୟୁଜ୍)୧୨.୦୪.୨୪ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମୀକ୍ଷା କରିବା ସହିତ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ସୁବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଚାରି ଗୋଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ସମୟରେ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବା ଜଣାଇ ଚଳିତ ବର୍ଷର ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ ମୁକ୍ତ ନିର୍ବାଚନ ହୋଇପାରିବ ସେଥି ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ତଥା ନିର୍ବାଚନ ପରଚାଳନା ଅଧିକାରୀ ମାନଙ୍କୁ ପ୍ରସ୍ତୁତ ହୋବାକୁ ଅବଗତ କରାଇଥିଲେ । ଚଳିତ ବର୍ଷ ମଇ ମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମ ପବନ, ବାତ୍ୟା ଭଳି ବିପଦ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଅବଗତ କରାଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ କୌଣସି କ୍ଷୟକ୍ଷତି ହେବ ନାହିଁ, ଜନଜୀବନ ସୁରକ୍ଷିତ ରହିବ ସେଥି ନିମନ୍ତେ ପୂର୍ବ ପ୍ରସ୍ତୁତି ସହ ଅଧିକ ସଚେତନତା କରିବାକୁ ପ୍ରବର୍ତ୍ତାଇଥିଲେ । ବିଶେଷ କରି ଭୋଟର, ପୋଲିସ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ନିର୍ବାଚନ ଅଧିକାରୀ, କର୍ମଚାରୀ ସମସ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଭିତ୍ତିରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ, ପାନୀୟଜଳ, ବିଶ୍ରାମ ଦେବା ଦିଗରେ ଯତ୍ନବାନ ହେବାପାଇଁ କହିଥିଲେ । ଏହି ସଚେତନତା ବିଷୟରେ ନିର୍ବାଚନ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ସମୟରେ ଏହି ଦିଗରେ ସଚେତନ ରହିବାକୁ ନିର୍ଦ୍ଦେଶ ଦେବାକୁ ପ୍ରବର୍ତ୍ତାଇଥିଲେ । ଭୋଟ ଗ୍ରହଣ ଦିନ ସେକ୍ଟର ଅଫିସର ମାନେ ଯେତେବେଳେ ଇଭିଏମ୍ ମେସିନ୍ ନେଇ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବେ ସେମାନଙ୍କ ସହିତ ଜଣେ ଲେଖାଏଁ ଆର୍ମଡ୍ ପୋଲିସ୍ ଏବଂ ପାରାମେଡିକାଲ ଷ୍ଟାଫ୍ ନିଜ ସହିତ ସମସ୍ତ ଔଷଧ, ଓ.ଆର୍.ଏସ୍. ପ୍ଯାକେଟ ନେଇଯିବେ । ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ବ ଭୋଟର, ଭିନ୍ନକ୍ଷମ ଭୋଟର ଯେଉଁ ମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ନଯାଇ ଭୋଟଦେବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ନିର୍ଦ୍ଧାରୀତ ଫର୍ମ ୧୨ (ଖ) ପୂରଣ କରି ବି.ଏଲ୍.ଓ. ଙ୍କୁ ଦେଲେ ସେମାନଙ୍କର ଗୃହକୁ ଯାଇ ଭୋଟ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଦିନ ଏହିଭଳି ବ୍ୟକ୍ତି ବିଶେଷଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବା ନିମନ୍ତେ ସରକାରୀ ସୁବିଧାରେ ଯାନ ବାହାନରେ ନେବା ଆଣିବା କରାଯିବ । ଯେଉଁ ପୋଲିଂ ଅଧିକାରୀ, ପୋଲିସ୍ ଅଧିକାରୀ, ଡ୍ରାଇଭର ମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ଭୋଟ ଦେଇପାରିବେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଓ.ଆର୍.ଏସ୍. ପ୍ଯାକେଟ, ପ୍ରଚୁର ପାନୀୟ ଜଳର ବ୍ଯବସ୍ଥା ପ୍ରତି ବୁଥ୍ ରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅବଗତ କରାଇଥିଲେଯେ, ଗଣ ମାଧ୍ୟମ ହେଉଛି ନିର୍ବାଚନ ପ୍ରଶାସନର ଆଖି ଆଉ କାନ । ଯେଉଁଠି ଯାହା ଘଗୁଛି ତାହାର ପ୍ରକୃତ ତଥ୍ୟ ପ୍ରକାଶ କରିବା ପାଇଁ ଜଣାଇଥିଲେ । ଭୋଟରଗଣ ଯେଭଳି ଭୟ ଓ ପ୍ରଲୋଭନ ଠାରୁ ରୂରରେ ରହି ଅଧିକ ସଂଖ୍ଯାରେ ଭୋଟର ଭୋଟ ଦେବାକୁ ଯିବେ ସେଥଇ ନିମନ୍ତେ ସଚେତନ କରାଇବାକୁ ଗଣ ମାଧ୍ୟମକୁ ଅନୁରୋଧ କରିଥିଲେ । ଭୋଟ ଦାତା ଗଣ ବହୁଳ ମାତ୍ରାରେ ଭୋଟ ଦିଅନ୍ତୁ ଓ ଗଣତନ୍ତ୍ରକୁ ବଞ୍ଚାଇ ରଖନ୍ତୁ ବୋଲି ଆହ୍ବାନ ଦେଇଥିଲେ । କୌଣସିଠାରେ ନିର୍ବାଚନ ସମ୍ପର୍କିତ ଅପ୍ରିତିକର ପରିସ୍ଥିତି କିମ୍ବା ମଡେଲ କୋଡ ଅଫ୍ କଣ୍ଡକ୍ଟ ନିୟମ ଉଲଂଘନ ହେଉଥିଲେ ଇ-ଭିଜିଲ ଆପ୍ ମାଧ୍ୟମରେ କିମ୍ବା ୧୯୫୦ ହେଲ୍ପ ଲାଇନ୍ ରେ ନିଃଶୁଳ୍କ ଫୋନ୍ କରି ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗକାରୀଙ୍କ ନାମ ଓ ତାଙ୍କ ସମ୍ପର୍କରେ ସୂଚନା ଗୋପନ ରଖାଯାଇ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସମସ୍ତ ଚାରିଗୋଟି ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସଠିକ୍ ଥିବା ଏବଂ କେଉଁ ଠାରେ ସାମାନ୍ୟ ପରିବର୍ତ୍ତନର ଅବଶ୍ୟକତା ରହିଛି ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ସମୀକ୍ଷା ବୈଠକରେ ହୋଇଯାଇଛି । ସମୀକ୍ଷା ବୈଠକରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ସେମାନଙ୍କ ପ୍ରଶିକ୍ଷଣ, ଇଭଇଏମ୍ ପରିଚାଳନା,ଡିସ୍ପୋଜାଲ ସେଣ୍ଟର, ରିସିଭିଂ ସେଣ୍ଟର, ଭୋଟ ଗ୍ରହଣ କେନ୍ଦ୍ରର ସ୍ଥିତି, ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ସମସ୍ତ ବିଷୟରେ ସମୀକ୍ଷା କରାଯାଇଥିଲା ।
ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ଅନ୍. ତିରୁମାଲା ନାୟକ, ଦକ୍ଷିଣାଞ୍ଚଳ ଆଇ. ଜି. ଅଫ୍ ପୋଲିସ୍ ଜୟ ନାରାୟଣ, ଡଜି.ଆଇ.ଜି. ଅଫ୍ ପୋଲିସ୍ ତଆ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡଃ ସାର୍ଥକ ଷଡଙ୍ଗୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା, ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ,କନ୍ଧମାଳ ଜିଲ୍ଲାପାଳ ଆଶୀଷ୍ ଇଶ୍ବର ପାଟିଲ, ଗଜପତି ଜିଲ୍ଲାପାଳ ସ୍ମ-ତି ରଞ୍ଜନ ପ୍ରଧାନ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମୀନା ଏବଂ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ୍. କୁମାର, ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ସମସ୍ତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *