ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମୀଭୂତ୍
ଭଞ୍ଜନଗର,(ପିବିନ୍ୟୁଜ୍)୦୬/୦୨ : ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଚ୍ଛା ଗ୍ରାମରେ ରବିବାର ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ତିନି ବଖରା ଘର ଭସ୍ମୀଭୂତ୍ ହୋଇଯାଇଛି। ଅଗ୍ନି ବିପନ୍ନ କବିତା ନାଇକ ଙ୍କ ରୋଷେଇ ଘର ସମେତ ଗୋଟିଏ ଗାଈ ଗୁହାଳ ଓ ନିକଟରେ ଥିବା ପନିପରିବା ବାଡ଼ି ନଷ୍ଟ ହୋଇଛି। ସେହିପରି ବିରାଟ ନାଇକ ଙ୍କ ଘର୍ ସମେତ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଉଭୟ ପରିବାରର ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ଘଟିଥିବା ବେଳେ ଅଗ୍ନୀ ବିପନ୍ନ ଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।