ରାମ ସୀତା ବିବାହ ଉତ୍ସବ ଅନୁଷ୍ଠିତ

Spread the love


ଭଞ୍ଜନଗର, (ପିବିନ୍ୟୁଜ୍)୫/୨. ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହି ଠାରେ ଥିବା ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ବିବାହ ଉତ୍ସବ ବେଶ ଧୁମଧାମ ସହକାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାମଙ୍କ ପିତା ଦଶରଥ ଭାବେ ଘୋଳ ପୁର ଗ୍ରାମର ଅଶୋକ କୁମାର ପରିଡ଼ା ଥିବା ବେଳେ ତାଙ୍କ ପତ୍ନୀ ଗୌରୀ ପରିଡ଼ା ସହଯୋଗ କରିଥିଲେ।ସେହିପରି ସୀତାଙ୍କ ପିତା ଜନକ ଭାବେ ଲାଲସିଙ୍ଗି ଗ୍ରାମର ଚିତ୍ତ ରଞ୍ଜନ ରାଉତଙ୍କ ସହ ପତ୍ନୀ କୁମୁଦିନୀ ରାଉତ ଉପସ୍ଥିତ ଥିଲେ।ପୁରୋହିତ ରାଜେନ୍ଦ୍ର ଶତପଥୀ ସମସ୍ତ ବିବାହ କାର୍ଯ୍ୟ ତୁଲାଇଥିଲେ।ରଘୁବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୯ଦିନ ବ୍ୟାପି ଶ୍ରୀରାମ ଚରିତ ମାନସ, ପାରାୟଣ,ପ୍ରବଚନ, ନବାନ୍ନ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଏହା ଗତ୩ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୧ତାରିଖରେ ସମାପନ ହେବ।ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ର ପ୍ରବଚିକା ପ୍ରଭାତୀ କୁମାରୀ ଦାଶ ଓ ବିଡ଼ି ପୁର ଅଞ୍ଚଳର ବ୍ୟାସ ଲୋକନାଥ ମିଶ୍ର ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିବେ।ଏହି ଅବସରରେ ଗତକାଲି ସକାଳେ ଅଧିବାସ କଳସ ଯାତ୍ରା ଏବଂ ଆଜିଠାରୁ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ପାରାୟଣ,ପ୍ରବଚନ,୪ତାରିଖ ଶନିବାର ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ, ୫ତାରିଖ ରବିବାର ରାମ ଓ ସୀତା ବିବାହ,୯ତାରିଖ ଗୁରୁବାର ରାଜାଭିଷେକ ଉତ୍ସବ ଓ ସୁନ୍ଦରାକାଣ୍ଡ,୧୧ତାରିଖ ଶନିବାର ପୂର୍ଣ୍ଣାହୁତି ଓ ଦେବତା ବିସର୍ଜନ ଭଳି ଧାର୍ମିକ କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି।ଏଥିରେ ରଘୁବୀର ସାଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା,ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ଲାଲସିଙ୍ଗି ସରପଞ୍ଚ ଶିବରାମ ସାହୁ,ଅନୁପମ ବାନାର୍ଜୀ, ଗରୀବ ସ୍ୱାଇଁ ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *