ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଞ୍ଜାମ ତରଫରୁ ଗଞ୍ଜାମ ଆଇନ ବିଦ୍ୟାଳୟରେ ଆଇନ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର:-(ପିବିନ୍ୟୁଜ୍)ତା-୨୪-୨-୨୩ ରିଖ ମାନ୍ୟବର ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନିଦ୍ଦେଶ କ୍ରମେ ପ୍ରାଧିକରଣ ତରଫରୁ ସ୍ଥାନୀୟ ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଏପିଡେମିକ୍ ଆକ୍ଟ କୋଭିଡ୍ ୧୯ ସରକାରଙ୍କ ନୀତି ନିୟମ ଓ ପୋକ୍ସ ଆକ୍ଟ ବିଷୟ ଉପରେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାଯ୍ୟକ୍ରମରେ ମାନ୍ୟବର ଜିଲ୍ଲାଜଜ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ସାମନ୍ତ ଆୟୋଜିତ କାଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାଯ୍ୟକ୍ରମକୁ ଆରମ୍ଭ କରିଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ଦେବଶ୍ରୀ ସାହୁ ଆଇନ ସେବା ପକ୍ଷରୁ କିପରି ପିଡ଼ିତା କ୍ଷତିପୂରଣ ପାଇବେ ଏବଂ ଆଇନ ସେବା ପ୍ରାଧିକରଣର ଉଦ୍ଦେଶ୍ୟ ଓ ଭୂମିକା ବିଷୟରେ ସାମ୍ୟକ ଭାବରେ ଆଲୋକପାତ କରିଥିଲେ ସେହିପରି ସୁବାଷ ଚନ୍ଦ୍ର ପାଳ ରିମାଣ୍ଡ କମ୍ ରିଟେନର୍ ଆଡ୍ ଭୋକେଟ୍ ପୋକ୍ସ ଆକ୍ଟ ଉପରେ ଆଲୋକପାତ କରିଥିଲେ,ପେନାଲ୍ଆଡ୍ ଭୋକେଟ୍ ଗୋରାଚାନ୍ଦ୍ ଭଟ୍ଟ ମିଶ୍ର ଏପିଡେମିକ୍ ଆକ୍ଟ ଏବଂ କୋଭିଡ୍-୧୯ ସରକାରଙ୍କ ନୀତି ନିୟମ ବିଷୟ ଉପରେ ବଣ୍ଣନା କରିଥିଲେ ସେହିପରି ମାନ୍ୟବର ଜିଲ୍ଲା ଓ ଦୈ।ରା ଜଜ ପୋକ୍ସ ଆକ୍ଟ ସମ୍ପର୍କରେ ଓ ଅନ୍ୟାନ୍ୟ ଆଇନ ଉପରେ ଆଇନ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ ସେହିପରି ଡଃ ଶ୍ୟାମା କାନ୍ତ ଜେନା ସି ଡ୍ବ୍ଲୁସି ମେମ୍ବର ପୋକ୍ସ ଆକ୍ଟରେ ପିଡିତା ମାନଙ୍କ ଲାଗି ରହିଥିବା ଉଲ୍ଲେଖିତ ପ୍ରାପ୍ୟ ରାଶି ଉପରେ ସାମ୍ୟକ ଭାବେ ବଣ୍ଣନା କରିବା ସହ ପିଡିତାମାନେ କ୍ଷତପୂରଣରୁ ଯେପରି ବଂଚିତ ନ ହେବେ ସେହି ବିଷୟରେ ବଣ୍ଣନା କରିଥିଲେ କାଯ୍ୟକ୍ରମରେ ଶ୍ରୀ ସୁଶାନ୍ତ କୁମାର ମିଶ୍ର ସିଭିଲ୍ କୋର୍ଟ ରେଜିଷ୍ଟ୍ରେର୍ ଯୋଗଦାନ କରିଥିଲେ ପରିଶେଷରେ ଗଞ୍ଜାମ ଆଇନ ମହାବିଦ୍ୟାଳୟର ନିଦ୍ଦେଶକ ଡଃ ପ୍ରଫେସର ବିନାୟକ ପଟ୍ଟନାୟକ ଧନ୍ୟବାଦ ଅପଣ କରିଥିଲେ ଏହି କାଯ୍ୟକ୍ରମରେ ୬୦ ରୁ ଅଧିକ ଆଇନ ଛାତ୍ର ଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ।
