ଯୁବଶକ୍ତି ଜାଗ୍ରତ ହେଲେ ଦେଶ ବିକଶିତ ହେବ

Spread the love

ବ୍ରହ୍ମପୁର (ପୀବିନ୍ୟୁଜ) : ସ୍ଥାନୀୟ ହିଲ୍‌ଟଣା ସଂସ୍କୃତି ଭବନ ପରିସରରେ ଓଡ଼ିଶାର ମୂଲ୍ୟବୋଧ, ସଂସ୍କାର, ଜ୍ଞାନ ଏବଂ ମଡେଲ୍ ଗୁଡିକ ସାରା ବିଶ୍ଵରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁବ ସଶକୀକରଣ କନକ୍ଲେବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ଯୁବକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଯୁବଶକ୍ତିର ପରାକାଷ୍ଠାରେ ଓଡ଼ିଶା ବେଶ୍ ଆଗରେ ରହିଛି । ଏମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵଦେଇ ଆସୁଛନ୍ତି, ଯୁବଶକ୍ତି ଜାଗ୍ରତ ହେଲେ ଦେଶ ବିକଶିତ ହେବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୁବଗୋଷ୍ଠୀଙ୍କୁ ସୂଚନା ଦେଇଛନ୍ତି । ଏହି କନକ୍ଲେଭ ଯୁବକଙ୍କ ପାଇଁ ବେଶ୍ ଉପାଦେୟ, ଯୁବ ସମାଜ ଆଗକୁ ବଢ଼ିଲେ ସହରର ବିକାଶ ଆଗକୁ ବଢ଼ିବ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ସୁଜିତ କୁମାର କହିଥିଲେ ।
ଡାକ୍ତରୀ, ସାମ୍ବାଦିକତା, ଆଇନ୍, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, କ୍ରୀଡା, ଗବେଷଣା ଆଦି କ୍ଷେତ୍ରରେ ସଫଳତା ହାସଲ କରିଥିବା ବହୁ ଯୁବକଙ୍କ ସମେତ ରାଜନୈତିକ ବ୍ୟକ୍ତିବିଶେଷ ଏହି କନକ୍ଲେଭରେ ଯୋଗ ଦେଇଥିଲେ। ଯୁବଶକ୍ତିଙ୍କ ଲାଗି ଉପାଦେୟ ହେଉଥିବା ବିଭିନ୍ନ ଗଠନମୂଳକ ପଦକ୍ଷେପ ସମ୍ପର୍କରେ ବ୍ରହ୍ମପୁର ସାଂସଦ ତଥା କନକ୍ଲେବ ଚେୟାରମ୍ୟାନ୍ ଚନ୍ଦ୍ରଶେଖର ସାହୁ କହିଥିଲେ। ଯୁବଶକ୍ତି ବର୍ତ୍ତମାନ ଯୁଗରେ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଉଛନ୍ତି । ଏଥିରେ ସୁଧାର ଆଣିବାକୁ ଏହା ଏକ ନୂତନ ପ୍ରୟାଶ ବୋଲି କହିବା ସହ ଯୁବକମାନେ ରାଜନୀତି, ଅର୍ଥନୀତି ଓ ଦେଶର ପ୍ରମୁଖ ସମସ୍ୟା ବିଷୟରେ ଅବଗତ ହୋଇ ସେମାନଙ୍କ ମତାମତ ସାବ୍ୟସ୍ତ କରିବାକୁ ପଡ଼ିବ ବୋଲି କହିଥିଲ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବରିଷ୍ଠ ଆଇନଜୀବୀ ସୁଧାଂଶୁ ପତି ପ୍ରମୁଖ ଅତିଥ୍‌ ଭାବେ ଯୋଗ ଦେଇଥିଲେ ।

କନକ୍ଲେଭର ସଭାପତି ବିକ୍ରମ କୁମାର ପଣ୍ଡା କହିଥିଲେ। ଏହି କନ୍‌କ୍ଲେଭରେ ବ୍ରହ୍ମପୁର ସମେତ ରାଜ୍ୟ ବାହାରୁ ବହୁ ଯୁବକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ବରିଷ୍ଠ ଆଇନଜୀବୀ ସଞ୍ଜିତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସଂଯୋଜକ ତଥା ଆଇନ୍‌ଜୀବୀ ସନ୍ତୋଷ କୁମାର ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁ, ମହାନଗର ସଭାପତି ଅଜିତ୍ ପଣ୍ଡା, ଆଇନ୍‌ଜୀବୀ ପ୍ରଫୁଲ୍ଲ ଗୌଡ, ନାରାୟଣ ମହାକୁଡ଼,ପ୍ରଦୀପ ବେହେରା, ମଦନ ଦଳେଇ, ତାପସ ସାହୁ, ଜଗନ୍ନାଥ ମିଶ୍ର, ଅରୁଣ ବିଶ୍ୱାଳଙ୍କ ସମେତ ବହୁ ଆଇନ୍‌ଜୀବୀ ଉପସ୍ଥିତ ଥିଲେ। ଏହି ଅବସରରେ କନକ୍ଲେଭ ଆୟୋଜକଙ୍କ ତରଫରୁ ଅତିଥିଙ୍କ ସହ ବରିଷ୍ଠ କ୍ରୀଡ଼ାବିତ୍ କେ.ରବି କୁମାରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *