ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପୁଣି ରାଜ୍ୟ ସ୍ତରରେ ସମ୍ମାନିତ ।

Spread the love


ଛତ୍ରପୁର (ପିବିନ୍ୟୁଜ୍)ତା ୨୯.୧୦.୨୦୨୩, ଗଞ୍ଜାମ ଜିଲ୍ଲାକୁ ପୁଣିଥରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ,୨୦୨୩ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାକୁ ତିନିଗୋଟି ପୁରସ୍କାର ମିଳିଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସତ୍ୟବ୍ରତ ସାହୁ, ବିଶ୍ଵ ବ୍ୟାଙ୍କ ଦେଶ ନିର୍ଦେଶକ ଅଗସ୍ତ ଟାନୋ କୌଆମେ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରୁ ପୁରସ୍କାର ଗ୍ରହଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଙ୍କ ସହିତ ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୁରୁଷୋତ୍ତମପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ,ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ, ଅନ୍ତ୍ରରିଗାଁ ବାତ୍ୟା ଆଶ୍ରୟ ସ୍ଥଳର ସଭାପତି ମାମି ପରିଡ଼ା, ସଂପାଦକ ଟୁକୁନା ସ୍ବାଇଁ ରାଜ୍ୟ ସ୍ତରୀୟ ଉତ୍ସବରେ ଯୋଗଦେଇ ପୁରସ୍କାର ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାରୀ କରି ପୁରସ୍କୃତ ପାଇଛନ୍ତି । ଗଞ୍ଜାମ ବ୍ଲକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ସାରା ରାଜ୍ୟ ବ୍ଲକରେ ଦ୍ଵିତୀୟ ପୁରସ୍କାର ପାଇଛନ୍ତି । ସେହିପରି ପୁରୁଷୋତ୍ତମପୁର ବ୍ଲକର ଅନ୍ତରିଗାଁ ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା ଓ ରକ୍ଷଣା ବେକ୍ଷଣା କ୍ଷେତ୍ରରେ ପୁରସ୍କୃତ ହୋଇଛି। ଏହି ପୁରସ୍କାର ଗଞ୍ଜାମ ଜିଲ୍ଲାର କାର୍ଯ୍ୟ କୁଶଳୀ ଦକ୍ଷତାକୁ ଅଧିକ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଛନ୍ତି ।

Leave a Reply

Your email address will not be published. Required fields are marked *