ବିବେକାନନ୍ଦ ସଂସ୍କୃତି ମେଳା ଦ୍ୱାରିକା ନଗର ସ୍ଥିତ ବିବେକାନନ୍ଦ ଖେଳ ପଡ଼ିଆରେ ଅନୁଷ୍ଠିତ ।
ବ୍ରହ୍ମପୁର(ପିବିନ୍ୟୂଜ୍)ବିବେକାନନ୍ଦ ସଂସ୍କୃତି ମେଳା ଦ୍ୱାରିକା ନଗର ସ୍ଥିତ ବିବେକାନନ୍ଦ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଉଅଛି । ଏଥିରେ ଗଞ୍ଜାମର କୋଣ ଅନୁକୋଣରୁ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧୟତ ଶିଶୁମାନଙ୍କ ପାଇଁ ସର୍ବମୋଟ ୩୭ଟି ପ୍ରତିଯୋଗିତା ରଖାଯାଇଛି। ପ୍ରତିଯୋଗିତା ଗୁଡ଼ିକର ନାମ ହେଉଛି ବିଜ୍ଞାନ ମେଳା, କାରିଗରି, ଚିତ୍ରାଙ୍କନ, ଚିତ୍ର, ହେଣ୍ଡଲୁମ,ପରମ୍ପରା,ସଜୀବତା, ବାଲିର ପ୍ରତିମୂର୍ତ୍ତ, ସଂଗ୍ରହ, ଆବାକସ୍, କୀର୍ତ୍ତି ବା ସ୍ମୃତି ଚିହ୍ନ, ହାବିଟ୍, ଯୋଗ, ଗୀତା ପାଠ, ବେଦପାଠ, ଭାଗବତ ପାଠ, ବଡିବିଲଡ଼ିଙ୍କ, ରିଲ୍,ଆଲୋକ ଚିତ୍ର, ଭିଡ଼ିଓ ଗାଫ୍, ପ୍ରଯୁକ୍ତିବିଦ୍ୟା, ରାଇମସ,ଇତିହାସ, ରୀତି, ଆସକ୍ତି ବା କଳ୍ପନା, ମୋବାଇଲ୍ ଆପ୍, ହାତ ତିଆରି, ଏ.ଆଇ ଏଜୁକେସନ,ଇନ୍ଭେସନ, ସୋଲ ନାଚ, ଗ୍ରୁପ୍ ନାଚ, ସାଜ୍ଞାନ, ଉଡ୍ ଆର୍ଟ,ଟି.ଏଲ୍ଏମ,ମେଡେଲିଙ୍ଗ୍,ଗୀତ,କାରକ, ଚିତ୍ରାଙ୍କନ,ଭାଷଣ ଏବଂ ରଚନା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଶିଶୁଗଣ ନିଜର ଇଚ୍ଛା ମୁତାବକ ଯେତୋଟି ପ୍ରତିଯୋଗିତା ଅଂଶ ଗ୍ରହଣ କରିଛନ୍ତି I ସକାଳ ୧୦ଘ ସମୟ ୧୦ ଜଣ ପୁରୋହିତ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ବିଶିଷ୍ଟ ମାନ୍ୟଗଣ ବ୍ୟକ୍ତି ମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ଜିଲ୍ଲାର ବି.ଏ.ସି, ସି.ବି.ଏ.ସି ଏବଂ ଆଇ.ସି.ଏ.ସି ବୋର୍ଡ଼ର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ର ଓ ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ୧୦୦ ଜଣ ମୁଖ୍ୟ ବିଚାରକ ବିଭିନ୍ନ କେଟଗୋରୀ ଅନୁସାରେ ଶିଶୁଗଣଙ୍କ ମାର୍କ କରିଥିଲେ | ଶିଶୁ ଗଣଙ୍କ ଲୁକାୟତ ପ୍ରତିଭାକୁ ଲୋକଲୋଚ଼ନକୁ ଆଣିବା ପାଇଁ ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ଏହି ବିବେକାନନ୍ଦ ସଂସ୍କୃତି ମେଳା ଅନୁଷ୍ଠିତ ହେଉଅଛି। ଏହା ପ୍ରାୟ ୨୦ ବର୍ଷ ଧରି ପ୍ରତିବର୍ଷ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ବାଣୀକୁ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟ ରଖି ଅନୁଷ୍ଠିତ ହୋଇ ଆସୁଅଛି । ଶିଶୁଗଣ ତାଙ୍କ ନିଜ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କରି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପ୍ରୋସାହନ ଦିଆଯାଉଅଛି। ଅତିଥି ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ମାନିତ କରାଯାଇଅଛି। ସର୍ବ ଶେଷରେ ବିଦ୍ୟାଳୟର ସଭାପତି ଶ୍ରୀ ମିହିର ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଭି.ସି.ଏଫ୍ ର ସମସ୍ତ କର୍ମୀ କର୍ତ୍ତା ଏଥିରେ ସହଯୋଗ କରିଥିଲେ l ସେହିପରି ରବିବାର ଦିନ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ବିବେକାନନ୍ଦ ଙ୍କ ବାଣୀ କୁ ପ୍ରଚାର ଓ ପ୍ରସାର କରିବା ଉଧେଶ୍ୟରେ ରଖି ପ୍ରତିବର୍ଷ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ଧୂମଧାମ ରେ ପାଳିତ ହେଉଅଛି କାର୍ଯ୍ୟକ୍ରମ ସକାଳ ୫ଘ ସମୟେ ମା ଦଣ୍ଡକାଳୀ ମନ୍ଦିର ପୂଜାର୍ଚନା କରି ମଶାଲ ଯାତ୍ରା ଆରମ୍ଭ କରାଯାଉଅଛି ସକାଳ ୬ଘ ୩୦ମିନ ସମୟ ଠାରୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଙ୍କ ସହ ଛାତ୍ର ଓ ଛାତ୍ରୀ ମାନେ ଏହି ପଦଯାତ୍ରା ରେ ଅଂଶ ଗ୍ରହଣ କରନ୍ତି ଏବଂ ତତସହିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନ୍ୟବର ବିଧାୟକ ଚିକିଟି ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ,ବହୁ କର୍ପୋରେଟର,ସୁଶାନ୍ତ ସାବତ,ନାରାୟଣ ମାହାଙ୍କୁଡ, ଗୋପାଳ ପଟ୍ଟନାୟକ ସମାଜସେବୀ ମାନେ ମଧ୍ୟ ଅଂଶ ଗ୍ରହଣ କରନ୍ତି ଏହି ମସଲା ଶୋଭା ଯାତ୍ରା ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରୁ ଆରମ୍ଭ ହୋଇ ମାଳୁଆଣୀ ମନ୍ଦିର ରାସ୍ତା ଦେଇ ପ୍ରହଲ୍ଲାଦ ନଗର ୧,୨ ୩,୪ ଗଳି ଗଣେଶ ନଗର ଦେଇ ଜଗବନ୍ଧୁସ ସାହି ମଧ୍ୟ ଦେଇ ବାଲୁଙ୍କେଶ୍ୱର ମନ୍ଦିର ରୋଡ ହରିଡ଼ାଖଣ୍ଡି ଛକ ହରିଡ଼ାଖଣ୍ଡି ପୋଖରୀ ନିକଟସ୍ଥ ଲଷ୍ମୀନୃସିଂହ ସାହି ଧର୍ମନଗର ଶାନ୍ତିନଗର ଲକ୍ଷ୍ମୀବିହାର ଦେଇ ଦ୍ୱାରିକା ନଗର ସ୍ଥିତ ବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ କରାଯାଏ ଏହି ଶୋଭାଯାତ୍ରା ରେ ଶିଶୁଗଣଙ୍କ ଦ୍ୱାରା ବାଣୀର ସ୍ୱରଧ୍ଵନି ସହ ନୀତିବାଣୀ ସ୍ଟିକ ଧରି ପରିକ୍ରମଣ କରିଥାନ୍ତି ଉକ୍ତ ଦିନ ଶିଶୁ ଗଣଙ୍କ ଦ୍ୱାରା ଭାଷଣ ସହ ସହର ପରିକ୍ରମା କାର୍ଯ୍ୟକ୍ରମ ବିଦ୍ୟାଳୟରେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଅଂଶ ଗ୍ରହଣ କରିଥାନ୍ତି ଶିଶୁଗଣଙ୍କ ନିମନ୍ତେ ବକୃତା ପ୍ରବନ୍ଧ ଚିତ୍ରାଙ୍କନ ଭଳି ଅନେକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଛି ଅଂଶ ଗ୍ରହଣ କରିଥିବା ଶିଶୁ ଗଣଙ୍କୁ ସାର୍ଟିଫିକେଟ ପ୍ରଦାନ ସହ ମାନପତ୍ର ପ୍ରଦାନ କରାଯାଉଅଛି
ଉକ୍ତ ଦିନ ନରେନ ସାହିତ୍ୟ ସଂସଦ ଦ୍ୱାରା ୧୫୦ଜଣ କବି ଓ କବୟିତ୍ରୀ ମାନଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା ଏଥିରେ ଓଡ଼ିଆ ଭାଷାକୁ ଜୀବିତ ରଖିବା ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖି ପ୍ରତିବର୍ଷ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଉଅଛି ଏହା ସହ ଗଂଜାମ ଜିଲ୍ଲାର ୩୧୫ଜଣ ସି ଆର ସି ସି ୨୨ଜଣ ବି ଡ଼ି ଓ ଏବଂ ଗଂଜାମ ଖଲ୍ଲିକୋଟ ସମସ୍ତ କାର୍ଯ୍ୟରତ ସଦସ୍ୟ ମାନଙ୍କୁ ଭି ସି ଏଫ ଓରଗନଇଜସନ ତରଫରୁ ସମ୍ବର୍ଧନା କରାଯାଇଥିଲା ।

