ଜିଲ୍ଲାପାଳ,ଗଞ୍ଜାମଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l

Spread the love

ବ୍ରହ୍ମପୁର :(ପୀବିନ୍ୟୁଜ) ୨୬/୧୨-  ଆଜି  ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ର   ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ ଏମ,ବ୍ରହ୍ମପୁର କମିଶନର ସୋନାଲ ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣି  ଯୋଗଦାନ କରି ଅଭିଯୋଗ ଶୁଣାଣି କରିଥିଲେ l
     ଆଜି ମୋଟ ୪୬ଟି ଅଭିଯୋଗ  ଆସିଥିଲା ସେଥି ମଧ୍ୟରୁ ୪୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୫ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା ଓ ୩ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା l ଜିଲ୍ଲାପାଳ ଶ୍ରୀ ପରିଡ଼ା ରେଡ଼କ୍ରସ  ଫଣ୍ଡରୁ ୨ ଜଣଙ୍କୁ  ୨୦ହଜାର   ଟଙ୍କା ଆର୍ଥିକ ସହାୟତା  ପ୍ରଦାନ କରିଥିଲେ ।       

ଏହି ଅଭିଯୋଗ ଶିବିରରେ ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ତହସିଲଦାର, ବିଡ଼ିଓ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *