ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବିଶ୍ୱ ଘର ଚଟିଆ ଦିବସ ପାଳିତ ।

Spread the love

ବ୍ରହ୍ମପୁର,(ପିବିନ୍ୟୁଜ୍) ୨୦/୦୩/୨୪ , ବୁଧବାର,ପ୍ରତିବର୍ଷ ମାର୍ଚ୍ଚ ମାସ କୋଡିଏ ତାରିଖରେ ବିଶ୍ୱ ଘର ଚଟିଆ ଦିବସ ରୂପେ ପାଳିତ ହୋଇଆସୁଛି l କୁନି ପକ୍ଷୀ ଘର ଚଟିଆ ବଂଶର ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ବର୍ଷ ବ୍ୟାପି ଅହରହ ଉଦ୍ୟମ ଚଳାଇଛନ୍ତି ।
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ବାର ବର୍ଷ ଧରି ଘର ଚଟିଆ ସୁରକ୍ଷା ପାଇଁ ଗଞ୍ଜାମ,ଗଜପତି ସମେତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ କରିଆସୁଛି, ସଂରକ୍ଷଣ ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ଘଟିଛି ।
ଆଜି ବିଶ୍ୱ ଘର ଚଟିଆ ଦିବସ ଉପଲକ୍ଷେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗୁଣ୍ଠବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ବ ଘର ଚଟିଆ ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଘର ଚଟିଆ ସହ ପ୍ରକୃତିର ସମ୍ପର୍କ ବିଷୟରେ ବୁଝାଇ ଥିଲେ l ଘରଚଟିଆର ବଂଶ ବୃଦ୍ଧି ଓ ସୁରକ୍ଷା ନିମନ୍ତେ
ଛାତ୍ରଛାତ୍ରୀ ମାନଙ୍କୁ କୃତିମ ବାସ, ଖାଦ୍ୟ ସ୍ଥଳୀ ଓ ପକ୍ଷୀ ପଶୁ ଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ପାତ୍ର ବଣ୍ଟନ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ,ଇଷାନେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ,ନାରାୟଣ ସାମଲ, ଶିକ୍ଷୟତ୍ରୀ ସଂଗୀତା ସାମଲ, ରୁନୁ ବରାଡ଼,ରେଣୁଝରା ପୁଷ୍ପଶ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *