ଭାରତୀୟ ଜନତା ପାର୍ଟି ର ଲୋକ ସଭା ପ୍ରାଥୀ ଡଃ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାନ ସଭା ପ୍ରାର୍ଥୀ କେ ଅନୀଲ କୁମାର ଙ୍କୁ ଗୋସାଇଁ ନୁଆଗାଁ ଗ୍ରାମ ପକ୍ଷରୁ ସମ୍ବର୍ଦ୍ଧନା ।

Spread the love

ବ୍ରହ୍ମପୁର (ପିବି ନ୍ୟୁଜ୍)ତା ୪ ଏପ୍ରିଲ :ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଗୋସାଇଁ ନୁଆଗାଁ ଗ୍ରାମ ପକ୍ଷରୁ ସ୍ଥାନୀୟ ଗୋସାଇଁ ନୁଆଗାଁ ସ୍ଥିତ ଜନତା ମଇଦାନ ଠାରେ ଭାରତୀୟ ଜନତା ପାର୍ଟି ଲୋକ ସଭା ପ୍ରାଥୀ ଡଃ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାନ ସଭା ପାର୍ଥୀ କେ ଅନୀଲ କୁମାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହର ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ସାମାଜିକ, ଆର୍ଥିକ, ବ୍ୟାବସାୟିକ ଓ ରାଜନୈତିକ କେନ୍ଦ୍ର ବିନ୍ଦୁ ପାଲଟି ଥିବାବେଳେ ନେତୃତ୍ବ ମଧ୍ୟ ନେଇ ଆସିଛି l ରାଜ୍ୟ ସରକାର କଂ୨୫ବର୍ଷ ଶାସନ କାଳରେ ଦୁର୍ନୀତି ଅପାରଗତା ରେ ରାଜ୍ୟ ବାସୀ ଅତିଷ୍ଠ ହୋଇ ଗଲେଣି ଏବେ ପରିବର୍ତ୍ତନ ର ଆବଶ୍ୟକତା ଜରୁରୀ ହୋଇପଡ଼ିଛି ଏବଂ ନେତୃତ୍ୱ ବଦଳିବା ଦରକାର ବୋଲି ସାଂସଦ ପ୍ରାଥୀ ଡଃ ପ୍ରଦୀପ ପାଣିଗ୍ରାହୀ ନିଜ ବକ୍ତବ୍ଯ ରଖିବା ସହ ବ୍ରହ୍ମପୁର ମହାନଗର ନିଗମର ଦୁର୍ନୀତି, ଲୋକ ଦେଖାଣିଆ ନୀତି ଉପରେ ଚେତେଇ ଦେବା ସହ କେନ୍ଦ୍ର ସରକାର ୨୦୧୪ ଠାରୁ ୨୦୨୪ ଦଶ ବର୍ଷ ମଧ୍ୟ ରେ ଓଡିଶା କୁ ୧୯ ଲକ୍ଷ କୋଟି ଟଙ୍କା ର ଅନୁଦାନ ଦେଇ ସାରିଛନ୍ତି |ତେଣୁ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଟି ଯୋଜନା ଗୁଡିକୁ ଲୋକ ମାନଙ୍କ ପାଖକୁ କିପରି ପହଞ୍ଚିବ ସେ ବିଷୟରେ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ପାର୍ଥୀ କେ ଅନୀଲ କୁମାର ମଧ୍ୟ ଓଡିଶା ବାସୀ କଂ ପାଇଁ ଡବଲ ଇଞ୍ଜିନ ସରକାର ଦରକାର ତଥା ବର୍ତ୍ତମାନ ପରିବର୍ତ୍ତନ ଜରୁରୀ ବୋଲି କହିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ସୁବାସ ସାହୁ ସଭାପତିତ୍ୱ କରିଥିବା ବେଳେ ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜl ନନ୍ଦ ବିଶ୍ଵାଳ, ଜିଲ୍ଲା ସମ୍ପାଦିକା ରତ୍ନ ଗର୍ଭl ସରସ୍ଵତୀ, ଜିଲ୍ଲା ସଂଯୋଜକ ପ୍ରଭାତ କିରଣ ଷଡଙ୍ଗୀ, ଅଶୋକ ଶୁକ୍ଲା, ମଣ୍ଡଳ ସଭାପତି କେ ଟୁଙ୍ଗରୁ ପାତ୍ର,ସଭାନେତ୍ରୀ ମନିତା ଦାସ, ବର୍ଷା ବୀଦୁସ୍ମିତା ମଞ୍ଚାସୀନ ଥିଲେ।ଏହି ସମ୍ବର୍ଦ୍ଧନା ସଭା ଟିକୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ସଂସଦୀୟ କ୍ଷେତ୍ର ର ସଂଯୋଜକ ସୁନୀଲ କୁମାର ସାହୁ ସଂଯୋଜନା କରିଥିଲେ। ଶେଷରେ ଗୋସାଇଁ ନୁଆଗାଁ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *