ଭଞ୍ଜବିହାରରେ ଦୁଇଟି ବୈଶାଖ ଦକ୍ଷିଣ ଓଡ଼ିଶାର ଶିକ୍ଷା, ସଂସ୍କୃତିର ସ୍ମାରକୀ ସୌଧ, ଇତିହାସର ଚଳନ୍ତି ସାକ୍ଷୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ।
ବ୍ରହ୍ମପୁର(ପିବିନ୍ୟୁଜ୍)ଭଞ୍ଜବିହାରରେ ଦୁଇଟି ବୈଶାଖ ଦକ୍ଷିଣ ଓଡ଼ିଶାର ଶିକ୍ଷା, ସଂସ୍କୃତିର ସ୍ମାରକୀ ସୌଧ, ଇତିହାସର ଚଳନ୍ତି ସାକ୍ଷୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ । ବିଶ୍ଵବିଦ୍ୟାଳୟର ଧରିତ୍ରୀର ରୂପଶ୍ରୀ ସ୍ଵତନ୍ତ୍ର । ଏଠାକାର ମାଟି, ପାଣି, ଆଲୋକ, ନୀଳାଭ ଆକାଶ, ମଳୟ ପବନ ଯେ କୌଣସି ବ୍ୟକ୍ତିର ପ୍ରାଣକୁ ପୁଲକିତ କରେ । ଏଭଳି ଶାନ୍ତ ସ୍ନିଗ୍ଧ ପରିବେଶରେ ଅବସ୍ଥିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରଥମ ମହିଳା କୁଳପତି ଭାବେ ଯୋଗଦାନ କରି ଗଞ୍ଜାମ ଅଞ୍ଚଳ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଇଁ ଉଦାହରଣ ହୋଇପଡିଛନ୍ତି । ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ତାଙ୍କ ଉଦ୍ୟମ ଅନବରତ ପ୍ରଚେଷ୍ଟାରତ । ବିଶ୍ୱବିଦ୍ୟାଳୟକୁ ବିଶ୍ଵସ୍ତରରେ ପରିଚିତ କରାଇବା ଓ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସଂକଳ୍ପ ସର୍ବଦା ପ୍ରଶଂସନୀୟ । ବହୁ ଝଡ ଝଞ୍ଜା ଓ ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ ମଣିଷ ଗଢା କାରଖାନାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ କାର୍ଯକାଳ ଦ୍ଵିତୀୟ ବର୍ଷ ଅତିକ୍ରମ ହୋଇସାରିଛି । ବହୁ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପଡିଛନ୍ତି ।
କୁଳପତିଙ୍କ ପରିବର୍ତ୍ତନଶୀଳ ନେତୃତ୍ଵରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଭଞ୍ଜବିହାର ପରିସରରେ ପାଦଥାପି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମାବର୍ତ୍ତନ ଉସବରେ ସମ୍ମାନିତ କରି ଇତିହାସ ସୃଷ୍ଟି କରିଛନ୍ତି । ଏତଦ ବ୍ୟତୀତ ତା ୦୨ ଜାନୁଆରୀ ୨୦୨୪ ରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୫୮ତମ ପ୍ରତିଷ୍ଟା ଦିବସ ସମାରୋହ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କବି, ଲୋକ ସଂସ୍କୃତି ଗବେଷକ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡି ପଣ୍ଡିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନକରି ଏକ ଅନ୍ତର୍ନିହିତ ବିକାଶୋନ୍ମୁଖୀ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ସହିତ କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଆଦିର ବିକାଶ ନିମିତ୍ତ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଗଠନର ପୃଷ୍ଠପୋଷକତାରେ ତା ୧୬ ରୁ ୨୦ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ୩୭ ତମ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ପୂର୍ବାଞ୍ଚଳୀୟ ରାଜ୍ୟ ଯଥା ଝାଡ଼ଖଣ୍ଡ, ଓଡିଶା, ବିହାର ଏବଂ ପଶ୍ଚିମବଙ୍ଗର ବିଶ୍ୱବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣକରି ସଂଗୀତ, ନୃତ୍ୟ, ନାଟ୍ୟ, ସାହିତ୍ୟିକ ବିତର୍କ ଏବଂ ସୂକ୍ଷ୍ମ କଳା ଆଦି ପ୍ରତିଯୋଗିତାରେ ନିଜସ୍ଵ ପ୍ରତିଭାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।
କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରଶାସନିକ କ୍ଷେତ୍ରରେ ପାରଦର୍ଶିତା ଲାଭକରିଛନ୍ତି । ତାହାନୁହେଁ ବ୍ୟକ୍ତିଗତ କ୍ଷେତ୍ରରେ ମଧ୍ୟ ଦେଶବିଦେଶରେ ସୁନାମ ଅର୍ଜନ କରିପାରିଛନ୍ତି । ସେ ଭାରତୀୟ ରାଜନୀତି ବିଜ୍ଞାନ ସଂଘର ସଭାପତି, ତା ୨୮ ଜାନୁଆରୀ ୨୦୨୪ ରିଖରେ NAPSIPAG ନେଟୱାର୍କର ସେକ୍ରେଟେରୀ ଜେନେରାଲ୍ ଭାବରେ ମନୋନୀତ ହୋଇଛନ୍ତି । ପୁଣି ୨୦୨୪ ମସିହାରେ BW ଶିକ୍ଷାଦ୍ଵାରା ପ୍ରଭାବଶାଳୀ ମହିଳାମାନଙ୍କ ମଧ୍ୟରୁ ଜଣେ ସ୍ଵତନ୍ତ୍ର ମହିଳା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ତା ୫ ରୁ ୯ ରିଖ ଫେବୃଆରୀ ୨୦୨୪ରେ ମେଘାଳୟର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ XLVII ଭାରତୀୟ ସାମାଜିକ ବିଜ୍ଞାନ କଂଗ୍ରେସ ଆୟୋଜିତ ହୋଇଥିଲା । ଭାରତୀୟ ସାମାଜିକ ବିଜ୍ଞାନ ଏକାଡେମୀ ଦ୍ୱାରା ସେ ଭାରତୀୟ ସାମାଜିକ ବିଜ୍ଞାନ ଏକାଡେମୀର ଜାତୀୟ ଏକାଡେମିକ୍ ପରାମର୍ଶଦାତା କମିଟିର ସଦସ୍ୟ ଭାବରେ କାର୍ଯ୍ୟନିର୍ବାହୀ ପରିଷଦ (୨୦୨୩ -୨୪ ) ଦ୍ୱାରା ମନୋନୀତ ହୋଇଛନ୍ତି । ଏହା ସହିତ ଦକ୍ଷିଣ ଓଡ଼ିଶାର ଅବସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା NAWO, ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ, IISER, ବ୍ରହ୍ମପୁର , ଥିଓସୋଫିକାଲ୍ ଅର୍ଡର ଅଫ୍ ସର୍ଭିସ୍, ଓଡିଶା, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ , CYSD ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ , ଅଭିନୟ ଜଗତ, ଆମ ଓଡିଶା, NIST, ପ୍ରେସିଡେନ୍ସି କଲେଜ, ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଆଦି ଶିକ୍ଷାନୁଷ୍ଠାନ ଗୁଡିକୁ ପରିଦର୍ଶନ କରି ସେଠାକାର ଭିତ୍ତିଭୂମିକୁ ସୁଦୃଢ କରିପାରିଛନ୍ତି ।
ଚଳିତ ଶିକ୍ଷାବର୍ଷରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍) ଏବଂ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ, ବଙ୍ଗୋପସାଗର କାର୍ଯ୍ୟକ୍ରମ ଆନ୍ତଃ ସରକାରୀ ସଂଗଠନ ଚେନ୍ନାଇ ଏବଂ ବ୍ରହ୍ମପୁର ବିଶ୍ୱଦ୍ୟାଳୟ, ପାରାଲା ମହାରାଜା ଇଞ୍ଜିନିୟରିଂ କଲେଜ (ପି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (IISER) ବ୍ରହ୍ମପୁର, ଓଡିଶା, ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ITI), ବ୍ରହ୍ମପୁର, ଓଡିଶା, ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ, କୋଲହାନ ବିଶ୍ୱବିଦ୍ୟାଳୟ (KU), ଝାଡ଼ଖଣ୍ଡ, ଯୁବ ଓ ସାମାଜିକ ବିକାଶ କେନ୍ଦ୍ର (CYSD), ଭୁବନେଶ୍ୱର, ଆନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା (IIITM), ଭୁବନେଶ୍ୱର, ବିଶ୍ୱ ବାଣିଜ୍ୟ କେନ୍ଦ୍ର (WTC), ଭୁବନେଶ୍ୱର, କମନୱେଲଥ ୟୁନିଭରସିଟି ଆସୋସିଏସନ୍, ଲଣ୍ଡନ୍ , ଇଷ୍ଟୁଆରିନ୍ ଏବଂ କୋଷ୍ଟାଲ୍ ଷ୍ଟଡିଜ୍ ଫାଉଣ୍ଡେସନ୍, ହାୱାଡା , ପଶ୍ଚିମବଙ୍ଗ , ସ୍ଵାଭିମାନ ଏନଜିଓ, ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ, କୋଲକାତା CEFASZSI,ଭର୍ଣ୍ଣ।କୁଲାର ଭାଷା ବିଭାଗ, ଭାଷା ବିଜ୍ଞାନର ଡିପାର୍ଟମେଣ୍ଟ, ବ୍ରାଜିଲର, ସାଣ୍ଟା କ୍ୟାଟରିନା ଫେଡେରାଲ ୟୁନିଭରସିଟି ଆଦି ଦେଶ ବିଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ଗବେଷଣା ସଂଗଠନ ସହିତ ଅନୁବନ୍ଧିତ (ସ୍ଵାକ୍ଷରିତ) ରହି ପ୍ରଯୁକ୍ତି ବିଦ୍ୟାର ନବସୃଜନ, ଗବେଷଣାର ଅଭିନବୀକରଣ ଓ ବୌଦ୍ଧିକ ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିପାରିଛି ।
ବିଶ୍ୱବିଦ୍ୟାଳୟ ନିୟମିତ ଭାବରେ ନିଯୁକ୍ତି ଭିତ୍ତିକ ସେଲ୍ ଏବଂ ବୃତ୍ତି ଭିତ୍ତିକ ପରାମର୍ଶ ଦକ୍ଷତା ବିକାଶ କାର୍ଯ୍ୟକ୍ଷମ ହେଉଅଛି । ଫଳରେ ଛାତ୍ରଛାତ୍ରୀମାନେ ନିଯୁକ୍ତି କ୍ଷମ ହୋଇପାରୁଛନ୍ତି । ଚଳିତ ବର୍ଷ ବିଭିନ୍ନ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗବେଷଣାର ଧାରାକୁ ସୁଦୃଢ କରିବା ନିମନ୍ତେ ଗବେଷଣା କାର୍ମଶାଳା, ଗବେଷଣା ଉପସ୍ଥାପନା ସଭା ଆୟୋଜନ କରାଯାଉଛି । ତେଣୁ ଗବେଷକମାନେ ଗବେଷଣା କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିବା ସହିତ ନୂତନ ମାର୍ଗ ଅନୁସରଣ କରୁଛନ୍ତି । ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଏବଂ ଅଧିକାରୀ ମାନଙ୍କୁ ଉଜ୍ଜୀବନ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୯ ଗୋଟି ଶିକ୍ଷକ ଏବଂ ଅଣଶିକ୍ଷକ ବିକାଶ କାର୍ଯ୍ୟକ୍ରମ (FDP) ଆୟୋଜନ କରାଯାଇଛି ।
ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସାମ୍ପ୍ରତିକ ଶିକ୍ଷା ପଦ୍ଧତି ଉପରେ ଅବଗତ କରାଇବା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା କରାଯାଇଥିବା ମାନବସମ୍ବଳ ବିକାଶ କେନ୍ଦ୍ରକୁ ଚଳିତ ଶିକ୍ଷାବର୍ଷଠାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମାନ୍ୟତା ପ୍ରାପ୍ତ ହୋଇଛି ଓ ଏହା ମଦନ ମୋହନ ମଲବୀୟ କେନ୍ଦ୍ର ଭାବେ ସ୍ଵୀକୃତି ପାଇଛି । ନୂତନ ଶିକ୍ଷାନୀତିର ଅଂଶ ଭାବେ ଏଠାରେ ବାର୍ଷିକ ସୂଚୀ ଅନୁସାରେ ୩୬ ଗୋଟି ଶିକ୍ଷକ ବିକାଶ କାର୍ଯକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଆର୍ଥିକ ପ୍ରୋତ୍ସାହନରେ ଶିକ୍ଷକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ୧୦ ଗୋଟି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ନିଶ୍ଚିତ ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ତାଲିମ ଏବଂ ବୃତ୍ତିଗତ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ଶିକ୍ଷାର ବିକାଶ ଦିଗକୁ ସୂଚିତ କରୁଛି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ଅତିରିକ୍ତ ବକ୍ତୃତା ଓ ଅଧ୍ୟାପନା କାର୍ଯକ୍ରମ ଅନୁଷ୍ଟିତ ହେଉଅଛି । ‘ଗ୍ଲୋବାଲ୍ ପରିବେଶ ଦୃଶ୍ୟ : ଆମର ସାଧାରଣ ଭବିଷ୍ୟତ’, ସାମାଜିକ ବହିଷ୍କାର ଏବଂ ଅନ୍ତର୍ଭୂକ୍ତ ନୀତି (CSEIP), “ଆଦିବାସୀ ସମ୍ପ୍ରଦାୟର ଅନ୍ତର୍ଭୂକ୍ତ ବିକାଶ” “ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଭାରତୀୟ ଜ୍ଞାନ ପରମ୍ପରା”, ଭିତ୍ତିକରି ଆଲୋଚନା ଚକ୍ରମାନ ଅନୁଷ୍ଠିତ ହୋଇଥିଲା ।
ଶିକ୍ଷକ ମାନଙ୍କ ନୂତନ ଜ୍ଞାନ କୌଶଳ ତଥା ବୌଦ୍ଧିକ ଚିନ୍ତା ପ୍ରସୂତ ବଳରେ ପ୍ରଫେସର ମନୋରଂଜନ ସାହୁ, ଶ୍ରୀ ଚନ୍ଦନ ନାୟକ ଏବଂ ଶ୍ରୀ ପ୍ରସାନ୍ତ କୁମାର ପାଢୀ ଯୁଗ୍ମ ସହଯୋଗରେ “ANTIBIOTIC ZONE READER” ନାମକ ଏକ ପେଟେଣ୍ଟ ପ୍ରସ୍ତୁତ ହୋଇଅଛି । ସେହିପରି ୟୁ.କେରେ ଥିବା ବୌଦ୍ଧିକ ଗୁଣଧର୍ମ କାର୍ଯ୍ୟାଳୟରେ କମ୍ପ୍ଟ୍ରୋଲର୍ ଜେନେରାଲ୍ ଅଫ୍ ପେଟେଣ୍ଟ୍ SPER (ଫାର୍ମ୍) ର ନିର୍ମାତାଙ୍କୁ “ପିଷ୍ଟନ୍ ପମ୍ପ ଏବଂ ଅଟୋମେଟିକ୍ ଫିଲ୍ଟର୍ ଚେଞ୍ଜର ସହିତ ଟ୍ୟାବଲେଟ୍ ଡିସୋଲ୍ୟୁସନ୍ ଟେଷ୍ଟର୍” ନାମକ ଉଦ୍ଭାବନ ପାଇଁ ଏକ ପେଟେଣ୍ଟ ପ୍ରସ୍ତୁତ କରି ବିଶ୍ୱବିଦ୍ୟାଳୟ ପାଇଁ ଖ୍ୟାତି ଆଣିଛନ୍ତି ।
ସ୍ନାତକୋତ୍ତର ବିଭାଗ ମାନଙ୍କ ପକ୍ଷରୁ ଭାରତୀୟ ଇତିହାସରେ ପୁନଃ ନିର୍ମାଣ : ବିଜ୍ଞାନ, ଇତିହାସ ଏବଂ ବିଶ୍ୱାସ , ଗୃହ ବିଜ୍ଞାନରେ ସାମ୍ପ୍ରତିକ ଅଗ୍ରଗତି “, ରାସାୟନିକ ବିଜ୍ଞାନରେ ଉଦୀୟମାନ ସୀମା, ଜେନୋମିକ୍ ପରବର୍ତ୍ତୀ ଯୁଗରେ ଜୈବ ବିଜ୍ଞାନ, ଅଭିନବ, ଦକ୍ଷତା ଏବଂ ବିକାଶ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ (ICISID 2023), ପ୍ରାମାଣିକ ସାମ୍ବାଦିକତାର ଶକ୍ତି ଉନ୍ମୋଚନ: ଡିଜିଟାଲ୍ ଯୁଗରେ ଯୋଗାଯୋଗ, ଭାରତରେ ଆଦିବାସୀ: ଅଧିକାର, ପରିଚୟ ଏବଂ ସମସ୍ୟା, ପ୍ରାକୃତିକ ଦୃଶ୍ୟ ଶିକ୍ଷଣ ଓ କୁଶଳ ଗ୍ରନ୍ଥାଗାର ଓ ଏହାର ପରିବେଶ , ସ୍ଥାୟୀ ଉପକୂଳ ଏବଂ ସାମୁଦ୍ରିକ ପର୍ଯ୍ୟଟନ ଅଭ୍ୟାସ , ଏକ ନୂତନ କାର୍ଯ୍ୟ ଜଗତରେ ମାନବ ସମ୍ବଳ ପରିଚାଳନା , ଗଣିତରେ ସମସାମୟିକ ପ୍ରଗତି, ବ୍ୟବସାୟ ଅଭ୍ୟାସ ଏବଂ ସ୍ଥିରତା, ଉତ୍ତର ଭାରତ ମହାସାଗରର ପରିବେଶ ଏବଂ ବାୟୋଜୋକେମିଷ୍ଟ୍ରି (EBNIO-2023), ଆଧୁନିକ କବିତା: ଅତୀତର ପୁନରୁତ୍ଥାନ ଏବଂ ତାର ଭବିଷ୍ୟତ, ଜୈବ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାର ସାମ୍ପ୍ରତିକ ଧାରା ଇତ୍ୟାଦି ବିଷୟ ବସ୍ତୁକୁ ଭିତ୍ତି କରି ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀ ତଥା ଆଲୋଚନା ଚକ୍ର ଆୟୋଜନ କରାଯାଇ ଉଚ୍ଚ ଶିକ୍ଷାର ମାର୍ଗକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଭଞ୍ଜବିହାର ପରିବେଶକୁ ସ୍ଵଚ୍ଛ, ନିର୍ମଳ, ପ୍ରଦୂଷଣ ମୁକ୍ତ ରଖିବା ସକାଶେ ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଇ-ଯାନର ବ୍ୟବସ୍ଥା କରିଛନ୍ତି । ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଅଧିକାରୀ ପ୍ରଦାନ କରିଥିବା (ତା. ୯ ଫେବୃଆରୀ ୨୦୨୪ ରିଖ ) ଦୁଇଟି ଇ-ଯାନକୁ କାର୍ଯକାରୀ କରାଯାଇଛି ।
ଭଞ୍ଜବିହାର ଅନ୍ତେବାସୀ ତଥା ସମାଜରେ ଜାତୀୟ ସଂହତି, ସଦଭାବନା, ମୈତ୍ରୀ ପ୍ରୀତି ଜାଗରଣ କରିବା ନିମିତ୍ତ ସ୍ନାତକୋତ୍ତର ବିଭାଗ ସମୂହ କାର୍ଯ୍ୟ।ଳୟ ସମ୍ମୁଖ ଭାଗରେ ତା ୧୬ ଫେବୃଆରୀ ୨୦୨୪ ରେ ମାନ୍ୟବର ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ କର କମଳରେ ୧୦୦ ଫୁଟ ଉଚ୍ଚତା ସ୍ତମ୍ଭରେ , ୨୦ ଫୁଟ ଲମ୍ବ ଓ ୩୦ ଫୁଟ ଓସାର ଜାତୀୟ ତ୍ରିରଙ୍ଗା ପତାକା ଦୋଳାୟିତ ହେଉଅଛି ।
ଗ୍ରନ୍ଥାଗାର ହେଉଛି ବିଶ୍ୱବିଦ୍ୟାଳୟର ମୁଖଶାଳା ପୁଣି ଜ୍ଞାନର ଗନ୍ତାଘର । ତେଣୁକରି ଗ୍ରନ୍ଥାଗାର ଆଧୁନିକୀକରଣ କ୍ଷେତ୍ରରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ଵବିଦ୍ୟାଳୟ ଗ୍ରନ୍ଥାଗାର ଗବେଷଣା ତଥ୍ୟ ନିମିତ୍ତ ଏକ ଅଙ୍ଗ ହୋଇଥିବାରୁ ଗବେଷକ, ଗବେଷିକା ତଥା ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟକ୍ରମ ଓ ପତ୍ରପତ୍ରିକା ସମ୍ପର୍କରେ ସୂଚନା ଉପଲବ୍ଧ ହେଉଅଛି । ପୁଣି ଦୃଷ୍ଟିହୀନ ଛାତ୍ରମାନଙ୍କ ପାଇଁ ଏକ ସପ୍ତାହ କମ୍ପ୍ୟୁଟର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ଏକ ସୁସମୃଦ୍ଧ ପାଠାଗାର ୨୦୨୩ ରୁ ୨୦୨୬ ବର୍ଷ ପାଇଁ ପୁସ୍ତକ କ୍ରୟ ନିମନ୍ତେ ୧୪ ସଂଖ୍ୟକ ବିକ୍ରେତାଙ୍କୁ ଯୋଗାଯୋଗ ସ୍ଥାପନ କରାଯାଇଛି । ଚଳିତ ଶିକ୍ଷା ବର୍ଷରେ ୪୨, ୪୫,୫୬୧.୦୦ ଟଙ୍କାରେ ୪୧୯୭ ରୁ ଅଧିକ ପୁସ୍ତକ କ୍ରୟ କରାଯାଇଛି । ପୁଣି ୪୬ ଗୋଟି ମୁଦ୍ରଣ ପତ୍ରିକାର ଉପଲବ୍ଧ ହେଉଅଛି । ଅଧ୍ୟାପକ ଓ ଗବେଷକ ମାନଙ୍କ ସୁବିଧା ପାଇଁ ଗବେଷଣା ସହାୟତା ସେବା ନିମିତ୍ତ JSTOR, EPW, DELNET ଏବଂ TURINTIN ସଫ୍ଟୱେୟାରର ଅନଲାଇନ୍ ଡାଟାବେସ୍ ସୁବିଧା ଉପଲବ୍ଧ ହେଉଛି । ଦୃଷ୍ଟିହୀନ ମାନଙ୍କ ଅଧ୍ୟୟନ ସୁବିଧା ରହିଛି ଅତ୍ୟାଧୁନିକ ଗ୍ରନ୍ଥାଗାର ବ୍ୟବସ୍ଥା ମଧ୍ୟ ରହିଛି ।
ସ୍ନାତକୋତ୍ତର ବିଭାଗ ମାନଙ୍କ ପକ୍ଷରୁ,ସ୍ଵତନ୍ତ୍ର ବକ୍ତୃତା, ଅତିରିକ୍ତ ବକ୍ତୃତା, ସହକର୍ମୀମାନଙ୍କ ଗବେଷଣା ଭିତ୍ତିକ ବକ୍ତୃତା ନିୟମିତ ବ୍ୟବଧାନରେ ଆୟୋଜିତ ହେଉଅଛି । ଭାରତୀୟ ଜ୍ଞାନ କୌଶଳକୁ ଭିତ୍ତିକରି ପ୍ରାଚୀନ ଓ ସାମ୍ପ୍ରତିକ ଗୁରୁଶିଷ୍ୟ ପରମ୍ପରା, “ଭାରତୀୟ ଜ୍ଞାନ ପ୍ରଣାଳୀ: ବ୍ୟବସାୟ ପରିଚାଳନାରେ ପ୍ରୟୋଗ”, “ପାରମ୍ପାରିକ ଜ୍ଞାନ ଏବଂ ଏହାର ସୁରକ୍ଷା”, “ଭାରତୀୟ ଜ୍ଞାନ ପରମ୍ପରା ଏବଂ ସମସାମୟିକ ଆଇନ ଶିକ୍ଷା” “ଭାରତୀୟ ଜ୍ଞାନ ପ୍ରଣାଳୀକୁ ସମୀକ୍ଷା, ପ୍ରାଚୀନ ସଂସ୍କୃତ ଶାସ୍ତ୍ର ସହିତ ଭାରତୀୟ ଜ୍ଞାନ ପ୍ରଣାଳୀ, ଭାରତୀୟ ରୀତିନୀତି ଏବଂ ପରମ୍ପରା କିପରି ସୁସ୍ଥତା ବୃଦ୍ଧି କରେ ସେ ବିଷୟରେ ସ୍ନାତକୋତ୍ତର ବିଭାଗ ଗୁଡିକ ଅଭାସୀ ମାଧ୍ୟମରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ତଥା କର୍ମଚାରୀମାନଙ୍କ ଜନଜୀବନକୁ ଶୃଙ୍ଖଳିତ କରିବା ସାଂସ୍କୃତିକ, ସାମାଜିକ ତଥା ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱବିଦ୍ୟାଳୟର ପରିସରରେ ବିଭିନ୍ନ ପର୍ଯ୍ୟବେକ୍ଷଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଦିନମାନଙ୍କ ମଧ୍ୟରେ ରହିଛି – ଆନ୍ତର୍ଜାତୀକ ମାତୃଭାଷା ଦିବସ, ଜାତୀୟ ବିଜ୍ଞାନ ଦିବସ, ଆନ୍ତର୍ଜାତୀକ ମହିଳା ଦିବସ, ବିଶ୍ଵଆଦ୍ରଭୂମି ଦିବସ, ଭୋଟର ଦିବସ, କାର୍ଗିଲ ଦିବସ, ସହିଦ ଦିବସ, ସମ୍ବିଧାନ ଦିବସ, ଭଞ୍ଜ ଜୟନ୍ତୀ ସମାରୋହ, ଜୈବ ପରିବେଶ ସଂରକ୍ଷଣ ଦିବସ, ଜାତୀୟ ମାନବ ଅଧିକାର ଦିବସ ଆଦି ପାଳନ କରାଯାଉଛି । ପୁଣି ଆନ୍ତର୍ଜାତୀୟ ଯୋଗ ଦିବସ, ଜାତୀୟ ପର୍ଯ୍ୟଟନ ଦିବସ, ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ, ଜାତୀୟ ଯୁବ ଦିବସ, ମାନବ ଅଧିକାର ଦିବସ, ବିଶ୍ୱ ଐତିହ୍ୟ ସପ୍ତାହ, ଜାତୀୟ ପକ୍ଷୀ ଦିବସ, ଜାତୀୟ ଏକତା ଦିବସ, ସତର୍କତା ସପ୍ତାହ, ଆନ୍ତର୍ଜାତୀୟ ମହିଳା ଦିବସ, ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ, ବିଶ୍ୱ ଫାର୍ମାସି ଦିବସ, ଆନ୍ତର୍ଜାତୀୟ ଉପକୂଳ ପରିଷ୍କାର ଦିବସ, ବିଶ୍ୱ ଓଜୋନ ଦିନ, ଫଟୋଗ୍ରାଫି ଦିବସ, ଜାତୀୟ ପାଠାଗାର ଦିବସ, ବିଶ୍ୱ ଜନସଂଖ୍ୟା ଦିବସ, ବିଶ୍ୱ ପରିବେଶ ଦିବସ, ବିଜ୍ଞାନ ଦିବସ, ଇତ୍ୟାଦି
ପ୍ରତ୍ୟକ ଶିକ୍ଷାନୁଷ୍ଠାନ ତାର ପୁରାତନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ନେଇ ନିଜକୁ ଗର୍ବ ମନେକରେ । ସେମାନଙ୍କର ଅଧ୍ୟୟନ, କାର୍ଯ୍ୟଦକ୍ଷତା, ଅଭିଜ୍ଞତା ଭବିଷ୍ୟତ ପାଇଁ ପଥ ପ୍ରଦର୍ଶକ ହୁଏ । ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧି କ୍ଷେତ୍ରରେ ପୁରାତନ ବ୍ୟକ୍ତିବିଶେଷ ମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷାନୁଷ୍ଠାନଟିକୁ ବିଶ୍ଵସ୍ତରୀୟ କରିବା ପାଇଁ ପୁରାତନ ଛାତ୍ର ମାନଙ୍କ ତ୍ୟାଗ, ସେବା, ପ୍ରୋତ୍ସାହନ ଫଳରେ ଅନୁଷ୍ଠାନଟି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରେ ଏସବୁକୁ ଦୃଷ୍ଟି ନିକ୍ଷେପ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୁରାତନ ସଂଗଠନ ୧୮୬୦ ସାମାଜିକ ଧାରା ଅନୁଯାୟୀ ଆନୁଷ୍ଠାନିକ ଭାବରେ ପଞ୍ଜିକୃତ ହୋଇଛି । ଏହି ସଫଳତା ଆମର ପୁରାତନ ସଂଗଠନକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷକ, ଗବେଷକ, ଛାତ୍ରଛାତ୍ରୀମାନେ ଜୈବ ବିବିଧତା ସଚେତନତା କାର୍ଯ୍ୟକ୍ରମ , ବିଜ୍ଞାନର ଲୋକପ୍ରିୟତା, ମହିଳା ମାନଙ୍କ ଋତୁସ୍ରାବ, ସ୍ୱାସ୍ଥ୍ୟ ସ୍ଵଚ୍ଛତା ବିଷୟରେ କିଶୋରୀ ବାଳିକାମାନଙ୍କୁ ସଚେତନ କରିବା, ଡିଜିଟାଲ୍ ସାକ୍ଷରତା ମାଧ୍ୟମରେ ସଶକ୍ତିକରଣ:, ମଶା ଜନ୍ମ ଓ ରୋଗ, ନାରୀଶିକ୍ଷା , ସ୍ମାର୍ଟ ଫୋନର ଉପଯୋଗିତା, ପାନୀୟ ଜଳ ବଣ୍ଟନ ଶିବିର, ଅର୍ଥନୀତିରେ ବାଣିଜ୍ୟ ଶିକ୍ଷାର ମହତ୍ତ୍ୱ, ପର୍ଯ୍ୟଟନ ଏବଂ ଭ୍ରମଣ ଶିଳ୍ପରେ ବୃତ୍ତି, ସୁସ୍ଥ ପରିବେଶ, ଗୋପାଳପୁର ବେଳାଭୂମିରେ ବିକ୍ରେତାମାନଙ୍କ ମଧ୍ୟରେ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ନିମନ୍ତେ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରାଯାଇଥିଲା ।
ସ୍ନାତକୋତ୍ତର ବିଭାଗ ମାନଙ୍କ ପକ୍ଷରୁ ପଡୋଶୀ ଗ୍ରାମାଞ୍ଚଳ, ବିଦ୍ୟାଳୟ, ମହାବିଦ୍ୟାଳୟରେ ପ୍ରସାରଣ ଭିତ୍ତିକ କାର୍ଯକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ ଛାତ୍ର, ଅଧ୍ୟାପକ-ଅଧ୍ୟାପିକା ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରି ନାରୀ ଶିକ୍ଷାର ଭୂମିକା, ସାମାଜିକ ନୀତି ନିୟମ, ସବୁଜ ପରିବେଶ ଉପରେ ଧ୍ୟାନଦେବା ପାଇଁ ବାର୍ତ୍ତା ଦିଆଯାଇଥିଲା ।
କଳା ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ବିକାଶ ନିମିତ୍ତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ, ଲୁଧିଆନାରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବ, ଓଡ଼ିଶା ରାଜ୍ୟ ସ୍ତରୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପୁଣି ଦେଶ ତଥା ରାଜ୍ୟ ବାହାରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ରେ ଅଂଶ ଗ୍ରହଣ କରି ପୁରସ୍କୃତ ହେବାସହିତ ବିଶ୍ୱବିଦ୍ୟାଳୟ ପାଇଁ ଖ୍ୟାତି ଆଣି ଦେଇଛନ୍ତି ।
ବିଦ୍ୟୁତ ଶକ୍ତିର ସଂରକ୍ଷଣ ସକାଶେ ନୂତନ ଛତ୍ରାବାସ ଛାତ ଉପରେ ୩୦ କିଲୋ ୱାଟର ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏଥିରେ ୯୦ ଗୋଟି ପ୍ୟାନେଲ୍ ରହିଛି ଏବଂ ପ୍ରତ୍ୟେକ ପ୍ୟାନେଲରୁ * 335 ୱାଟ ବିଦ୍ୟୁତ ଶକ୍ତି ଉତ୍ପାଦିତ ହେଉଅଛି । ଫଳରେ ଛାତ୍ରଛାତ୍ରୀମାନେ ଛାତ୍ରାବାସରେ ଦିନରାତି ଅନବରତ ବିଦ୍ୟୁତ ଶକ୍ତି ଉପଲବ୍ଧ ହେଉଅଛି ।
ବିଶ୍ଵବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ସକ୍ରିୟ ଭୂମିକା ନିର୍ବାହ କରୁଅଛି । ଏହାର ଅଧିନରେ ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ ୧୫୪ ଗୋଟି ୟୁନିଟ (ଏକକ) କାର୍ଯ୍ୟକ୍ଷମ ଅଛି । ୧୫୪୦୦ ସ୍ଵେଚ୍ଛାସେବୀ ଏହାର ସଦସ୍ୟ ଅଛନ୍ତି । ପ୍ରତ୍ୟେକ ୟୁନିଟ (ଏକକ) ଗୁଡ଼ିକ ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା ବେଳାଭୂମି ସଫେଇ ଭଳି ଅନେକ ସାମାଜିକ କାର୍ଯ୍ୟ କଳାପରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି । ଜାତୀୟ ସେବା ସଂସ୍ଥା ପ୍ରତ୍ୟେକ ୟୁନିଟଗୁଡ଼ିକ ଗୋଟିଏ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଛନ୍ତି । ଏହି ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ନିଶା ନିବାରଣ, ତମାଖୁ ବର୍ଜନ ସକାଶେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଛି ।
ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଦ୍ଵାରା ଅନେକ କ୍ରୀଡ଼ା ଆୟୋଜିତ ହେଉଅଛି । ଛାତ୍ରଛାତ୍ରୀମାନେ କ୍ରୀଡ଼ାରେ ସକ୍ରିୟଭାବେ ଅଂଶଗ୍ରହଣ କରି ପୁରସ୍କୃତ ହେବା ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତଃ ବିଶ୍ୱବିଦ୍ୟାଳୟ କବାଡ଼ି (ମହିଳା) ପ୍ରତିଯୋଗିତା ଆୟୋଜନ କରାଯାଇଛି । ରାଜ୍ୟ ତଥା ଦେଶ ଭିତରେ ଆୟୋଜିତ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବା ପାଇଁ ପ୍ରତିଯୋଗୀମାନଙ୍କୁ ବିଶ୍ୱବିଦ୍ୟାଳୟ ବିଭିନ୍ନ ସ୍ଥାନକୁ ପ୍ରେରଣ କରାଯାଉଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାରମ୍ପରିକ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ତଥା ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ଵ ପ୍ରଦାନ କରିଥାଏ ।
ଆନନ୍ଦ ଉତ୍ସବର ପର୍ବ ହେଉଛି ହୋଲି ପର୍ବ । ସମସ୍ତ ଶିକ୍ଷକ, କର୍ମଚାରୀ, ଗବେଷକ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା , ପ୍ରେମ – ମୈତ୍ରୀ ଓ ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବା ପାଇଁ କବିସୂର୍ଯ୍ୟ ମଣ୍ଡପଠାରେ ହୋଲି ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ସମସ୍ତେ ଯୋଗଦାନ କରି ବିଭିନ୍ନ ରଙ୍ଗରେ ଆପଣାକୁ ରଙ୍ଗୀନ କରିବା ସହିତ ନାଚ ଗୀତରେ ହୃଦୟକୁ ରଙ୍ଗୀନ କରିଥିଲେ । ସେହିପରି ଗଣେଶ ପୂଜା , ସରସ୍ଵତୀ ପୂଜା ମଧ୍ୟ ମିଳିତ ଭାବେ ମହା ଆଡମ୍ବର ସହକାରେ ପାଳନ କରାଯାଏ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଳବାୟୁ ବର୍ଷ ସାରା ନାତିଶୀତୋଷ୍ଣ । ପାଖ ଗୋପାଳପୁର ସମୁଦ୍ର ବେଳଭୂମିରୁ ବହିଆସୁଥିବା ପବନରେ ଭୂଭାଗଟି ସୁଶୀତଳ । ଏ ହେତୁରୁ ଏଠାରେ ପ୍ରକୃତି କଣ୍ଟା କୋମଳ ରୂପରେ ସବୁବେଳେ ସଜେଇହୋଇ ରହିଥାଏ । ନଗର ବାଟିକା , ଉଦ୍ଭିଦ ବିଜ୍ଞାନ ବାଟିକା , ଔଷଧୀୟ ବୃକ୍ଷ ବାଟିକା ର ଗଛଲତା ମାନ ମୁଠାମୁଠା ପ୍ରାଣଶକ୍ତି ଧରି ଛଳ ଛଳ ନୟନରେ ଚାହୁଁଥିବା ପରି ଦେଖାଯାନ୍ତି । ଏମାନଙ୍କ କୋଳରେ ଅବସ୍ଥାନ କରି ଆସୁଥିବା ବିହଙ୍ଗମ , ହନୁ ମାଙ୍କଡ ଏଡାଳରୁ ସେ ଡାଳକୁ ଡେଇଁ ରସାଳ ସଙ୍ଗୀତ ଗାଇ ଖୁସି ମନରେ ଡିଆଁ ମାରୁଥାନ୍ତି । ନଗର ବାଟିକାର ସମ୍ମୁଖ ଭାଗରେ ଦଣ୍ଡାୟମାନ ହୋଇଥିବା ହସ୍ତୀ ଦ୍ୱୟ ସତେକି ଇନ୍ଦ୍ରଙ୍କର ଐରାବତ ହସ୍ତୀ ଠାରୁ କୌଣସି ଗୁଣରେ ଊଣା ନୁହନ୍ତି । ସମଗ୍ର ଭଞ୍ଜବିହାର ପରିସର ମଧ୍ୟରେ କବି ଉପେନ୍ଦ୍ର ଭଞ୍ଜ, ଆମ୍ବେଦକର, ଅବଦୁଲ କାଲାମ, ଗୌତମ ବୁଦ୍ଧ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଚରକ , ଆଦି ମହାମନୀଷୀ ମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଫଳରେ ତାଙ୍କ ଜୀବନ ଦର୍ଶନରେ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ଓ ଉଦବୁଦ୍ଧ ହେବାରେ ସହାୟକ ହେବ । ପୁଣି ଶିକ୍ଷାନୁଷ୍ଠାନର ମାନ ବୃଦ୍ଧି କରିବାରେ ଏସବୁ ପଦକ୍ଷେପ ଯଥେଷ୍ଟ ସହାୟକ ହେବ । ହଳଦୀ ବସନ୍ତର କୂଜନ ଓ ହରରଙ୍ଗି ଫୁଲର ମହକରେ ପରିବେଷ୍ଟିତ ଶାନ୍ତ, ସ୍ନିଗ୍ଧ, ମନୋରମ ପବିତ୍ର ଭଞ୍ଜବିହାର ସବୁଜ ଘାସଗାଲିଚାରେ ଭଞ୍ଜୀୟ ଜ୍ୟୋତି ମାନଙ୍କ ଅବସ୍ଥାନ ଓ ଗୁଣ୍ଡୁଚିମୂଷା ମାନଙ୍କ କଳରବରେ ପରିବେଶଟି ସଦାସର୍ବଦା ମୁଖରିତ ଓ ହର୍ଷୋତଫୁଲ୍ଲିତ ହେଉଅଛି । ମାନ୍ୟବର କୁଳପତିଙ୍କ ଏଭଳି ପଦକ୍ଷେପ ବିଶ୍ୱବିଦ୍ୟାଳୟ ପ୍ରଗତିରେ ନିଶ୍ଚିତ ରୂପେ ସହାୟକ ହେବ ।

