ଓଡିଶା ର ପର୍ଯ୍ୟଟନ ର ବିକାଶ ନିମନ୍ତେ ପର୍ଯ୍ୟଟନ ବିଶାରଦ ମାନଙ୍କ ବୈଠକ ।

Spread the love


ଭୁବନେଶ୍ୱର(ପିବି ନ୍ୟୁଜ୍) Society of Tourism Professionals ଦ୍ୱାରା ବରିଷ୍ଠ ପର୍ଯ୍ୟଟନ ବିଶାରଦ ମାନଙ୍କୁ ନେଇ ଏକ ବୈଠକ ଭୁବନେଶ୍ୱର ପାନ୍ଥନିବାସ ରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକ ରେ ପ୍ରାକ୍ତନ ଅଧିକାରୀ ଶ୍ରୀଯୁକ୍ତ ବଂଶୀଧର ଲେଙ୍କା ଅଧ୍ୟକ୍ଷତା କରିଥିଲେ | ଏହି ବୈଠକ ରେ ଓଡିଶା ର ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ଥିବା ବହୁ ବରିଷ୍ଠ ଓ ଅଭିଜ୍ଞ ବ୍ୟକ୍ତି ବିଶେଷମାନେ ଯୋଗଦାନ କରିଥିଲେ | ସେମାନଙ୍କ ମତାମତ ଅନୁଯାୟୀ ଓଡିଶା ର ପର୍ଯ୍ୟଟନ ଧାରା କୁ କିପରି ଅଧିକ କ୍ରିୟାଶୀଳ ଓ ଆଗକୁ ବଢା ଯାଇପାରିବ, ତା ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା | ଏହା ସହିତ ନିକଟରେ ଓଡିଶା ପର୍ଯ୍ୟଟନ ର ବିକାଶ ପାଇଁ ସମୟ କ୍ରମେ ସ୍ୱତନ୍ତ୍ର ଥିମ (ଚିନ୍ତାଧାରା ) କୁ ନେଇ ଆଲୋଚନା ଚକ୍ର ଓ ବିଶ୍ୱ ପର୍ଯ୍ୟଟନ ବଜ଼ାର ରେ ଓଡିଶା ପର୍ଯ୍ୟଟନ କୁ ଉପସ୍ଥାପନା କରିବା ପାଇଁ କାର୍ଯ୍ୟ କରିବା ନିମିତ୍ତ ନିଷ୍ପତି ନିଆଗଲା | ଏଥି ସହିତ ରାଜ୍ୟ ତଥା ଭାରତ ର ବିଭିନ୍ନ ରାଜ୍ୟ ମାନଙ୍କରେ ରେ କାମ କରୁଥିବା ପର୍ଯ୍ୟଟନ ସଂସ୍ଥା ମାନଙ୍କ ସହାଭାଗିତା ରେ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି | ଏହି ବୈଠକ ରେ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ଥିବା ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ | ସର୍ବ ସମ୍ମତି କ୍ରମେ ଶ୍ରୀ ଯୁକ୍ତ ବିରଞ୍ଚି ମିଶ୍ର ସଭାପତି, ଶ୍ରୀ ଉତ୍ପଳ ପତି ଉପ ସଭାପତି, ଶ୍ରୀ ରତିକାନ୍ତ ପଟ୍ଟନାୟକ ସମ୍ପାଦକ, ଶ୍ରୀ ବିଜୟ ଜେନା ସହ ସମ୍ପାଦକ, ଶ୍ରୀ ଅଜୟ ରାଉତ କୋଷଧ୍ୟକ୍ଷ୍ୟ ଭାବେ ମନୋନୀତ କରାଗଲା | ଏହି ସଭା ରେ ଶ୍ରୀ ବ୍ରଜନାଥ ମିଶ୍ର, ଶ୍ରୀ ମତୀ ରୀନା ରଥ, ଶ୍ରୀ ଶଶାଙ୍କ ରଥ, ଶ୍ରୀ ସନ୍ତୋଷ ଦାସ, ଶ୍ରୀ ଗଗନ ସାହୁ, ଶ୍ରୀ ହରେକୃଷ୍ଣ ଶିଅଲ, ଶ୍ରୀ ସୁନୀଲ ପଟ୍ଟନାୟକ, ଶ୍ରୀ ସୁରେନ୍ଦ୍ର ଲିମା, ଶ୍ରୀ ପ୍ରତାପ ରାଜ, ଶ୍ରୀ ପବିତ୍ର ଦାଶ, ଶ୍ରୀ ବି ବି ରଥ, ଶ୍ରୀ ବି କେ ଭଞ୍ଜ, ଶ୍ରୀ ସୁକାନ୍ତ ପଟ୍ଟନାୟକ ଓ ଅନ୍ୟାନ୍ୟ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ |



Oplus_131072

Leave a Reply

Your email address will not be published. Required fields are marked *