ସ୍ୱର୍ଣ୍ଣିମ ଜୟନ୍ତୀ ଉଦଯାପନୀ ଦିବସ , ଡିଜିଟାଲ ଯୁଗରେ ଗଣମାଧ୍ୟମର ଆହ୍ୱାନ ଆଲୋଚନା ଚକ୍ର

Spread the love

ଭଂଞ୍ଜବିହାର- (ପୀବିନ୍ୟୁଜ)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସ୍ୱର୍ଣ୍ଣିମ ଜୟନ୍ତୀ ଉଦଯାପିତ ହୋଇଯାଇଛି  । ଉଦଯାପନୀ  ଦିବସରେ ‘ଦୋ-ଛକିରେ ଗଣମାଧ୍ୟମ’ ଏବଂ  ଡିଜିଟାଲ ଯୁଗରେ ଗଣମାଧ୍ୟମରେ ଆହ୍ୱାନ ସଂପର୍କିତ  ଆଲୋଚନା ଚକ୍ର ଅନୁଯାଇଛି  ।  ଉତ୍ସବରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ପୃଷ୍ଟପୋଷକତାରେ ଆୟୋଜିତ ଆଲୋଚନାଚକ୍ରରେ ରାଜ୍ୟର ବରିଷ୍ଠ ସମ୍ପାଦକ ତଥା ଓଡିଶା ଲାଇଭର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଯୋଗ ଦେଇ ସାମ୍ବାଦିକତା ଓ ଗଣଯୋଗାଯୋଗ ର ଭୂମିକା ଓ ଆବଶ୍ୟକତାକୁ ଆଲୋକପାତ କରିବା ସହିତ ନିଜର ବକ୍ତବ୍ୟରେ ବିଦ୍ୟାର୍ଥୀଙ୍କୁ ନିଜ କାର୍ଯ୍ୟକୁ ଭଲ ପାଇବା ହିଁ ପ୍ରତେକ ଙ୍କୁ ଶୀର୍ଷତାରେ ପହଞ୍ଚିବାରେ ସହାୟକ ହେବ ବୋଲି ଆହ୍ୱାନ କରିଥିଲେ  । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା ଖବରର ଗଭୀରତାକୁ ଯାଇ ଖବର ସଂଗ୍ରହ କରିବାର ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିବା ବେଳେ ବ୍ରହ୍ମପୁର ସକାଳ ସଂସ୍କରଣର ମୁଖ୍ୟ ତଥା ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ ଖବର ପରିବେଷଣ କରିବା ସମୟରେ ଏହାର ସତ୍ୟାସତ୍ୟାକୁ ବିଭିନ୍ନ ଦିଗରୁ ଯାଞ୍ଚ କରିବାର ଆବଶ୍ୟକତା ରହିଥିବା ନେଇ ଗୁରୁତ୍ୱାରୋପ କରିଥିଲେ  । କାର୍ଯ୍ୟକ୍ରମରେ ଇଟିଭି ଭାରତର ବରିଷ୍ଠ ସମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଖବର ସଂଗ୍ରହର ପୂର୍ବର କାର୍ଯ୍ୟଶୈଳୀ ଏବଂ ଡିଜିଟାଲ ଯୁଗରେ କାର୍ଯ୍ୟଧାରା ଭିନ୍ନ ରହିଥିଲେ ହିଁ ଲକ୍ଷ୍ୟ ସବୁବେଳେ ଏକ ରହୁଥିବା ଏବଂ ବର୍ତ୍ତମାନର ସମୟରେ ଆସୁଥିବା ଖବରର ସତ୍ୟତା ଅନୁଧ୍ୟାନ କରିବା ଏକ ଆହ୍ୱାନ ବୋଲି କହିଥିଲେ  । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ପ୍ରାକ୍ତନ ପ୍ରଫେସର ବେଣୁଧର ପଣ୍ଡା ସମାଜର ପ୍ରତିନିଧି ତଥା ବରିଷ୍ଠ ସାମ୍ୱାଦିକ ରାଜୀବ ଲୋଚନ ମିଶ୍ର , ଧରିତ୍ରୀ ପ୍ରତିନିଧି ସୁବାସ ଚନ୍ଦ୍ର ପାଢୀ ,ଇନାଡୁ ର ପ୍ରତିନିଧି ଏନ୍.ନାଗଭୂଷଣ, ନାରାୟଣ ମହାଙ୍କୁଡ ପ୍ରମୁଖ ମଞ୍ଚାସୀନ ରହିଥିଲେ  । ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ କାର୍ଯ୍ୟ ଏବଂ ଆହ୍ୱାନ ନେଇ ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ଆଲୋଚନା ଚକ୍ରରେ ମତବ୍ୟକ୍ତ କରିଥିବା ବେଳେ କୂଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଶେଷରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଆୟୋଜନ ଏବଂ ରାଜ୍ୟର ଗଣମାଧ୍ୟମ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଅବଦାନ ନେଇ ବିଭାଗ ଗର୍ବିତ ବୋଲି କହିବା ସହ ଏହି ବିଭାଗରୁ ପୁଣି ନୂତନ ସାମ୍ୱାଦିକଙ୍କୁ ପରିପକ୍ୱତା ପୂର୍ଣ୍ଣ  କରିବା ପାଇଁ ଅଭିଜ୍ଞତାପୂର୍ଣ୍ଣ ଗଣମାଧ୍ୟମ ପ୍ରତିନିଧି ମାନେ ସହାୟକ ହେବାକୁ ହେବାକୁ ଆହ୍ୱାନ କରିଥିଲେ  । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉତ୍କର୍ଷତାକୁ ବିଭାଗୀୟ ମୁଖ୍ୟ ଡଃ. ବନ୍ଦିତା କୁମାରୀ ପଣ୍ଡା ନିଜର ଅଭିଭାଷଣ ରଖିଥିବା ବେଳେ  ବିଭାଗୀୟ ପ୍ରଫେସର ଗଣେଶ ସେଠୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ  ।  ସେହିପରି କାର୍ଯ୍ୟକ୍ରମ ସମ୍ପାଦକ ମଣ୍ଡଳୀ ଡଃ ନେହା ପାଣ୍ଡେ ଓ ଡଃ ଚିନୁ ବୋହିଦାର, ବିଭାଗର ଅଧ୍ୟାପକ ଡଃ. ଜୟନ୍ତ କୁମାର ପଣ୍ଡା,ଅଗ୍ନି କୁମାର ବେହେରା, ସୌରଭ ପ୍ରକାଶ ସିଟ , କିଟ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ.ବିଦୁଭୂଷଣ ଦାସଙ୍କ  ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ “ଦୋଛକିରେ ଗଣମାଧ୍ୟମ’ ଶୀର୍ଷକ ସମ୍ମିଳନୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ବହୁ ବିଶାରଦ ଓ ଗବେଷକ ମାନେ ଯୋଗଦାନ କରି ନିଜର ଗବେଷଣା ବିଷୟକୁ ଉପସ୍ଥାପନା କରିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପ୍ରାକ୍ତନ ପ୍ରଫେସର ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା  । ତିନି ଦିନ ବ୍ୟାପି ଆୟୋଜିତ ହୋଇ ଆସୁଥିବା ଅନ୍ତର୍ଜାତୀୟ ସମ୍ମିଳନୀର  ଉଦଯାପନୀ ଦିବସରେ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଥିବା ଯୋଗୁଁ କୁଳପତି ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ଛାତ୍ର ଶ୍ଵାସ୍ତି ସୁନ୍ଦର ସିୟା ଧନ୍ୟବାଦ ଅର୍ପଣ କରିଥିଲେ l

Oplus_0

Leave a Reply

Your email address will not be published. Required fields are marked *