ଭିକାରି ବଳ ସ୍ମୃତି ସଂସଦ ତରଫରୁ ଭଜନ ସନ୍ଧ୍ୟା ।

Spread the love

ବ୍ରହ୍ମପୁର(ପିବିନ୍ୟୁଜ୍) ଦିନ ସଂଧ୍ୟାରେ ଲୋଚାପଡା ଗଣେଶ ବଜାର ସ୍ଥିତ କାଳୀମନ୍ଦିର ନିକଟରେ ଭିକାରି ବଳ ସ୍ମୃତି ସଂସଦର ୧୪ ତମ ବାର୍ଷିକ ଉତ୍ସବ ସଂସଦର ଉପସଭାପତି ଶ୍ରୀ ସନ୍ତୋଷ ବେହେରା ଙ୍କ ତତ୍ୱାବଧାନରେ ହୋଇଯାଇଅଛି। ସମ୍ପାଦକ ମିହିର କୁମାର ପାଣିଗ୍ରାହୀ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ହୋଟେଲ ଆସୋସିଏସନ ସଭାପତି ଇଂ ଉମା ଶଙ୍କର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ।ଭିକାରି ବଳ ସ୍ମୃତି ସମ୍ମାନ ୨୪ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ ଙ୍କୁ ଓ ରାଧାକାନ୍ତ ନନ୍ଦ ସ୍ମୃତି ସମ୍ମାନ ୨୪ ଶ୍ରୀ ବିଜୟ ଦାଶ ଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶ୍ରୀ ରଶ୍ମି ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ । ସୁଦୂର କଟକ ରୁ ଆସିଥିବା ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ରବି ଦାଶ,ପ୍ରଭାତ ପଟ୍ଟନାୟକ, ଶ୍ରୀସନ୍ତୋଷ ବେହେରା,ଶ୍ରୀ ଭବାନୀ ମିଶ୍ର, ଶିବ ଷଢଙ୍ଗୀ,ଡ଼ଃ.ଚନ୍ଦନ ଗନ୍ତାୟତ,ଶର୍ମିଳା ସାମନ୍ତରାୟ,ଅଞ୍ଜଳି ପାତ୍ର, ଅର୍ପିତା ପଣ୍ଡା, ଅର୍ପିତା ଚୌଧୁରୀ,ଶ୍ରୀ ପ୍ରଭାତ ପାତ୍ର, ପ୍ରମୁଖ କଣ୍ଠ ଦାନ କରିଥିଲେ ଏବଂ ବାଦ୍ୟ ଓ ଯନ୍ତ୍ର ସଙ୍ଗୀତରେ ଇଂ.ଅଭୟନ୍ଦୁ ପଟ୍ଟନାୟକ, ବିକାଶ, ଟୁକୁ, କିରଣ, ଟିକିରି ,ସୀମାଦ୍ରୀ ଭାଇ, ମନୋଜ ମିଶ୍ର,ସହଯୋଗ କରିଥିଲେ ସରୋଜ ମିଶ୍ର, ବଳରାମ ଭାଇ,କେ,ରବୀନ୍ଦ୍ର ଦାସ,କୁରେଶ ଚୌଧୁର,କାର୍ତ୍ତିକ ପାଣିଗ୍ରାହୀ ,ଅର୍ଜୁନ ବେହେରା,ରବି ପ୍ରସାଦ ସାହୁକାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସଂସ୍କୃତିକ ସମ୍ପାଦକ ଶ୍ରୀ ଭବାନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *