ହିଂସାମୁକ୍ତ ମହିଳା ସମାଜ ଗଠନ ସକାଶେ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ବାନ ।
ଛତ୍ରପୁର (ପିବିନ୍ୟୁଜ୍) ଭାରତ ସରକାରଙ୍କ ପ୍ରଯୋଜନାରେ ମହିଳା ମାନଙ୍କ ସମସ୍ୟା ସମାଧାନ, ପରାମର୍ଶ ଓ ଥଇଥାନ ପାଇଁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଓ୍ବାନ ଷ୍ଟପ୍ ସେଣ୍ଟର ଓ ଜାଗୃତି / ଶକ୍ତି ସଦନର କର୍ଯ୍ୟକ୍ରମଟିକୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତଦାରଖ କରି ମହିଳା ହିଂସାମୁକ୍ତ ଗଞ୍ଜାମ ଜିଲ୍ଲା କରିବା ପାଇଁ ଆହ୍ବାନ ଦେଇଥିଲେ । ଏଥିପାଇଁ ସମସ୍ତ ପଞ୍ଚାୟତ ସ୍ତରରୁ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପଞ୍ଚାୟତ ସମିତି ଓ ସମନ୍ବୀତ ଶିଶୁ ବିକାଶ କାର୍ଯ୍ୟାଳୟରେ ହେଉଥିବା କାର୍ଯ୍ୟକ୍ରମ ଗୁଡିକରେ ଓ୍ବାନ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା ମାନେ ଭାଗନେବା ସହ ପଞ୍ଚାୟତ ସ୍ତରରୁ ଲୋକଙ୍କୁ ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ବ୍ଲକ୍ ସ୍ତରରେ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର, ପଞ୍ଚାୟତ ସମିତି ଓ ପଞ୍ଚାୟତ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ ପୋଲିସ ଥାନା କାନ୍ଥରେ ଉଲ୍ଲେଖ କରିବା ପାଇଁ ପରାମର୍ଶ ଦେଇଥିଲେ । ଗତ ପାଞ୍ଚ ବର୍ଷରେ ଓ୍ବାନ ଷ୍ଟପ୍ ସେଣ୍ଟର ତରଫରୁ ୧୧୯୪ ନିର୍ଯ୍ୟାତିତା ମହିଳାଙ୍କ ପଞ୍ଜିକରଣ ହୋଇଥିବା ବେଳେ ୨୦୨୩-୨୪ ଆର୍ଥକ ବର୍ଷରେ ୪୩୦ ଗୋଟି କେଶ୍ ପଞ୍ଜିକରଣ ହୋଇଥିବା ଜଣା ପଡିଛି । ସେଥି ମଧ୍ୟରୁ ୭ ଟି କେଶ ଫୈସଲ ହୋଇ ନଥିବା ଜଣା ପଡିଛି । ଅତୀତରେ ନିର୍ଯାତିତ ହୋଇଥିବା ମହିଳା ଉପସ୍ଥିତ ହୋଇ ଓ୍ବାନ ଷ୍ଟପ୍ ସେଣ୍ଟର ଦ୍ବାରା ନିଜ ଜୀବନର ପରିବର୍ତ୍ତନର ବ୍ୟାଖ୍ୟା କରି ଓ୍ବାନ ଷ୍ଟପ୍ ସେଣ୍ଟରର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ ।
ଅନୁଷ୍ଠାନ ମାନେ ଆବଶ୍ୟକ କରୁଥିବା ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କାର୍ଯ୍ୟରତ ଅନୁଷ୍ଠାନ ମାନେ ଅନ୍ତେବାସୀ ମାନଙ୍କ ସୁରକ୍ଷା ଓ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା ସହ ସ୍ବଚ୍ଛତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ବିଶେଷ କରି ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲା ଠାରେ ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଏକମାତ୍ର ଅନୁଷ୍ଠାନ ଓ୍ବାନ ଷ୍ଟପ୍ ସେଣ୍ଟର, ବ୍ରହ୍ମପୁର ଭାଗ ନେବାକୁ ଯାଉଥିବା ବେଳେ କନ୍ଧମାଳ, ପୁରୀ, କେଉଁଝରରୁ ଗୋଟିଏ ଲେଖାଏଁ ଅଙ୍ଗନଓ୍ବାଡି କେନ୍ଦ୍ରର ପ୍ରତିନିଧିଙ୍କ ସହ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସମ୍ବଲପୁର ଆମନ୍ତ୍ରୀତ ସ୍ବତନ୍ତ୍ର ଅତିଥି ହିସାବରେ ଯୋଗ ଦେବାକୁ ଯାଉଥିବା ଯୋଗୁଁ ଜିଲ୍ଲାପାଳ ଓ୍ବାନଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅଦ୍ବିତା ପରବୀନ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସ୍ବାଗତ କରିଥିଲେ । ଆଇ. ଏସ୍. ଆର୍.ଡି. ର ନିର୍ଦ୍ଦେଶକ ସୁଧୀର ସାବତ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତରଫରୁ ଡଃ ହାବା ମୋହନ ପଣ୍ଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ମେର୍ସିରାଣୀ ପୂର୍ତ୍ତି, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ବ୍ରହ୍ମପୁର ମହିଳା ଥାନା ର ଭାରପ୍ରାପ୍ତ ଅଧିକାରୀ ଅନୀତା ସାହୁ ଓ ଡି.ଏଚ୍.ଆର୍.ପି.ସି କୁନି ଶବର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମନୋଜ କୁମାର ପ୍ରଧାନ, ମହିଳା ସୁରକ୍ଷା ଅଧିକାରୀ ଟି. ନାଗରତନ୍ ଓ ଭବାନୀ ବେହେରା , ଦେବବ୍ରତ ମାହୁନ୍ତ, ଶୁଭଶ୍ରୀ ମହାନ୍ତି, ମହାଶ୍ବେତା ପାଢୀ, ରାଜେନ୍ଦ୍ର ପ୍ରଧାନ ଗୌଡ, ଅଞିଜଳୀ ପ୍ରିୟା ରାଉତ ଓ ରଞ୍ଜିତା ଦାଶଙ୍କ ସମେତ ଜିଲ୍ଲାର ସମସ୍ତ ସମନ୍ବୀତ ଶିଶୁ ବିକାଶ ଯୋଜନାର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।



