ଜାତୀୟ ନାଟ୍ୟ ଉତ୍ସବ “ପୂର୍ବରଙ୍ଗ” ଉଦ୍ଘାଟିତ । ପ୍ରଥମ ସଂଧ୍ୟାରେ ମନ ମୋହିଲା ହିନ୍ଦୀ ନାଟକ “କଥା ଏକ୍ କଂସ କି”
ବ୍ରହ୍ମପୁର (ପୀବିନ୍ୟୁଜ) ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଭାରତ ସରକାର ଓ ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆନୁକୂଲ୍ୟରେ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ଦ୍ବାରା ଜିଲ୍ଲା ସାଂସ୍କୃତିକ ପରିଷଦର ସହଯୋଗ କ୍ରମେ ଜାତୀୟ ନାଟକ ମହୋତ୍ସବ “ପୂର୍ବରଙ୍ଗ” ର ମଙ୍ଗଳବାର ଦିନ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି ।
ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନୀଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର୍ କଲ୍ୟାଣୀ ସଂଘମିତ୍ରା, ଆଶିର୍ବାଦ ପରିଡା, ଆଞ୍ଚଳିକ ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା ବିଭାଗ, ସିଦ୍ଧାର୍ଥ ଶଙ୍କର ପାଢୀ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢୀ, ଓଡିଶା ନାଟ୍ୟସଂଘର ସଭାପତି ମନୋଜ କୁମାର ପଟ୍ଟନାୟକ, ନାଟ୍ୟ ଚେତନାର ସଭାପତି ସୁବୋଧ ପଟ୍ଟନାୟକ, ମିହିର ମେହେର ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼.ଚନ୍ଦ୍ର ଶେଖର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଥମ ସଂଧ୍ୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୋପ୍ ଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ଗାନ ପରେ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସଭାକାର୍ଯ୍ୟ ପରିଚାଳନା କରିବା ସହିତ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଙ୍ଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ହୋତା ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ଜାତୀୟ ନାଟ୍ୟ ଉତ୍ସବ “ପୂର୍ବରଙ୍ଗ” ଅନୁଷ୍ଠିତ ହେଉଥିବାରୁ ସମସ୍ତ୍କୁ ସାଧୁବାଦ ଜଣାଇଥଖିଲେ । ପ୍ରଥମ ସଂଧ୍ୟାରେ ନୂଆ ଦିଲ୍ଲୀ ଅପ୍ ଷ୍ଟେଜ୍ ଆର୍ଟ ଗୃପ୍ ତରଫରୁ ପଦ୍ମଶ୍ରୀ ଦୟା ପ୍ରକାଶ ସିହ୍ନାଙ୍କ ଦ୍ବାରା ରଚିତ ଏବଂ ରୋହିତ୍ ତ୍ରିପାଠାଙ୍କ ଦ୍ବାରା ନିର୍ଦ୍ଦେଶିତ ହିନ୍ଦୀ ନାଟକ “କଥା ଏକ୍ କଂସ କି” ମଞ୍ଚସ୍ଥ ହୋଇ ଉପସ୍ଥିତ ଶତାଧିକ ଦର୍ଶକଙ୍କ ଦ୍ବାରା ପ୍ରବଳ ଜନାଦୃତ ହୋଇଥିଲା । ନାଟକର ନିର୍ଦ୍ଦେଶକ ରୋହିତ ତ୍ରିପାଠୀ ଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ନାଟକ ସମାରୋହ ସମିତିର ସାଧାରଣ ସଂପାଦକ ନାରାୟଣ ମହାଙ୍କୁଡ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ 26 ତାରିୀଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜାତୀୟ ନାଟକ ମହୋତ୍ସବରେ ଓଡିଶା ନାଟକ ସମାରୋହ ସମିତିର ସମସ୍ତ କର୍ମକର୍ତ୍ତା, ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ଜାତୀୟ ନାଟ୍ୟ ଉତ୍ସବର ପ୍ରଥମ ସଂଧ୍ୟାର ନାଟକ ପୂର୍ବରୁ ମଞ୍ଚକଳାର ବିକାଶ ପାଇଁ କଳାକାର ମାନଙ୍କ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଉତ୍କଳ ଆଶ୍ରମ ଠାରୁ ବାହାରି ସଂସ୍କୃତି ଭବନ ପରିସରରେ ପହଞ୍ଚି ଥିଲା ।



