ଉଦୟ ପବ୍ଲିକ ସ୍କୁଲ ର ଦଶମ ବାର୍ଷିକ ଉତ୍ସଵ, ସାଂସ୍କୃତିକ କାର୍ଯ୍ୟକ୍ରମ ମନ୍ ମୋହିଲା

Spread the love

ବ୍ରହ୍ମପୁର(ପିବିନ୍ୟୂଜ୍) ସାନକୁଶସ୍ଥଳୀ ଆମ୍ବପୁଆ ସ୍ଥିତ ଉଦୟ ପବ୍ଲିକ ସ୍କୁଲ ର ଦଶମ ବାର୍ଷିକ ଉତ୍ସଵ ଅଧ୍ୟକ୍ଷା ଶିବାନୀ କୁମାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ତଥା ବୃକ୍ଷ୍ ମଣିଷ ସୁବାସ ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ା ଅଶ୍ଵିନୀ ବେହେରା, ଅବସର ପ୍ରାପ୍ତ ପୋଲିସ ଅଫିସର ଟି.ବିଜୟ ରାଓ, ବରିଷ୍ଠ ସାମ୍ବାଦିକ ବିଶ୍ଵନାଥ ପଟ୍ଟନାୟକ, ଏବିଭିପି ମହାନଗର ସଭାପତି ରଶ୍ମିରାଜ୍ ପାଳ, ଓକିଡି ର ନିର୍ଦେଶିକା ଡା ସ୍ଵାତୀ ଦାସ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ନିଜ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିଲେ। ସ୍କୁଲ୍ ସଂପାଦକ ଶଙ୍କର ଗୋସ୍ୱାମୀ ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଚାଳନା ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ସବିତା ନାୟକ, ବନ୍ଦନା ଓ ସୋନାଲି ଜେନା ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଶିଶୁ ମାନଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସଭିଙ୍କ ମନ୍ ମୋହିଥିଲା ।ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାର୍ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *