ଚକରାଙ୍କୁ ଆଗାମୀ ପିଢି ପର୍ଯ୍ୟନ୍ତ ବଞ୍ଚାଇ ରଖିବା ପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ ଜରୁରୀ

Spread the love

ଭଞ୍ଜନଗର,୦୧/୦୧ : ପବିତ୍ର ଶାମ୍ବ ଦଶମୀରେ ଘୁମୁସର ମାଟିର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ଭଞ୍ଜନଗର – ଫୁଲବାଣୀ ରାସ୍ତାରେ ଥିବା ଚକରା ବିଷୋୟୀ ଛକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ୭ଟା ୩୦ ମିନିଟ ସମୟରେ ଚକରା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ପରେ ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଚକରା ବିଷୋୟୀ କଲଚୁରାଲ୍‌ ଏକାଡେମୀ ପକ୍ଷରୁ ବିପ୍ଳବୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନଗରପାଳ ଗୋପବନ୍ଧୁ ମହାପାତ୍ର,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଜିଲ୍ଳା ସୂଚନା ‌ଓ ଲୋକ ସଂର୍ପକ ଅଧିକାରୀ ରବି ନାରାୟଣ ବେହେରା,ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଚକରା ବିଷୋୟୀ କଲଚରାଲ୍‌ ଏକାଡେମୀ ସଭାପତି ଜଗବନ୍ଧୁ‌ ଜେନା,ବ୍ଳକ୍‌ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚକରାଙ୍କ ତ୍ୟାଗ ବଳିଦାନ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଘୁମୁସର ମାଟିରୁ ବିଦ୍ରୋହ ଆରମ୍ଭ କରି ରାଜ୍ୟର ବିଭିନ୍ନ କୋଣ ପର୍ଯ୍ୟନ୍ତ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିଥିବା ଚକରାଙ୍କୁ ଆଗାମୀ ପିଢି ପର୍ଯ୍ୟନ୍ତ ବଞ୍ଚାଇ ରଖିବା ପାଇଁ ସାମୁହିକ ଭାବେ ତୃଣମୂଳ ସ୍ତରରୁ ଉଦ୍ୟମ କରିବାକୁ ପଡିବ ବୋଲି ଅତିଥି ମ‌ାନ‌େ ପ୍ରକାଶ କରିଥିଲେ। ବାହାଡ଼ାପଦର ଗାୟତ୍ରୀ ପରିବାର ପକ୍ଷରୁ ବୈଦମନ୍ତ୍ର ପାଠ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶୂଳପାଣି ଶତପଥି ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *